୨୫ ଲକ୍ଷ ଖର୍ଚ୍ଚ କରି ପତ୍ନୀଙ୍କୁ ପଢିବା ପାଇଁ ବିଦେଶ ପଠାଇଥିଲେ, କିନ୍ତୁ ନ ଜଣାଇ ସେଠାରେ ଦ୍ୱିତୀୟ ବିବାହ କରି ନେଇଥିଲେ ।

Spread the love

ବିନା ଛାଡ଼ପତ୍ରରେ ଯୁବତୀ ଜଣଙ୍କ ଦ୍ଵିତୀୟ ବିବାହ କରି ନେଇଥିଲେ, ପ୍ରଥମ ପତିଙ୍କୁ ଏହି ବିଷୟରେ ଜ୍ଞାନ ମଧ୍ୟ ନଥିଲା । ଦ୍ଵିତୀୟ ପତିଙ୍କ ସହ କାନ୍ନାଡ଼ାରେ ରହିବା ପାଇଁ ଲାଗିଲେ ।

ପଞ୍ଜାବର ଏକ ପତି ନିଜ ପତ୍ନୀଙ୍କୁ ପଢିବା ପାଇଁ କାନ୍ନାଡ଼ା ପଠାଇ ଦେଇଥିଲେ ଏବଂ ସେଠାକାର ସମସ୍ତ ଖର୍ଚ୍ଚ ମଧ୍ୟ ନିଜେ ପତି ଉଠାଇଥିଲେ । କିନ୍ତୁ ପାଠ ପଢା ଶେଷ କରିବା ପରେ ପତ୍ନୀ ଜଣଙ୍କ ଦ୍ଵିତୀୟ ବିବାହ କରିନେଇ ଥିଲେ ଏବଂ ନିଜର ଦ୍ଵିତୀୟ ପତିଙ୍କ ସହ କାନ୍ନାଡ଼ାରେ ରହିବା ପାଇଁ ଲାଗିଲେ । ପତ୍ନୀଙ୍କ ସହ ସାକ୍ଷାତ ପରେ, ପତ୍ନୀର ଆତ୍ମଦ୍ରୋହୀ କର୍ଜ୍ୟାକଳାପରେ ରୁଷ୍ଟ ହୋଇ ପ୍ରଥମ ପତି ପଞ୍ଜାଵ ପୋଲିସରେ ନିଜ ପତ୍ନୀ ଓ ପତ୍ନୀଙ୍କ ପରିବାର ବିରୁଦ୍ଧରେ ମାମଲା ରଜ୍ଜୁ କରିଛନ୍ତି । ପୋଲିସ ବର୍ତ୍ତମାନ ଏହି କେଶର ଯାଞ୍ଚ ଆରମ୍ଭ କରିଛି ।

ପୁରା ଘଟଣା କଣ ?

ପଞ୍ଜାବର ମୋଗାର ବସିନ୍ଧା ଯଶପ୍ରୀତ ସିଂହଙ୍କ ବିବାହ ୧ ମାର୍ଚ୍ଚ ୨୦୧୧ରେ ହୋଇଥିଲା । ବିବାହର ଛଅ ମାସ ପରେ ଯଶପ୍ରୀତ ନିଜ ପତ୍ନୀଙ୍କୁ ପଢ଼ାଇବା ପାଇଁ କାନ୍ନାଡ଼ା ପଠାଇ ଦେଇଥିଲେ ଏବଂ ସମସ୍ତ ଖର୍ଚ୍ଚ ମଧ୍ୟ ଉଠାଇଥିଲେ । ଯଶପ୍ରୀତଙ୍କ ପତ୍ନୀ କାନ୍ନାଡ଼ାରେ ଚାରି ବର୍ଷ ପର୍ଯ୍ୟନ୍ତ ରହିଥିଲେ ଏବଂ ୨୦୧୫ରେ ଭାରତ ଫେରିଥିଲେ । ପଞ୍ଜାଵ ଆସିବା ପରେ ଯଶପ୍ରୀତଙ୍କ ପତ୍ନୀ ନଜ ପ୍ରଥମ ପତିଙ୍କ ଘରକୁ ଯାଇ ନ ଥିଲେ କିନ୍ତୁ ନିଜ ପିତାମାତାଙ୍କ ଘରକୁ ଚାଲି ଯାଇଥିଲେ । କିଛି ମାସ ପରେ ଯଶପ୍ରୀତ ସିଂହଙ୍କ ପତ୍ନୀ କୌଣସି ସୂଚନା ନ ଦେଇ ଦ୍ଵିତୀୟ ବିବାହ କରି ନେଇଥିଲେ । ଯଶପ୍ରୀତଙ୍କ ପରିବାର ଅନୁସାରେ ଯଶପ୍ରୀତଙ୍କ ପତ୍ନୀ ଲୁଧିଆନରେ ୨୯ ନଭେମ୍ବର ୨୦୧୫ରେ ରାମପୁର ବାସିନ୍ଧା ଜଣେ ଯୁବକ ସହ ବିବାହ କରି ନେଇଥିଲେ ଏବଂ ପରେ ନିଜ ଦ୍ଵିତୀୟ ପତିଙ୍କ ସହ ଯୁବତୀ ଜଣଙ୍କ କାନ୍ନାଡ଼ା ଚାଲି ଯାଇଥିଲେ । ସେଠାରେ ସେ ରହିବା ପାଇଁ ଲାଗିଲେ ।

ପତ୍ନୀଙ୍କ ପାଠପଢା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିଥିଲେ :

ଯଶପ୍ରୀତଙ୍କ ଅନୁସାରେ ତାଙ୍କର ପରିବାର ଏବଂ ସେ ପତ୍ନୀଙ୍କ ପଢା ବାବଦକୁ ୨୫ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ବିବାହ ସମୟରେ ସ୍ଥିର ହୋଇଥିଲା, ସେ ନିଜ ପତ୍ନୀଙ୍କୁ ପାଠପଢା ପାଇଁ କାନ୍ନାଡ଼ା ପଠାଇବେ ଏବଂ ପତ୍ନୀ ସେଠାରେ ନିଜର ପାଠପଢ଼ା ଶେଷ କରିବା । ପରେ ଯଶପ୍ରୀତଙ୍କୁ ମଧ୍ୟ ସେଠାକୁ ଡକାଇ ଦେବେ । କିନ୍ତୁ ପାଠ ପଢା ଶେଷ କରିବା ପରେ ଯଶପ୍ରୀତଙ୍କ ପତ୍ନୀ ନିଜ କଥା ରଖି ନ ଥିଲେ । ବିନା ଛାଡ଼ପତ୍ରରେ ଦ୍ଵିତୀୟ ଯୁବକ ସହ ବିବାହ କରି ନେଇଥିଲେ । ଯଶପ୍ରୀତଙ୍କ ଅନୁସାରେ ଏହି ବିଷୟରେ ତାଙ୍କୁ ଜ୍ଞାତ ମଧ୍ୟ ନ ଥିଲା ଯେ, ତାଙ୍କ ପତ୍ନୀ ଦ୍ଵିତୀୟ ବିବାହ କରି ନେଇଥିଲେ ଏବଂ କାନ୍ନାଡ଼ାରେ ଯାଇ ରହିବା ପାଇଁ ଲାଗିଥିଲେ ।

ଟଙ୍କା ଦେବା ପାଇଁ ପରିବାର ଲୋକେ ମନା କରି ଦେଇଥିଲେ :

ଯେତେବେଳେ ଯଶପ୍ରୀତ ନିଜ ପତ୍ନୀଙ୍କ ପରିବାର ଲୋକଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ; ସେହି ସମୟରେ ଯୁବତୀଙ୍କ ପରିବାର ଯୁବତୀଙ୍କ ପାଇଁ ଖର୍ଚ୍ଚ ହୋଇଥିବା ୨୫ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରିବା ପାଇଁ ମନା କରି ଦେଇଥିଲେ । ଏହି ଘଟଣା ପରେ ଯଶପ୍ରୀତ ନିଜ ପତ୍ନୀ ଏବଂ ପତ୍ନୀଙ୍କ ପରିବାର ବିରୁଦ୍ଧରେ କେଶ ଦାଏର କରିଥିଲେ । ପରେ ପୋଲିସ ଏହି ମାମଲାର ଯାଞ୍ଚ କରି ଯୁବତୀ, ଯୁବତୀଙ୍କ ପିତା ଏବଂ ଅନ୍ୟ ଜଣେ ଯୁବକ ବିରୁଦ୍ଧରେ ଧୋକ୍କାବାଜିର କେଶ ରଜ୍ଜୁ କରିଛି । ଏହି ତିନି ଜଣଙ୍କୁ ଗିରଫ କରିବା ପାଇଁ ଚେଷ୍ଠା ଚଳେଇଛି । ବର୍ତ୍ତମାନ ଯୁବତୀ ଏବଂ ତାଙ୍କର ଦ୍ଵିତୀୟ ପତି ଉଭୟ କାନ୍ନାଡ଼ାରେ ରହୁଛନ୍ତି ।