ଜୀବନରେ ଧନ ସମ୍ବନ୍ଧୀୟ ଅଭାବ ଦୂର କରିବା ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ !

Spread the love

ମଙ୍ଗଳବାର ଦିନ ମୁଖ୍ୟତଃ ପ୍ରଭୁ ହନୁମାନଙ୍କ ଦିନ ବୋଲି ମାନ୍ୟତା ରହିଛି । ମାନ୍ୟତା ଅନୁସାରେ, ଏହି ଦିନରେ ପ୍ରଭୁ ହନୁମାନଙ୍କୁ ସ୍ଵଚ୍ଛ ହୃଦୟରେ ସ୍ମରଣ କରି କୌଣସି କାମ ଆରମ୍ଭ କଲେ, ସେହି କାମରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ଓ ଯଥାଶୀଘ୍ର ସଫଳତା ମଧ୍ୟ ମିଳିଥାଏ । ପୌରଣିକ ଶାସ୍ତ୍ରର ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଆରୋଧନ ନିମନ୍ତେ ନିମ୍ନରେ ପ୍ରଦାନ କରାଯାଇଥିବା କାର୍ଯ୍ୟ କରିବା ଦ୍ଵାରା ଧନ, ସମ୍ପତ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଜୀବନରେ ସୁଖ ଓ ବୈଭବ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା, ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ହନୁମାନ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବ ।

ଏହି ଉପାୟ ଗୁଡ଼ିକୁ କରନ୍ତୁ –

୧) ମଙ୍ଗଳବାର ଦିନ ଗାଈକୁ ରୁଟି ଖାଇବାକୁ ଦେବା ଏକ ଶୁଭକାର୍ଯ୍ୟ ବୋଲି କୁହାଯାଏ । ମଙ୍ଗଳବାର ଦିନ ଘରରୁ ବାହାରୁଥିବା ସମୟରେ ରୁଟି ସହ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ନିଶ୍ଚୟ ଦିଅନ୍ତୁ ।

୨) ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ କିଛି ନା କିଛି ଦାନ କରନ୍ତୁ । ପ୍ରଭୁ ହନୁମାନଙ୍କୁ ଲାଲ କପଡ଼ା ଅର୍ପଣ କରିଲେ, ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

୩) ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଉପରେ ସିନ୍ଦୁର ଓ ମଲ୍ଲି ଫୁଲର ତେଲକୁ ଲଗେଇବା ଦ୍ୱାରା ଧନର ପ୍ରାପ୍ତ ହୋଇଥାଏ ।

୪) ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ତ୍ରକୁ ସ୍ଥାପିତ କରି ପୂଜା କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି କେବେ ମଧ୍ୟ ପ୍ରବେଶ କରିପାରି ନଥାଏ ।

୫) ମଙ୍ଗଳବାର ଦିନ ହନୁମାନ ଚାଳିସା ପଢ଼ୁଥିବା ବ୍ୟକ୍ତି ଯଦି ସୋରିଷ ତେଲରେ ଦୀପ ଜଳେଇ ପୂଜା କରନ୍ତି, ତେବେ ସେମାନଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ସଦାସର୍ବଦା ରହିଥାଏ ।

୬) ପ୍ରଭୁ ହନୁମାନଙ୍କ ପୂଜା କରିବା ସମୟରେ ଗେଣ୍ଡୁ ଫୁଲକୁ ନିଶ୍ଚୟ ବ୍ୟବହାର କରନ୍ତୁ । କାରଣ ଗେଣ୍ଡୁଫୁଲ ପ୍ରଭୁ ହନୁମାନଙ୍କ ଅତି ପ୍ରିୟ ଅଟେ ।

୭) ଉସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜଳେଇଲେ ବହୁତ ଶୁଭ ବୋଲି କୁହାଯାଏ । ଏଭଳି କରିଲେ ଆପଣଙ୍କ ସମସ୍ତ ଆଶା ପୂରଣ ହୋଇଥାଏ ।

୮) ସନ୍ଧ୍ୟାରେ ପ୍ରଭୁ ହନୁମାନଙ୍କ ପ୍ରତିମା ଚତୁଃପାର୍ଶରେ ତିନି ଥର ପରିକ୍ରମା କରିଲେ ବହୁତ ଲାଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିନି ଥରରୁ ଅଧିକ ପରିକ୍ରମା କରନ୍ତୁ ନାହିଁ ।

୯) ଲାଲ କପଡ଼ାରେ ଦକ୍ଷିଣା ବାନ୍ଧି ପ୍ରଭୁ ହନୁମାନଙ୍କୁ ଅର୍ପଣ କରିଲେ ଆପଣଙ୍କ ଧନହାନି ହେବାରୁ ରକ୍ଷା କରିଥାଏ ।

୧୦) ମଙ୍ଗଳବାର ଦିନ ଅଷ୍ଟକ ପାଠ ନିଶ୍ଚୟ କରନ୍ତୁ । ଏଭଳି କରିବା ଦ୍ଵାରା ଜୀବନରେ ଲାଗିରହିଥିବା ଦୋଷରୁ ମୁକ୍ତି ମିଳିଥାଏ ।

ଅନୁଛେଦଟି ପଡିବ ପରେ Commentରେ ଜୟ ଶ୍ରୀରାମ ଲେଖନ୍ତୁ ।