27 ଜୁନ 2019, ଗୁରୁବାର : – ୮ଟି ରାଶି ଉପରେ ରହିବା ମାଆ ଲକ୍ଷ୍ମୀଙ୍କ ଅପର କୃପା, କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ… ଧନଧାନ୍ୟର କୌଣସି

Spread the love

27 ଜୁନ 2019, ଗୁରୁବାର : – ୮ଟି ରାଶି ଉପରେ ରହିବା ମାଆ ଲକ୍ଷ୍ମୀଙ୍କ ଅପର କୃପା, କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ… ଧନଧାନ୍ୟର କୌଣସି ଅଭାବ ରହିବା ନାହିଁ….

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଜୋତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ କିଛି ରାଶି ଗୁଡିକ ଉପରେ ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବା । ମହାଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଗୁଡିକ ଭାଗ୍ୟରେ ଉନ୍ନତି ଦେଖାଯିବ ଏବଂ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନଙ୍କ ଆର୍ଥିକ ଅବସ୍ଥାରେ ସ୍ଵଚ୍ଛଳ ହେବ ଏବଂ ଧନ ସମ୍ବନ୍ଧିତ ସଙ୍କଟ ମଧ୍ୟ ଦୁରେଇଯିବ । ଏହା ସଙ୍ଗେ ସଙ୍ଗେ ଅନ୍ୟ ରାଶିଗୁଡିକ ମଧ୍ୟ ଭଲ ରହିବା । ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ : ସମ୍ପତ୍ତିଗତ କାର୍ଯ୍ୟରେ ବଡ଼ ଲାଭ ହୋଇପାରେ । ସମ୍ପତ୍ତିର ନେଣଦେଣରେ ଲାଭ ହେବ । ବେରୋଜଗାରୀଙ୍କୁ ରୋଜଗାର ପ୍ରାପ୍ତି ହେବ । ଭାଗିଦାରୀ ବ୍ୟବସାୟରେ ଲାଭ ହେବ । ହଠାତ କୌଣସି ଲମ୍ବା ଯାତ୍ରାରେ ଯାଇପାରନ୍ତି । ଅଟକି ରହିଯାଇ ଥିବା କାର୍ଯ୍ୟ ସମ୍ପନ୍ନ ହେବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ଆପଣଙ୍କ ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ । ମହିଳାମାନଙ୍କର ଆଶା ପୂରଣ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କାଳୀଜାଈ ।

ବୃଷ : ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଯିବ । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ବ୍ୟବସାୟରେ ଲାଭ ହେବ । ଘର ପରିବାରର ଲୋକଙ୍କ ପୂର୍ଣ ସହଯୋଗ ମିଳିବ । ଘରେ ଏବଂ ବାହାରେ ଖୁସିର ବାତାବରଣ ରହିବ । ଆପଣ ପ୍ରସନ୍ନ ରହିବେ । ମହିଳାମାନେ ସକ୍ରିୟ ହେବେ ମନୋରଂଜନ କାର୍ଯ୍ୟରେ ସମୟ କଟିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ମିଥୁନ : ନିଜ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ, ଆତ୍ମବିଶ୍ଵାସର ସହ କାର୍ଯ୍ୟ କରନ୍ତୁ । ଯାହା ଫଳରେ ଆପଣଙ୍କୁ ସଫଳତା ମିଳି ପାରିବ । ବ୍ୟବସାୟ ଠିକ ଚାଲିବ, ମାନସମ୍ମାନ ମିଳିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ପ୍ରିୟଜନଙ୍କ ସହ ସାକ୍ଷାତକାର କରିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଉତ୍ତର ଦାୟିତ୍ୱ ବଢ଼ିବ । ମହିଳାମାନେ ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

କର୍କଟ : ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନହେବ । ସାକ୍ଷାତକାର ପାଇଁ ଦୂରଯାତ୍ରା କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ । ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିଲେ ଋଣ ମିଳିଯିବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ । ଅର୍ଥ ଉପାର୍ଜନରେ ରାସ୍ତା ଖୋଲିଯିବ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମାଲି ମୋକଦ୍ଦମାରେ ଆଶାବାଦୀ ହେବେ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା : ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବେକାରଙ୍କୁ ରୋଜଗାର ମିଳିବ । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ପ୍ରସଂଶିତ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ । ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ । ମହିଳାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ନିଜର କାର୍ଯ୍ୟ ଦକ୍ଷତା ବଳରେ ପ୍ରସଂଶିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ତୁଳା : ଏହି ରାଶିର ଲୋକଙ୍କ ଉପରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ । କର୍ମ କ୍ଷେତ୍ରରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । ନିଜ ପରିଶ୍ରମର ଫଳ ଆପଣଙ୍କୁ ମିଳିବ । କାର୍ଯ୍ୟ ସ୍ଥଳର ସହଯୋଗୀ ମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ । କୌଣସି ବଡ ସମସ୍ୟାର ସମାଧାନ ହେବ । ବାହନ ସୁଖ ପ୍ରାପ୍ତି ହେବ । ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଲାଭଦାୟକ ହୋଇପାରେ । ପ୍ରେମିକ ପ୍ରେମିକା ସ୍ନାନସାରି ମହାଦେବଙ୍କୁ ଦର୍ଶନ କରନ୍ତୁ, ମନୋକାମନା ପୂରଣ ହେବ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବିଛା : ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ । ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । ପିତା ତଥା ବରିଷ୍ଠ ନାଗରିକ ମାନଙ୍କ ସହଯୋଗ ପ୍ରାପ୍ତ କରିବେ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ଧନୁ : ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ପତି ପତ୍ନୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ହରାଇଥିବା ଧନ ପ୍ରାପ୍ତି ହେବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ମହିଳାମାନେ କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ମକର : ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ । ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆଦର୍ଶ ସ୍ଥାନ ଗ୍ରହଣ କରିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ । ମହିଳାମାନେ କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜ ମହତ୍ୱ ବଡ଼ପଣିଆ ଜାହିର କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ତାରାତାରିଣୀ ।

କୁମ୍ଭ : ଆପଣଙ୍କ ମନ ଧର୍ମକର୍ମରେ ଲାଗିବ । ମାନସିକ ଶାନ୍ତି ମିଳିବ । ଆୟରେ ବୃଦ୍ଧି ହେବ, କୋର୍ଟକଚେରୀ, ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କ ପଦଉନ୍ନତି ହେବ । ସାଙ୍ଗ ମାନଙ୍କ ସହ ଭଲ ସମୟ ବିତିବ । ସୁଖ ସୁବିଧା ପ୍ରାପ୍ତି ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ପରିବାରରେ ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ । ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ମହିଳାମାନେ ପରିବାରଜନଙ୍କ ଠାରୁ ପ୍ରସଂଶିତ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

ମୀନ : ଭାଗ୍ୟର ସହଯୋଗରେ ଆଗକୁ ବଢୀଟିଏ ବିନା ଦ୍ଵିଧାରେ । ଘରେ ବାହାରେ କେହି ଆପଣଙ୍କୁ ହଟାଇପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ଧ୍ୟାନମଗ୍ନ ରହି ନିଜର ପ୍ରତିଷ୍ଠା ବୃଦ୍ଧି କରିବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ଚାକିରିଆଙ୍କର ଉନ୍ନତି ହେବ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ । ଯୁବକ ଯୁବତୀ ମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ । ଜମି ବାଡ଼ି କିଣିବେ । ମହିଳାମାନେ କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।