26 ଫେବୃଆରୀ 2019, ମଙ୍ଗଳବାର ରାଶିଫଳ: ପ୍ରଭୁ ହନୁମାନଙ୍କ କୃପାରୁ ଏହି 5ଟି ରାଶି ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

Spread the love

26 ଫେବୃଆରୀ 2019, ମଙ୍ଗଳବାର ରାଶିଫଳ: ପ୍ରଭୁ ହନୁମାନଙ୍କ କୃପାରୁ ଏହି 5ଟି ରାଶି ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଆସନ୍ତୁ ଜାଣିବା ଆଜିର ରାଶିଫଳ

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ :- ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ । ସ୍ତ୍ରୀ ଓ ମାଆଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶତ୍ରୁଙ୍କୁ ପରାସ୍ତ କରିବେ । କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ଆସିବ । ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ । ପ୍ରେମରେ ସଫଳତା ମିଳିବ । କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି । ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ । ଉଚ୍ଚ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ଅଭିଭାବକମାନେ ପିଲାମାନଙ୍କର ସ୍ୱାସ୍ଥ୍ୟର ଅବନତି ନେଇ ଚିନ୍ତିତ ରହିବେ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ମହିଲାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ । ଥାନା, ଫାଣ୍ଡି କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ । ଆୟ ବୃଦ୍ଧି ହେବ କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ବୃଷ :- ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ପାରିବାରିକ ସମସ୍ୟାରୁ ଶାନ୍ତି ପାଇବେ । ଯେତେ ସମସ୍ୟା ଥିଲେ ମଧ୍ୟ କାମରୁ ଅବହେଳା କରିବେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଆକସ୍ମିକ ଦୁର୍ଘଟଣା ହେବାର ସମାଧାନ ରହିଛି, ସାବଧାନତା ଅବଲମ୍ବନ କରନ୍ତୁ । ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ :- ଗ୍ରହମାନଙ୍କ ଶୁଭ ଦୃଷ୍ଟି ହେତୁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି । ଆଗକୁ ଅଗ୍ରସର ହୁଅନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ । ରାଜନୀତିରେ ସଫଳତା ପାଇବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ବ୍ୟବସାୟରେ ଲାଭବାନ ହେବେ ଦୂରଯାତ୍ରାର ସୁଯୋଗ ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିବାହିତଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ :- ଜୀବନର ସଫଳତା ଆଜି ଦିନଟି ଆପଣ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ । ଆପଣଙ୍କ ପ୍ରତିଭାରୁ ବଡ଼ ଲାଭ ହେବ । ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣ ହେବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ । ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ:- ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ନିକଟ ସମ୍ପର୍କୀୟଙ୍କ ସହଯୋଗରେ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ପୁଞ୍ଜିନିବେଶରୁ ଲାଭ ହେବ କିନ୍ତୁ ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ନିନ୍ଦିତ ହେବେ । ମହିଳାମାନେ ଅପାର ଲୋକଙ୍କୁ ବିଶ୍ୱାସ କରି ଅସୁବିଧାରେ ପଢ଼ିପାରନ୍ତି । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ । ଉଡ଼ା ଖବରର କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା :- ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବିତିଯିବା । ସହପାଠୀ ମିତ୍ରଙ୍କର ପୂରା ସହଯୋଗ ପାଇବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଅଚାନକ ଧନପ୍ରାପ୍ତି ହେବ । ଦୂର ଯାତ୍ରାରେ ଅତ୍ୟଧିକ ଅର୍ଥ ବ୍ୟୟ କରିବେ ସାବଧାନତା ଅବଲମ୍ବନ ନକଲେ ଧନହାନୀ ହେବ । ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ସମ୍ୟକ ଚିନ୍ତିତ ରହିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ସନ୍ତୋଷୀ ମାତା ।

ତୁଳା :- ଆଜିର ଦିନଟି ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ପ୍ରିୟ ବନ୍ଧୁଜନଙ୍କ ସହିତ ଦିନର ଅଧିକାଂଶ ସମୟ ବିତେଇବେ । କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇ ପାରନ୍ତି । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କୋର୍ଟକଚେରୀ ମାଲିମକଦ୍ଦମାରେ ଶୁଭ ଖବର ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବିଛା :- ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ । ମାନସିକସ୍ତରେ ଶାନ୍ତି ଅନୁଭବ କରିବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ । ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ସାହିତ୍ୟ, କଳାକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ସହକର୍ମୀମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଦେଇଥିବା ଧାର ଫେରିପାଇବେ । ସନ୍ଧ୍ୟାରେ ପରିବାର ସହିତ ହସ ଖୁସିରେ ସମୟ କଟିବ । ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ବରୀ ।

ଧନୁ :- ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ । ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ଯିବାକୁ ଥିବା ଯାତ୍ରା ଆପଣଙ୍କ ପାଇଁ ଲାଭପ୍ରଦ ହେବ । ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ ଦେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ପିଲାମାନଙ୍କ ପାଠପଢା ଓ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର :- ଆପଣଙ୍କ ପ୍ରୟାସ ଉତ୍ତମ ପ୍ରମାଣିତ ହେବ । ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ । କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଅଟକି ଥିବା ନିର୍ମାଣଧୀନ କାମକୁ ନେଇ ସମ୍ୟକ ବିବ୍ରତ ହୋଇପାରନ୍ତି । ବିଭିନ୍ନ ପ୍ରକାର କଥା ଚିନ୍ତାକରି ମନ ବିସ୍ତାପ ରହିବ । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଠାରୁ କଟୁ ବଚନ ଶୁଣିପାରିବେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀ ଗଣେଶ ।

କୁମ୍ଭ :- ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ନିଶ୍ଚୟ ହେବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ମହିଳାମାନେ ପିଲାମାନଙ୍କ ସଫଳତା ବିଷୟରେ ଚିନ୍ତା କରି ଖୁସି ରହିବେ । ପାରିବାରିକ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବେ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ :- ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇବେ । ମହିଳାମାନେ ନିଜର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ ଓ ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ଼ ହେବ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।