06 ନଭେମ୍ବର 2020, ଶୁକ୍ରବାର- ଆଜି ମାଆ ଲକ୍ଷ୍ମୀଙ୍କ କୃପାରୁ ୮ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟ ପୂର୍ଣ୍ଣ ସହଯୋଗ, ପୂର୍ଣ୍ଣ

Spread the love

06 ନଭେମ୍ବର 2020, ଶୁକ୍ରବାର- ଆଜି ମାଆ ଲକ୍ଷ୍ମୀଙ୍କ କୃପାରୁ ୮ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟ ପୂର୍ଣ୍ଣ ସହଯୋଗ, ପୂର୍ଣ୍ଣ ହେବ ମନୋବାଞ୍ଛା । ଆର୍ଥିକ କ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ।

ଆଜି ଆମେ ଆପଣଙ୍କୁ ୦୬ ନଭେମ୍ବର ଶୁକ୍ରବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମ୍ୟକ ସୂଚନା ପାଇପାରିବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବ, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ :

ଦିିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କ ସହକର୍ମୀ କିମ୍ବା ପଡୋଶୀଙ୍କ ସହ ମନାନ୍ତର ସୃଷ୍ଟି କରିବ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହିତ ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଅଫିସରେ ଅଧିକାରୀ ବର୍ଗ ଆପଣଙ୍କ ସପକ୍ଷରେ ଯୁକ୍ତି ବଢିବେ । ବନ୍ଧୁଙ୍କ ପରାମର୍ଶ ନେଇ କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ମନସ୍ଥ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗିରହିବା ଫଳରେ ମାନସିକ ସ୍ତରରେ ସମ୍ୟକ ବିଚଳିତ ହୋଇପାରନ୍ତି । କିନ୍ତୁ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଜୀବନ ସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ :

ଦୀର୍ଘ ଦିନରୁ ଅଟକିଥିବା ଅମୀମାଂଶିତ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସମର୍ଥ ହେବ । କର୍ମାଧିପ ରବିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ଅବଦାନ ରହିବ । ପ୍ରତ୍ୟେକ କ୍ଷେତ୍ରରେ କାମ କରିବା ସକାଶେ ଉତ୍ସାହିତ ହେବେ ଓ ସଫଳତା ମଧ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ଅସୁବିଧାର ସମ୍ମୁଖନ ହୋଇପାରନ୍ତି । ସହକର୍ମୀମାନଙ୍କ ଠାରୁ କୌଣସି ସହଯୋଗ ଆଶା କରିବା ବୃଥା । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଘରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବାରୁ କଳହ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ :

ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ଧନାଧିପ ରାଶିରେ ପାପଗ୍ରହ ନକ୍ଷତ୍ରରେ ଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ନିଜ କାମ ପଛକୁ ପକାଇ ଅସୁବିଧାରେ ଥିବା ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । ମିଷ୍ଟାଳାପ ଭାଷା କହି ପରକୁ ମଧ୍ୟ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ ସୁଯୋଗ ହାତଛଡା ହୋଇପାରେ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ସାଧାରଣ ଘଟଣାକୁ ଅତିରଞ୍ଜିତ କରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

କର୍କଟ :

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ଜାଗ୍ରତ ହେବ । ରବିଙ୍କ ଦୁର୍ବଳତା କାରଣରୁ ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ ମନରେ ସରସତା ରହିବ ନାହିଁ । ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସହଜରେ ଓ ସୁବିଧାରେ ସମ୍ପନ୍ନ କରିପାରିବେ । କୌଣସି ନୂତନ କର୍ମାରମ୍ଭରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ପରିବାରରେ ହସଖୁସିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ସିଂହ :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ ଅତ୍ୟଧିକ କାର୍ଯ୍ୟଚାପ ରହିବ ଏବଂ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀ ଆପଣଙ୍କୁ କୈଫତ୍ ମାଗିବେ । ନିଜର ଫାଇଦା ହାସଲ ପାଇଁ ସହକର୍ମୀ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଆପଣଙ୍କ କେତେକ ଭୁଲ କାର୍ଯ୍ୟକଳାପ ଯୋଗୁଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

କନ୍ୟା :

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ରାଶିରେ ଚନ୍ଦ୍ରର ସୁପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ଟେନ୍ସନ ସୃଷ୍ଟି କରିବ ସତ କିନ୍ତୁ କର୍ମକ୍ଷେତ୍ରର ବାତାବରଣ ସୁସ୍ଥ ରହିବ । କିନ୍ତୁ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇବେ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ନିଜ ପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଅନ୍ୟ କଥା ଶୁଣି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା :

ଆଜି ଦିନଟି ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । ଭାଗ୍ୟସ୍ଥାନରେ କର୍ମାଧିପ ରହିଥିବାରୁ ଦୀର୍ଘ ଦିନର ଆଶା ପୂରଣ ହେବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସ ଅବା ବୃତ୍ତିଗତ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶ ପାଇବେ ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ସଭା ସମିତିରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ମଧ୍ୟହ୍ନରେ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ କେତେକ ସମସ୍ୟାକୁ ନେଇ ମନରେ ଚିନ୍ତା ଲରିରହିବ । ପେଟ ଜନିତ ଯନ୍ତ୍ରଣା ଓ ମୁଣ୍ଡ ବ୍ୟଥା ପରି କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ବିଛା :

ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ରାଶିରେ କେତୁ ଗ୍ରହର ଅବସ୍ଥାନ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାରରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଵଚ୍ଛଳତା ଶୋଚନୀୟ ହୋଇପାରେ, ଯାହାଫଳରେ ମନ ଉଦାସ ରହିବ । ଅଫିସରେ ଉଚ୍ଚବର୍ଗ ଅଧିକାରୀଙ୍କ ସହାୟତା ଲାଭକରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ରହିଲେ ମଧ୍ୟ ପାଖ ପଡୋଶୀମାନେ ଈର୍ଷାନ୍ୱିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ :

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ନୀଚ ରାଶିରେ ଶୁକ୍ରଥିବାରୁ କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ତେଣୁ ଶତ୍ରୁତା କରୁଥିବା ବ୍ୟକ୍ତି ଓ ନିଜ ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷେତ୍ରରେ କ୍ଷତି ମଧ୍ୟ ସହିବାକୁ ପଡିବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଜାଣିଶୁଣି ଝଗଡା ଲାଗିପାରନ୍ତି । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆର୍ଥିକ ଅନଟନ ଯୋଗୁଁ ମାନସିକ ଦୃଷ୍ଟିକୋଣରୁ ମନରେ ଅସ୍ତିରତା ଲାଗି ରହିବ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଶୁକ୍ରଙ୍କ ରାଜଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସଙ୍ଗେ ସଙ୍ଗେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଲାଭ କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କାର୍ଯ୍ୟ କରିବା ଶୈଳୀ ଦେଖି ଅତ୍ୟନ୍ତ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ନିଜ ସ୍ଥିତି ଅକ୍ଷୁର୍ଣ୍ଣ ରଖିବେ ଓ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ମନରେ ଭାବୁଥିବା କଥାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଭୁଲ୍ ବୁଝାମଣା ବଶତଃ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଜୀବନସାଥୀଙ୍କ ଠାରୁ ଖୁସି ମିଳିପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

କୁମ୍ଭ :

ଉଦାର ମନୋଭାବାପନ୍ନ ହୋଇପାରନ୍ତି । କିନ୍ତୁ ଦ୍ୱିତୀୟସ୍ଥ ମଙ୍ଗଳଙ୍କ କୁପ୍ରଭାବରୁ ଆପଣଙ୍କ ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ପହଞ୍ଚିବ । କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସ କତୃପକ୍ଷ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଅର୍ପଣ କରିପାରନ୍ତି । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ସହ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ କିନ୍ତୁ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ହସ, ଖୁସୀରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ମୀନ :

ଆପଣଙ୍କ ସ୍ଵଭାବ ଓ ବ୍ୟବହାର ଅନ୍ୟକୁ ଆକର୍ଷିତ କରିବ । ରବି ଓ ଶୁକ୍ରଙ୍କ ଶୁଭତ୍ୱ କାରଣରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ । ଆଜି ପରିବାର କଥାକୁ ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ପହଞ୍ଚିବେ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ମନ ସାମୟିକ ବିଚଳିତ ରହିପାରେ । ବୈବାହିକ ଜୀବନ ଖୁସି ଭରା ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *