ଆଚାର୍ଯ୍ୟ ଚାଣକ୍ୟ : ସଫଳତା ପାଇବା ପାଇଁ ଏହି କାର୍ଯ୍ୟ କରିବାକୁ ଲଜ୍ଜ୍ୟା ଅନୁଭବ କରନ୍ତୁ ନାହିଁ ।

Spread the love

ସଫଳତା ପ୍ରାପ୍ତ କରିବା ପାଇଁ ବହୁତଗୁଡିଏ ମାର୍ଗ ରହିଛି । କେବଳ ବ୍ୟକ୍ତିଙ୍କୁ ସେହି ମାର୍ଗ ବିଷୟରେ ଜାଣିବା ଦରକାର, କେଉଁ ମାର୍ଗରେ ଚାଲିବା ଉଚିତ ଏବଂ ତା’ପାଇଁ କେଉଁ ମାର୍ଗଟି ଉପଯୁକ୍ତ ହେବ । କୌଣସି ବ୍ୟକ୍ତିକୁ ଅଳ୍ପ ପରିଶ୍ରମରେ ମଧ୍ୟ ସଫଳତା ମିଳିଥାଏ ତ ଆଉ କେଉଁ ବ୍ୟକ୍ତି ଦିନରାତି କଠିନ ପରିଶ୍ରମ କରିଥାଏ ଏବଂ ନିଜ ଦ୍ୱାରା ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ତାକୁ ସଫଳତା ମିଳିପାରି ନ ଥାଏ । ଭଗବାନ ସମସ୍ତଙ୍କ ଭାଗ୍ୟରେ କିଛି ଭିନ୍ନ ଲେଖିଛନ୍ତି ଏବଂ ଏହାକୁ ପ୍ରାପ୍ତ କରିବାର ଉପାୟ ମଧ୍ୟ ସମସ୍ତଙ୍କ ପାଇଁ ଭିନ୍ନ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୁହାଯାଇଥିବା ୩ଟି ବିଷୟରେ ସୂଚନା ପ୍ରଦାନ କରିବାକୁ ଯାଉଛୁ; ଯେଉଁ ମାମଲାରେ ଯଦି ଆପଣମାନେ ଲଜ୍ଜ୍ୟା କରିବେ ନାହିଁ; ତେବେ ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରି ପାରିବେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ବ୍ୟକ୍ତି ମଧ୍ୟ ଯଦି ଏହି ଜିନିଷ ଗୁଡ଼ିକୁ ନେଇ ଲଜ୍ଜ୍ୟା ଛାଡ଼ିଦେବେ, ତେବେ ସଫଳତା ତାଙ୍କ ପଛେ ପଛେ ଦଉଡିବାକୁ ଲାଗିବ । ଯଦି ଆପଣ ମଧ୍ୟ ନିଜ ଜୀବନରେ ଗୋଟିଏ ସଫଳ ବ୍ୟକ୍ତି ହେବାକୁ ଚାହୁଁଛନ୍ତି; ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଏହି ତିନୋଟି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ୩ଟି କଥା ବିଷୟରେ :

ଟଙ୍କା ଦେବା ନେବା ମାମଲାରେ:-

ଏହି କଥାଟି ସମସ୍ତଙ୍କୁ ଜଣା ଯେ, ଆଜିକାର ସମୟରେ ଟଙ୍କା ବହୁତ ଜରୁରୀ ହୋଇଯାଇଛି । ବିନା ଟଙ୍କାରେ କିଛି ମଧ୍ୟ ସମ୍ଭବ ହୋଇପାରେ ନାହିଁ । ଟଙ୍କା ଦ୍ୱାରା ସବୁ ଜିନିଷ ପ୍ରାପ୍ତ କରାଯାଇ ପାରିବ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି; ତେବେ ସଂସାରର ସମସ୍ତ ଶକ୍ତି ଆପଣଙ୍କ ନିକଟରେ ମୁଣ୍ଡ ନୁଆଇବା ପାଇଁ ବାଧ୍ୟ ହୋଇଯାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା କଥା ଯେ, ଟଙ୍କା ଦେବା ନେବା ବା ବିନିମୟ ମାମଲାରେ ତିଳେ ମାତ୍ର ଲଜ୍ଜ୍ୟା କରିବା ଉଚିତ ନୁହେଁ । ଯଦି ଆପଣ କାହାକୁ ମଧ୍ୟ ଟଙ୍କା ଦେଇଛନ୍ତି; ତେବେ ତାହାକୁ ମାଗିବାରେ ଲଜ୍ଜ୍ୟା କଣ ? ଏହି କାରଣରୁ ଟଙ୍କାର ମାମଲାରେ କୌଣସି ପ୍ରକାର ଲଜ୍ଜ୍ୟା ଆମର କ୍ଷତି ସାଧନ କରିପାରେ ।

ଖାଦ୍ୟ ଖାଇବାରେ ଲାଜ :-

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଖାଦ୍ୟ ଖାଇବା ସମୟରେ ବ୍ୟକ୍ତିଙ୍କୁ କେବେ ହେଲେ ଲଜ୍ଜା ଅନୁଭବ କରିବା ଉଚିତ ନୁହେଁ । ବ୍ୟକ୍ତିଙ୍କୁ ଯେତିକି ଦରକାର ତାହା ଅନୁସାରେ ଖାଦ୍ୟ ଗ୍ରହଣ କରିନେବା ଉଚିତ । କେବେ କେବେ ବ୍ୟକ୍ତି କାହା ଘରକୁ ଅତିଥି ଭାବରେ ଯାଇଥାଏ, ତେବେ ଖାଇବାରେ ତିଳେ ମାତ୍ର ସଂକୋଚ କରିବା ଉଚିତ ନୁହେଁ । ଖାଦ୍ୟ ଗ୍ରହଣ କରିବା ସହିତ ଟିକିଏ ମଧ୍ୟ ବୁଝାମଣା ଉଚିତ ନୁହଁ । ଯେତିକି ଖାଦ୍ୟ ଆପଣ ପ୍ରଦିଦିନ ଖାଇଥାନ୍ତି; ସେତିକି ହିଁ ଖାଦ୍ୟ ଖାଆନ୍ତୁ ଏବଂ ଯଦି କମ ପଡ଼ିଯାଏ, ତେବେ ମାଗିବାରେ ଟିକିଏ ମଧ୍ୟ ସଂକୋଚ କରନ୍ତୁ ନାହିଁ ।

ଶିକ୍ଷକଙ୍କୁ ପଚାରନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆମକୁ ବିଦ୍ୟା ଗ୍ରହଣ କରିବା ସମୟରେ କୌଣସି ପ୍ରକାର ଲାଜ କରିବା ଉଚିତ ନୁହେଁ । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ଏବଂ ଆପଣ ଶିକ୍ଷା ଗ୍ରହଣ କରୁଛନ୍ତି; ତେବେ ବିନା କୌଣସି ସଂକୋଚରେ ନିଜ ମତ କିମ୍ବା ପ୍ରଶ୍ନ ଶିକ୍ଷକଙ୍କୁ ପଚାରି ପାରିବେ । ଯେଉଁ ପ୍ରଶ୍ନ ଆପଣଙ୍କୁ ବୁଝି ହେଉ ନାହିଁ ବିନା କୌଣସି ସଙ୍କୋଚରେ ତାହାର ଉତ୍ତର ଶିକ୍ଷକଙ୍କ ଠାରୁ ଜାଣି ନେବା ଉଚିତ । ଯଦି ଏପରି କରାଯାଏ, ତେବେ ଜ୍ଞାନରେ ବୃଦ୍ଧି ହୁଏ ।

ଉପରୋକ୍ତ ଯେଉଁ ସବୁ ସୂଚନା ଆମେ ଆପଣ ମାନଙ୍କୁ ଦେଇଛୁ; ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ତିନୋଟି କଥାକୁ ନିଜ ଜୀବନରେ ଗ୍ରହଣ କରନ୍ତି, ତେବେ ଆପଣଙ୍କ ସମସ୍ତ କଷ୍ଟ ଏବଂ ଦୁଃଖ ସମାପ୍ତ ହୋଇଯିବ ଏବଂ ଆପଣ ଗୋଟିଏ ସଫଳ ବ୍ୟକ୍ତି ହୋଇପାରିବେ । ଆପଣ ଏହି ତିନୋଟି ଜିନିଷରେ କେବେ ହେଲେ ଲଜ୍ଜା ଅନୁଭବ କରନ୍ତୁ ନାହିଁ ନଚେତ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ।