27 ଅପ୍ରେଲ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସନ୍ତାନମାନଙ୍କ ତରଫରୁ ମିଳିବ ଖୁସିର ଖବର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବା….

Spread the love

27 ଅପ୍ରେଲ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସନ୍ତାନମାନଙ୍କ ତରଫରୁ ମିଳିବ ଖୁସିର ଖବର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବା….

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ । ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ । ସରକାରୀ କାମରେ ସଫଳତା ମିଳିବ । ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ । ପର୍ଯ୍ୟଟନର ସମ୍ଭାବନା ଅଛି । ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରିବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ଶୁଭରଙ୍ଗ: ଗୋଲାପି । ଆରାଧନା: ଶ୍ରୀକୃଷ୍ଣ ।

ବୃଷ: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ସରକାରୀ ଲାଭର ଆଶା ରଖିପାରନ୍ତି । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଦାମ୍ପତ୍ୟଜୀବନରେ ମଧୁରତା ରହିବ । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ: ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ଆଜି ଆପଣ ଏକାଗ୍ରତା ଅନୁଭବ କରିବେ । ନିଜର କାମକୁ ଠିକ୍ ଭାବରେ କରିବା ପାଇଁ ପ୍ଲାନିଙ୍ଗ କରିପାରନ୍ତି । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । କୋର୍ଟ କଚେରୀର ମାମଲାରେ ଅତ୍ୟଧିକ ସାବଧାନ ଅବଲମ୍ବନ କରିବା ଆବଶ୍ୟକତା । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣି ।

କର୍କଟ: ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ । ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବେ । ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ । ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ । ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଆପଣଙ୍କର ଧ୍ୟାନ ପରିବାର ଓ ଟଙ୍କା ପଇସା ଦିଗରେ ରହିବ । କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବକ୍ ହୋଇପାରିବ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆଜି ନିଜକୁ ମଧ୍ୟ ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଛି । ଖାଇବା ପିଇବାର ଧ୍ୟାନ ଦିଅନ୍ତୁ । ମହିଳାମାନେ ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ । ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା ଅଛି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ କଟକଚଣ୍ତୀ ।

ତୁଳା: ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ । ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବାପାଇଁ ପ୍ରୟାସ କରିବେ । ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା: ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ । ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ । ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ଧନୁ: କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ । ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି । ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ । ସରକାରୀ କାମରେ ସଫଳତା ମିଳିବ । ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ । ପର୍ଯ୍ୟଟନର ସମ୍ଭାବନା ଅଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର: ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଏଥିପାଇଁ ବିଚାରକରି କଥାହେବେ । କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ନ ସୃଷ୍ଟି ହେଉ ଏହାର ଧ୍ୟାନ ରଖିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଶେୟାର-ସଟ୍ଟା ଆଦି ପ୍ରବୃତ୍ତିରେ ପୁଞ୍ଜି ନିବେଶ କରିପାରନ୍ତି । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ: ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ସରକାରୀ ଲାଭର ଆଶା ରଖିପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ମୀନ: କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ । ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆଜି ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଟେ । ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି ।