25 ମଇ 2019, ଶନିବାର- ଆର୍ଥିକ ଦୃଷ୍ଟି କୋଣରୁ ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିବ, ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

Spread the love

25 ମଇ 2019, ଶନିବାର- ଆର୍ଥିକ ଦୃଷ୍ଟି କୋଣରୁ ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିବ, ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ :- ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । କର୍ମକ୍ଷେତ୍ରରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । କତେକ କ୍ଷେତ୍ରରେ ଜିଦରେ ଅଟଳ ରହି କାମକୁ ଭଣ୍ଡୁର କରିପାରନ୍ତି । ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିପାରିବ । ବିଳମ୍ବିତ ସମୟରେ ଲକ୍ଷସ୍ଥଳରେ ପହଞ୍ଚିବେ । ମହିଳାମାନଙ୍କର ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ କିଛି ନୂତନ କର୍ମାରମ୍ଭ କରିପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ହର ପାର୍ବତୀ ।

ବୃଷ :- କର୍ମ କ୍ଷେତ୍ରରେ ସହକର୍ମୀ କିମ୍ବା ଘରେ ଗୃହିଣୀ ପ୍ରତିବାଦର ସ୍ୱର ଉଉତ୍ତୋଳନ କରିପାରନ୍ତି । ପରିସ୍ଥିତିରେ ପଡି ଖୋର୍ଚ୍ଚାନ୍ତ ହେବେ ଓ ମନସ୍ତାପ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଶତୃମାନେ ଦୂରେଇ ଯିବେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସହ ସାନ୍ନିଧ୍ୟରେ ଆସିବେ । ମହିଳାମାନଙ୍କ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବା କଷ୍ଟକର ହେବ । ଦାମ୍ପତ୍ୟ କଳହର ଅବସାନ ଘଟିବ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ :- ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ । ଦିନଟିରେ ବିନୟପୁର୍ଣ୍ଣ ବ୍ୟବହାର ଦ୍ୱାରା କାମ ହାସଲ କରିପାରନ୍ତି । କର୍ମକ୍ଷେତ୍ରରେ ମଉଳି ଯାଉଥିବା ଆଶା ପୁଣି କଅଁଳି ଉଠିବ । ସରକାରୀ କାମରେ ସଫଳତା ପାଇବେ । ପ୍ରତ୍ୟେକ କାମ ବିବେକର ସହ କରନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ଆଜିର ଦିନଟି ଆପଣ ପାଇଁ କିଛି ବେସ୍‌ ଭଲ ରହିବ । ଅଚାନକ ଧନଲାଭ ହେବ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ ଓ ପଦୋନ୍ନତି ହେବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଅର୍ଥ ସଙ୍କଟ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ଯାତ୍ରା ଓ କଚେରୀ ମାମଲାରେ ଶୁଭଫଳ ମିଳିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଧାର୍ମିକ ଆୟୋଜନରେ ସେବା କରିବାର ଅବସର ମିଳିବ । ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ମଧ୍ୟ ପାଇବେ । ଅଫିସରେ କୌଣସି ଖୁସି ଖବର ମିଳିବ । ମିତ୍ର ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଧାର କରକ କରି କାମ ଚଳାଇ ନେବେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ମହିଳାମାନେ ସନ୍ତାନମାନଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ । ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ । କୌଣସି ବଡ଼ ନେଣଦେଣ କରିପାରନ୍ତି । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । କଥାବାର୍ତ୍ତାରେ ସଂଯମତା ନ ରକ୍ଷା କଲେ ବିବାଦଗ୍ରସ୍ତ ହୋଇପଡିବେ । କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ । ଖୋଜୁଥିବା ଜିନିଷ ହଠାତ ପାଇଯିବେ । ମହିଳାମାନଙ୍କ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ କଟକଚଣ୍ତୀ ।

ତୁଳା: ଊର୍ଜାର ସ୍ତର ଉଚ୍ଚା ରହିବ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । ଅଫିସରେ ବାତାବରଣ ଅନୁକୂଳ ରହିବ । ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ । ଧର୍ମ କାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି । ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ମଧ୍ୟ କରିପାରିବେ । ସାଧାରଣ କଥାକୁ ଅସାଧାରଣ ଭାବେ ଉପସ୍ଥାପନ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ମହିଳାମାନେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅବହେଳା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା: ସଫଳତା ମିଳିବା ହେତୁ ମହତ୍ତ୍ ଆକାଂକ୍ଷା ବଳ ମିଳିବ । ଧନପ୍ରାପ୍ତିର ପ୍ରବଳଯୋଗ ରହିଛି । ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ । ବରାଦ ଅନୁଯାୟୀ ବିଳାସ ସାମଗ୍ରୀ କ୍ରୟ କରିପାରନ୍ତି । ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ । ଖାଦ୍ୟପେୟ ଠିକ୍ ରହିବନାହିଁ । ପଡ଼ୋଶୀମାନେ କଣ୍ଟାବାଡ଼ରେ ଲୁଗା ଛାଟି କହଳ କରିପାରନ୍ତି । ମହିଳା ମାନଙ୍କ ପାଇଁ ଦିନଟି ଖୁସିରେ କଟିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ଧନୁ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ଅଚାନକ ଧନପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ହୋଇପାରେ । ଆର୍ଥିକ ଅନଟନ ସତ୍ତ୍ୱେ ପରିସ୍ଥିତିକୁ ସମ୍ଭାଳି ନେବେ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ମହିଳାମାନେ ସାମୟିକ ଭାବେ କୌଣସି କଥାକୁ ଚିନ୍ତା କରି ଆଶଙ୍କାଗ୍ରସ୍ତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର: ପିତା ବା ବୟୋଜ୍ୟେଷ୍ଠଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି । ଆବଶ୍ୟକ ଜିନିଷଟି ଅନ୍ୟକୁ ଦେଇ ଅପଦସ୍ତ ହୋଇପାରନ୍ତି । ନିର୍ମାଣଧିନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପରିବାରିକ ପ୍ରତିକୁଳ ପରିସ୍ଥିତି ଯୋଗୁଁ ଯୋଜନା ଗୁଡିକ ଠିକ୍ ଭାବରେ ସମ୍ପୂର୍ଣ୍ଣ ହେବନାହିଁ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବେ । ମହିଳାମାନେ ପ୍ରଶଂସା ବଦଳରରେ କେବଳ ଅଭିଯୋଗ ଶୁଣି ମନ ଖରାପ କରିବେ। ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ । ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ । ବନ୍ଧୁଙ୍କ ତରଫରୁ ସମସ୍ୟା ଆସିପାରେ । ଯାତ୍ରା, ପରିବହନ, ଆନୁଷ୍ଠାନିକ କାମ, ମାଲିମୋକଦ୍ଧମାରେ ସଫଳତା ମିଳିବ । ମହିଳାମାନେ ଶାରୀରିକ ପୀଡ଼ାରେ କଷ୍ଟ ପାଇପରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ବରୀ ।

ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ । କର୍ମକ୍ଷେତ୍ରରେ ବୀରଙ୍କ ଭଳି କାର୍ଯ୍ୟ କରିବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ସଫଳତାରେ ଅସମର୍ଥ ହୋଇ ଅନ୍ୟମାନଙ୍କୁ ସନ୍ଧେହ ଚକ୍ଷୁରେ ଦେଖିପାରନ୍ତି । ଗତକାଲି ଠାରୁ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ ହେବାରେ ସମ୍ୟକ କଷ୍ଟକର ହେବ । ବୃତ୍ତି, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ଦୁର୍ବଳ ରିହିବା କାରଣରୁ କେତେକ କାମ ଠିକ୍ ଭାବରେ ହୋଇ ପାରିବନାହିଁ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାରେ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବୁଢ଼ୀଠାକୁରାଣୀ ।