27 ମାଇ 2019, ସୋମବାର – ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ ।

Spread the love

ବହୁ ବର୍ଷ ପରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପା ଏହି ରାଶିଗୁଡିକ ଉପରେ ପଡିବା ଫଳରେ ଭାଗ୍ୟ ଚମକି ଉଠିବ ।

ଜୀବନରେ ଅନେକ ରାସ୍ତା ଆସିଥାଏ । କିଛି ସହଜ ହୋଇଥିବା ବେଳେ କିଛି କଷ୍ଟ ହୋଇଥାଏ । ଜ୍ୟାତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ଭଲ କିମ୍ବା ଖରାପ ପରିସ୍ଥିତି ଆସିଥାଏ, ତାହା ବ୍ୟକ୍ତିର ଗ୍ରହ ନକ୍ଷତ୍ରକୁ ନେଇ ଆଧାରିତ ହୋଇଥାଏ । ଯଦି ଗ୍ରହର ସ୍ଥିତି ଠିକ ହୋଇଥାଏ, ତେବେ ବ୍ୟକ୍ତି ଜୀବନର ପ୍ରତୀଟି ସମସ୍ୟା ଦୂର ହୋଇଯାଇ ଥାଏ । କିନ୍ତୁ ଯଦି ଗ୍ରହର ସ୍ଥିତି ଠିକ ହୋଇନଥାଏ, ତେବେ ଅନେକ କଷ୍ଟ ଭୋଗିବା ପାଇଁ ପଡିଥାଏ । ପରିବର୍ତ୍ତନ ପ୍ରକୃତିର ଏକ ନିୟମ ଅଟେ ଯାହା ସମୟ ଅନୁସାରେ ନିରନ୍ତର ପରିବର୍ତ୍ତନ ହୋଇଥାଏ । ଏହାକୁ ରୋକିବା କୌଣସି ବ୍ୟକ୍ତି ଦ୍ଵାରା ସମ୍ଭବ ନୁହେଁ ।

ଜ୍ୟାତିଷ ଶାସ୍ତ୍ର ଅନୁସାରେ ଆଜି ରାତିରୁ କିଛି ରାଶିଙ୍କ ଭାଗ୍ୟର ବଡ ଧାରଣ ପରିବର୍ତ୍ତନ ଦେଖାଦେବ । ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପା ଏହି ରାଶିଗୁଡିକ ଉପରେ ପଡିବା ଫଳରେ ଭାଗ୍ୟ ଚମକି ଉଠିବ । ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ହଠାତ ଖୁସିର ବାତାବରଣ ଆସିବ । ଆସନ୍ତୁ ଜାଣିବା ଆଜିର ରାଶିଫଳ । ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ !

ମେଷ : ନିଜ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ, ଆତ୍ମବିଶ୍ଵାସର ସହ କାର୍ଯ୍ୟ କରନ୍ତୁ । ଯାହା ଫଳରେ ଆପଣଙ୍କୁ ସଫଳତା ମିଳି ପାରିବ । ବ୍ୟବସାୟ ଠିକ ଚାଲିବ, ମାନସମ୍ମାନ ମିଳିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ପ୍ରିୟଜନଙ୍କ ସହ ସାକ୍ଷାତକାର କରିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଉତ୍ତର ଦାୟିତ୍ୱ ବଢ଼ିବ । ମହିଳାମାନେ ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

ବୃଷ : ଏହି ରାଶିର ଲୋକଙ୍କ ଉପରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପା ବିଶେଷ ରୂପେ ରହିବ । ନିଜ କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ, ଆପଣଙ୍କ ଭାଗ୍ୟରେ ପରିବାର୍ତ୍ତନ ଦେଖାଯିବ । ସନ୍ତାନଙ୍କ ଉନ୍ନତି ଆପଣଙ୍କୁ ପ୍ରସନ୍ନ କରିବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ, ପରିବାର ସହ କୌଣସି ଧର୍ମ ସ୍ଥଳକୁ ଯାତ୍ରା କରି ପରିପାରନ୍ତି । ବ୍ୟବସାୟୀ ମାନେ ନିଜ କର୍ମ କ୍ଷେତ୍ରରେ ଉନ୍ନତି କରିବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ମିଥୁନ : ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ, ସର୍ବ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଆପଣଙ୍କୁ କର୍ମ କ୍ଷେତ୍ରରେ ନୂତନ ସୁଯୋଗ ମିଳିବର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ବାତାବରଣ ଠିକ ରହିବ । ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିପାରନ୍ତି । ମିତ୍ର ମାନଙ୍କର ସହଯୋଗ ମିଳିବ, କୌଣସି ନୂତନ କାର୍ଯ୍ୟର ସୁଯୋଗ ମିଳିବ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ । ମାଲି ମୋକଦ୍ଦମାରେ ଆଶାବାଦୀ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ହନୁମାନ ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କ ଉପରେ କାର୍ଯ୍ୟଭାର ଅତ୍ୟଧିକ ପରିମାଣର ରହିବ । କୌଣସି ମହତ୍ଵପୂର୍ଣ ନିର୍ଣ୍ଣୟ ନେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । କାର୍ଯ୍ୟ ସ୍ଥଳରେ ବରିଷ୍ଟ ଅଧିକାରୀଙ୍କ ସହଯୋଗ ମିଳିବ । ସନ୍ତାନଙ୍କ ତରଫରୁ କୌଣସି ଚିନ୍ତା ଉତ୍ପନ୍ନ ହୋଇପାରେ ଯାହାଫଳରେ ଆପଣ ବ୍ୟାକୁଳ ରହିବେ । କାର୍ଯ୍ୟ ସ୍ଥଳରେ ଦୌଡା ଦୌଡି କରିବାକୁ ପଡିପାରେ ଯାହା ଭବିଷ୍ୟତରେ ଲାଭ ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ । ମହିଳାମାନେ କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜ ମହତ୍ୱ ବଡ଼ପଣିଆ ଜାହିର କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ତାରାତାରିଣୀ ।

ସିଂହ : ଏହି ରାଶିର ଲୋକଙ୍କ ଉପରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ । କର୍ମ କ୍ଷେତ୍ରରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । ନିଜ ପରିଶ୍ରମର ଫଳ ଆପଣଙ୍କୁ ମିଳିବ । କାର୍ଯ୍ୟ ସ୍ଥଳର ସହଯୋଗୀ ମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ । କୌଣସି ବଡ ସମସ୍ୟାର ସମାଧାନ ହେବ । ବାହନ ସୁଖ ପ୍ରାପ୍ତି ହେବ । ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଲାଭଦାୟକ ହୋଇପାରେ । ପ୍ରେମିକ ପ୍ରେମିକା ସ୍ନାନସାରି ମହାଦେବଙ୍କୁ ଦର୍ଶନ କରନ୍ତୁ, ମନୋକାମନା ପୂରଣ ହେବ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ ନିଜର ପରିଶ୍ରମ ଫଳରେ ଲାଭବାନ ହୋଇପାରିବେ । ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ବ୍ୟବସାୟରେ ଲାଭବାନ ହୋଇ ପାରିବେ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣ ସକ୍ରିୟ ଅଂଶୀଦାର ରହି ପାରନ୍ତି । ସମଜରେ ମାନ ସମ୍ମାନ ମିଳିବ ସହ ଆର୍ଥିକ ସ୍ଥତିରେ ସୁଧାର ଆସିବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ମହିଳାମାନେ ଧାତୁ ନିର୍ମିତ ବସ୍ତୁ କ୍ରୟ କରିବା ପାଇଁ ଇଚ୍ଛା କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

ତୁଳା : ଖରାପ ସଙ୍ଗତରୁ ଦୂରେଇ ରୁହନ୍ତୁ ଅନ୍ୟଥା ମାନ ସମ୍ମାନରେ ଆଞ୍ଚ ଆସିପାରେ । ପରିବାରରେ କୌଣସି ଅସୁବିଧା ହୋଇପାରେ, ଟଙ୍କା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିପାରେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବା । ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭପ୍ରଦ ହେବ । ମହିଳାମାନେ କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ଚାକିରି କ୍ଷେତ୍ରରେ ପଦନ୍ନତି ହୋଇପାରେ ଓ ପରିବାରର ସହଯୋଗ ମିଳିବ । ନିଜ ଲକ୍ଷ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ବିଦେଶରୁ ଆପଣଙ୍କୁ ସୁସମ୍ବାଦ ମିଳିପାରେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କଲେ ଲାଭବାନ ହେବେ । ବାଦବିବାଦ, ମାଲି ମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମନ ଉଣାହେବ । ଜୀବନସାଥୀଙ୍କ ଠାରୁ ଉପହାର ମିଳିବ । ପ୍ରେମ ପାଇଁ ଦିନ ଅତି ଉତ୍ତମ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ମଙ୍ଗଳା ।

ଧନୁ : ପରିବାର ପରିଜନ ମାନଙ୍କର ବ୍ୟବହାର ନକରାତ୍ମକ ରହିପାରେ, ଯାହାଫଳରେ ଆପଣ ଚିନ୍ତିତ ହୋଇପାରନ୍ତି । ଅତୀତର କିଛି କାମ ସମ୍ପୂର୍ଣ ହେବାକୁ ସମୟ ଲାଗି ପରେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ, ଯାହାଫଳରେ ମନ ଆନନ୍ଦିତ ରହିବ । ବ୍ୟବସାୟୀ ମାନେ ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । ସମ୍ପତି ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ବୈବାହିକ ଜୀବନ ସୁଖପୂର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମହିଳାମାନେ ସ୍ୱାସ୍ଥ୍ୟ ଜନିତ ପୀଢ଼ର ଶିକାର ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ଲକ୍ଷ୍ମୀ ।

ମକର : କୌଣସି କଥାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ । କୌଣସି ବ୍ୟକ୍ତିଙ୍କ ଉପରେ ଅତ୍ୟଧିକ ବିଶ୍ଵାସ କରନ୍ତୁ ନାହିଁ । ରାଜନୈତିକ କ୍ଷେତ୍ରରେ ସଫଳତା ମିଳିପାରେ । ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ । ମହିଳାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ନିଜର କାର୍ଯ୍ୟ ଦକ୍ଷତା ବଳରେ ପ୍ରସଂଶିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କୁମ୍ଭ : ଏହି ରାଶିର ଲୋକ ନିଜ କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି । ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ପାରିବାରିକ ବାତାବରଣ ଠିକ ରହିବ । ଘରକୁ ଅତିଥି ଆସିପାରନ୍ତି । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ପୂର୍ବରୁ ଭାବିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଧାର୍ମିକ କାର୍ଯ୍ୟ ଓ ପୂଜପାଠରେ ସମୟ ଅତିବାହିତ ହେବ । ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମା ଭୈରବୀ ।

ମୀନ : ବ୍ୟବସାୟ କ୍ଷେତ୍ରରେ ନୂତନ ଯୋଜନା କରିପାରନ୍ତି । ନିଜ ସ୍ଵଭାବରେ ପାରିବର୍ତ୍ତନ ଆଣନ୍ତୁ ଅନ୍ୟଥା କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଚାଲି ଯାଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ଏହି କାରଣରୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ମହିଳାମାନଙ୍କର ମାନସିକ ସ୍ଥିରତା ଦେଖାଦେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସତ୍ୟନାରାୟଣ ।