27 ଅଗଷ୍ଟ 2019, ମଙ୍ଗଳବାର – ଗ୍ରହ ନକ୍ଷେତ୍ରର ସ୍ଥିତରେ ପରିବର୍ତ୍ତନ, ୪ଟି ରାଶିର ବ୍ୟକ୍ତିଙ୍କୁ ସାବଧାନତାର ସହ ସମସ୍ତ କାର୍ଯ୍ୟ

Spread the love

27 ଅଗଷ୍ଟ 2019, ମଙ୍ଗଳବାର – ଗ୍ରହ ନକ୍ଷେତ୍ରର ସ୍ଥିତରେ ପରିବର୍ତ୍ତନ, ୪ଟି ରାଶିର ବ୍ୟକ୍ତିଙ୍କୁ ସାବଧାନତାର ସହ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ପଡିବ ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଅଧିକ ରହିବ । ବନ୍ଧୁ ଓ ପରିଜନଙ୍କ ସହ ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ ଓ ସମ୍ପନ୍ନ ମଧ୍ୟ କରିବେ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ରାଜନୀତିରେ ଲାଭ ପାଇବେ । ବ୍ୟବସାୟ ବାଣିଜ୍ୟ ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଚାକିରିରେ ଯଥେଷ୍ଟ ସଫଳତା ମିଳିବାର ସମ୍ଭାବନା ରହିଛି । ବିବାଦୀୟ ଘଟଣାରେ ମୁଣ୍ଡ ଖେଳାଇଲେ ଅଯଥା ସମାଲୋଚିତ ହେବାକୁ ପଡିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ବୃଷ: ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ମାହୋଲ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି । ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ । ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଃଶ୍ଚିନ୍ତାର କାରଣ ହୋଇପାରେ । କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଲେଖାପଢା,ଗବେଷଣା, କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ଆଇନ, ଅଦାଲତ କ୍ଷେତ୍ରରେ ସମସ୍ୟା କେତେକାଂଶରେ ସମାଧାନ ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବ୍ୟସ୍ତ ବୃଦ୍ଧି ପାଇବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ ।କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକୁ ପୂର୍ଣ୍ଣ କରିବା ସକାଶେ ଦୃଢ ପଦକ୍ଷେପ ନେଇ ପାରନ୍ତି । ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ । ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟାଇ ପାରନ୍ତି । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ଵେଷଣ କରିବେ । ବହୁତ ଯୁକ୍ତିତର୍କ ପରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଆଶା କରୁଥିବା ସଫଳତା ପାଇ ଦୂରଯାତ୍ରାର ସୁଯୋଗ ପାଇବେ । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ । ବନ୍ଧୁମାନଙ୍କ ସହିତ ବସି ହାଲୁକା ଅନୁଭବ କରିବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତପାର୍ଥକ୍ୟ କାରଣରୁ ମନ ଉତେଜନାପୂର୍ଣ୍ଣ ରହିବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ସିଂହ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ । ଅଫିସରେ ସିନିଅରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଅଚାନକ ଧନଲାଭ ହେବ । ସଭାସମିତି ଓ ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ । ନୂଆ ସାମଗ୍ରୀ କିଣିବା ଲାଗି ସମୟ ଶୁଭ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ଓ ଆୟରସ୍ରୋତ ବୃଦ୍ଧିହେବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ ।ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଇଷ୍ଟ ଦେବୀଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କାହାରିକୁ ସହଜରେ ବିଶ୍ଵାସ କରନ୍ତୁ ନାହିଁ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ । ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ସାହାଯ୍ୟ କରିବେ । ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ନାରାୟଣୀ ।

ତୁଳା: ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟପୂର୍ଣ୍ଣ ରହିବ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆମଦାନି ପାଇଁ ନୂଆ ସୁଯୋଗ ଜୁଟିବ । ରାଜନୀତିରେ ଆର୍ଥିକ ଲାଭ ହେବ । ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆସିବ । କାର୍ଯ୍ୟ ହାସଲ କରିବା ପରିପ୍ରେକ୍ଷୀରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ପରିବାରର କୈାଣସି ବ୍ୟତିକ୍ରମକୁ ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଆପଣଙ୍କ କାର୍ଯ୍ୟକୁ ବିରୋଧ କରି ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମାଆ ଦୁର୍ଗା ।

ବିଛା: ଭଗବାନଙ୍କ ଉପରେ ଭରସା ରଖନ୍ତୁ ଏବଂ ନକରାତ୍ମକ ଚିନ୍ତା ମନରୁ ଦୂରେଇ ରଖନ୍ତୁ । ଆଦୈା ଇଛା ନଥିଲେ ମଧ୍ୟ କେତେକ କାମ ବାଧ୍ୟ ହୋଇ କରିବାକୁ ପଡିବ । ସାହାଯ୍ୟ, ସହଯୋଗ ଅଭାବରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ । ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭାଇ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ । ଚାକିରି କ୍ଷେତ୍ରରେ କର୍ମଜୀବିଙ୍କୁ ଉଚ୍ଚଧିକାରୀଙ୍କ ଠାରୁ ଅପମାନିତ ହେବାକୁ ପଡିପାରେ । ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ କେହି ନା କେହି ଶାନ୍ତ ଭଙ୍ଗ କରିବକୁ ଚେଷ୍ଟା କରିବେ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ଧନୁ: ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ଆପଣଙ୍କ ଅଭାବନୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିଥିବା ସମୟରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ନିର୍ମାଣ, ଯାତ୍ରା, ଆନଷ୍ଠାନିକ କାମ, ପରିବହନ, ଶିଳ୍ପ ତଥା ବାଣିଜ୍ୟ କ୍ଷେତ୍ରରେ ଅଭ୍ୟୁଦୟୋ ଘଟିବ । ପୁରାତନ ରୋଗପୀଡାରୁ ପୀଡା ବୃଦ୍ଧି ହୋଇପାରେ । ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ବଢ଼ିଆ ରହିବ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର: ସ୍ଵପ୍ନର ଦୁନିଆରେ ବିଚରଣ କରିବେ । ସମସ୍ୟା ଆସିଲେ ମଧ୍ୟ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । ବିବାଦୀୟ ଘଟଣା, ପାରିପାର୍ଶ୍ୱିକ ପରିସ୍ଥିତି, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ । ବ୍ୟବସାୟ କ୍ଷେତ୍ରରେ ରୋଜଗାର ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଆପଣଙ୍କର ମିଷ୍ଟ ବ୍ୟବହାରରେ ନୂଆ ଲକ୍ଷ ହାସଲ କରି ନେବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା କଷ୍ଟକର ହେବ । ଚାକିରୀରେ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବାରୁ ଦୃଢ଼ତା ରହିପାରିବ କିନ୍ତୁ ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଶାସନରେ ଥିବା ଲୋକଙ୍କ ସହିତ ସହିତ ସମ୍ପର୍କ ବଢ଼ିବ । ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ । ସତର୍କତା ଅଭାବରୁ ଅସାବଧାନତା ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉନ୍ନତିର ଚରମ ସୀମାରେ ପହଞ୍ଚିଇବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ପରିବାରରେ ସମ୍ମାନ ବଢ଼ିବ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ସ୍ବାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।