25 ସେପ୍ଟେମ୍ବର 2019, ବୁଧବାର :- ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଏହି ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାରିବାରିକ ଜୀବନ ହସ ଖୁସିରେ

Spread the love

25 ସେପ୍ଟେମ୍ବର 2019, ବୁଧବାର :- ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଏହି ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାରିବାରିକ ଜୀବନ ହସ ଖୁସିରେ ବିତିବ, ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ, ପୂର୍ଣ୍ଣ ହେବ ମନୋସ୍କମାନ…

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ । କୌଣସି ନୂତନ କାମର ଶୁଭାରମ୍ଭ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ବକ୍ରୀ କର୍ମାଧିପତି ପାପଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ସହକର୍ମୀମାନ ଆପଣଙ୍କ କର୍ଜୟଙ୍କୁ ସମାଲୋଚନା କରିପାରନ୍ତି । ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ । ସ୍ଵାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ । ଶୁଭରଙ୍ଗ: ନାରଙ୍ଗୀ । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ: ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ତଥାପି ପୂର୍ବାଫାଲ୍‌ଗୁନୀର ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ବୈଠକ ହେବ । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ ପାଇଁ ମନ ବଳାଇ ପାରନ୍ତି । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ହଠାତ୍‌ ବାହାରକୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହେବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବଢ଼ିବ । ଶୁଭରଙ୍ଗ: ଧଳା । ବାବା ଗୁପ୍ତେଶ୍ଵର ।

ମିଥୁନ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ କିନ୍ତୁ ଏକାଧିକ କାମରେ ହାତ ନେଇ ପୂର୍ଣ୍ଣାଙ୍ଗ କରିପାରିବାରେ ସମ୍ୟକ କଷ୍ଟ ଅନୁଭବ କରିବେ । ମଙ୍ଗଳ ଷଷ୍ଠ ଏକାଦଶାଧିପତି ହେତୁ ଧାରକରଜ କିମ୍ବା ବ୍ୟାଙ୍କଲୋନ୍‌ ମାଧ୍ୟମରେ ଅର୍ଥପ୍ରାପ୍ତି କରାଇପାରେ । ବ୍ୟବସାୟିକ କ୍ଷେତ୍ରରେ ନିଜର ବୁଦ୍ଧିବଳ ଖଟାଇ ଅର୍ଥଲାଭ କରିବେ । ଅଫିସରେ ଆପଣଙ୍କ କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶେ ମନ ଭଲ ରହିବ ନାହିଁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀ ଗଣେଶ ।

କର୍କଟ: ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ତୃତୀୟ ବ୍ୟୟାଧିପତି ବୁଧ ଧନ ଲାଭାଧିପତି ଯୁକ୍ତ ହେତୁ ବନ୍ଧୁଙ୍କୁ ଅର୍ଥ ସାହାଯ୍ୟ ପ୍ରଦାନ କରିପାରନ୍ତି । ଅଚାନକ ଧନଲାଭ ହେବ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ଆପଣ କୌଣସି ନୂଆ କାମ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ସମାଜରେ ମାନ ସମ୍ମାନ ବଢ଼ିବ । ଚାକିରି କରୁଥିବା କର୍ମଜୀବି ମାନେ ନିଜର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ । ରାଜନୀତିରେ ସଫଳତା ମିଳିବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବର ସମ୍ଭାବନା ରହିଛି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ । ବୃହସ୍ପତି ଚତୁର୍ଥସ୍ଥ ହୋଇ ବୁଧଙ୍କ ନକ୍ଷତ୍ରରେ ରହିଥିବାରୁ ପୁରୁଣା ଘର, ଯାବାହନ, କ୍ରୟବିକ୍ରୟ ପାଇଁ ମନସ୍ଥ କରିପାରନ୍ତି । ଆର୍ଥିକ ସ୍ଵଛଳତା ରହିଥିଲେ ମଧ୍ୟ ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରେ । ବ୍ୟବସାୟ, ପରିବହନ,କଳକାରଖାନା, ସଭାସମିତି, ସଭା ସମିତିରେ ସଫଳତା ଅର୍ଜନ କରିବେ । ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ । ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପୁରାତନ ରୋଗର ଉପସମ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ । ଧନଭାଗ୍ୟାଧିପ ଶୁକ୍ର ରାଜଯୋଗ କାରକ ଚତୁଃଗ୍ରହ ସମ୍ମିଳନୀରେ ରହି ଆପଣଙ୍କ ସୁଖ, ସମ୍ମାନ, ପ୍ରତିଷ୍ଠାଦି ଗୌରବ ପ୍ରଦାନ କରିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରୁ ଲାଭ ମଧ୍ୟ ପାଇବେ । ଅଫିସରେ କାମର ଚାପ କମ୍‌ ରହିବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି । ପାରିବାରିକ, ପରିବହନ ଓ ଲୋକସମ୍ପର୍କ ଦିଗ ପ୍ରତି ଆଜିର ଗ୍ରହସ୍ଥିତି ପ୍ରତିକୂଳ ରହିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ: କଫିରଙ୍ଗ । ଶୁଭସ˚ଖ୍ୟା: ମାଆ ସମଲେଶ୍ୱରୀ ।

ତୁଳା: ନିଜ କାମରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚେଷ୍ଟା କରନ୍ତୁ । ରାଜଯୋଗକାରକ ଗ୍ରହ ଶନି ରାଶ୍ୟାଧିପଙ୍କ ନକ୍ଷତ୍ରରେ ରହିଥିବାରୁ କାର୍ଯ୍ୟହାସଲ ସକାଶେ ଆପଣଙ୍କ ଚେଷ୍ଟା ଅବ୍ୟାହତ ରହିବ । କିନ୍ତୁ ତୃତୀୟଭାବରୁ ଦ୍ୱାଦଶସ୍ଥ ବୃହସ୍ପତି ଯୋଗୁ କଥା ଦେଇ କଥା ରଖୁ ନ ଥିବା କାରଣରୁ ମନ ଭଲ ରହି ନ ପାରେ । ବେପାର ବିଷୟରେ ଆପଣଙ୍କ ମନରେ ନୂଆ ବିଚାର ଆସିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ବେକାର ଥିବା ଯୁବକ ଯୁବତୀଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ ଆପଣଙ୍କ ଭଲ ଏବଂ ଅନ୍ୟଙ୍କ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଚ୍ଛା: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଅଷ୍ଟମସ୍ଥ ରାହୁ ରାଶିରେ ଥିବାରୁ ଧନହାନି ଓ ସମସ୍ୟା ସାମୟିକ ଆସିପାରେ । କିନ୍ତୁ କୌଣସି କାମରେ ପଛକୁ ଫେରିବାର ଚିନ୍ତା କରି ନ ପାରନ୍ତି ଓ କାର୍ଯ୍ୟ ସିଦ୍ଧି ଅବଶ୍ୟମ୍ଭାବୀ । ଏକାଧିକ ଗ୍ରହ ପ୍ରଭାବରୁ ଧର୍ମକାର୍ଯ୍ୟ, ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀ ଠାରୁ ଉପହାର ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

ଧନୁ: ଦିନଟି ବଢ଼ିଆ ରହିବ । ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିଥିଲେ ମଧ୍ୟ ଗୁରୁକ୍ଷେତ୍ରସ୍ଥ ଚତୁର୍ଥଚନ୍ଦ୍ର ଯୋଗୁ ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସିତ ହେବେ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି । କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗିପାରନ୍ତି । ଆଲୋଚନା ପରିସରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମହାଲକ୍ଷ୍ମୀ ।

ମକର: ମନରେ ନକରାତ୍ମକ ଚିନ୍ତାଧାରା ଦିନଟିକୁ ବିଗାଡି ଦେଇପାରେ । ଦ୍ୱାଦଶସ୍ଥ ଓ ଚନ୍ଦ୍ରଙ୍କ ନିକଟରୁ କେନ୍ଦ୍ରସ୍ଥ ଶନି ଯୋଗୁ କୌଣସି ଅସୁବିଧା ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ । ଶିକ୍ଷା, ପରୀକ୍ଷା, ଲେଖାପଢା, ଆଲୋଚନା ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ: ପରିବାର କାମରେ ବ୍ୟସ୍ତ ରହିବେ । ଅର୍ଥ ସମ୍ପର୍କକୁ ନେଇ କିମ୍ବା କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦର ଆଶଙ୍କା ରହିଛି । ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ପରିଜନ ସହ ଯାତ୍ରା କରିବାକୁ ପଡିପାରେ । ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟ, ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନାଦି କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଛୋଟ ଛୋଟ କଥାରେ କ୍ରୋଧରୁ କ୍ଷାନ୍ତ ରହନ୍ତୁ । ନେଣଦେଣରେ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କଟକଚଣ୍ଡୀ ।

ମୀନ: ଆପଣଙ୍କର ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ । କେନ୍ଦ୍ରାଧିପ ବୁଧଙ୍କ ନକ୍ଷତ୍ରରେ ରାଶ୍ୟାଧିପ ବୃହସ୍ପତି କୋଣଭାବ ମଣ୍ଡନ କରିଥିବାରୁ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ପାଇ କାର୍ଯ୍ୟହାସଲ କରିବେ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ମନକୁ ଖୁସି କରାଇଦେବ । ନୂଆ ଲୋକଙ୍କ ସହିତ ଶିଷ୍ଟାଚାରରେ ରହନ୍ତୁ । ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ । ପଦସ୍ଥ ବ୍ୟକ୍ତିଙ୍କ ବଦାନ୍ୟତାରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବା ସାଙ୍ଗକୁ ଟେନସନ୍‌ କମିଯିବ ।ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।