25 ଅପ୍ରେଲ 2019 ଗୁରୁବାର : ମା ଲକ୍ଷ୍ମୀଙ୍କ କୃପାରୁ ଖୁସି, ଆନନ୍ଦଉଲ୍ଲାସ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସ୍ଵାଗତ କରିବେ ଓ ଦୂର ହେବ ଆର୍ଥିକ ଅନଟନ ….

Spread the love

25 ଅପ୍ରେଲ 2019 ଗୁରୁବାର : ମା ଲକ୍ଷ୍ମୀଙ୍କ କୃପାରୁ ଖୁସି, ଆନନ୍ଦଉଲ୍ଲାସ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସ୍ଵାଗତ କରିବେ ଓ ଦୂର ହେବ ଆର୍ଥିକ ଅନଟନ ….

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଜୀବନକୁ ସକାରାତ୍ମକ ବନାନ୍ତୁ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ସାମାଜିକ ପତିଆରା ଅମଳିନ ରହିବ । କାର୍ଜ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ । ଆୟ ଅନୁପାତରେ ଖର୍ଚ୍ଚର ମାତ୍ରା ଅଧିକ ହେବ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ । ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ଆକସ୍ମିକ ଧନହାନୀ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ । ବ୍ୟବସାୟରେ ଅର୍ଥକ ସ୍ଥିତି ମାଧ୍ୟମ ସ୍ଥିତିର ରହିବ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ କଟିବ । ଅନ୍ୟର ଉପକାର କରି ପ୍ରଶଂସା ପାଇବେ । ରାଜନୀତି କାମରେ ରୁଚି ବଢ଼ିବ । କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ । ଉତ୍ସାହର ସହିତ ସବୁ କାମ କରିବେ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରେ ଉନ୍ନତି ହେବ । ନୂଆ ଜିନିଷପତ୍ର କିଣିବା ପାଇଁ ସମୟ ଶୁଭ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ । ପାରିବାରିକ ସ୍ତର ହସ ଖୁସିରେ କଟିବ । ମହିଳାମାନଙ୍କର ରାଜନୀତିରେ ସଫଳତା ମିଳିବ ଓ କର୍ମକ୍ଷେତ୍ରଟି ସୁଦୃଢ ହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କର୍କଟ: ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ଶୁଭ ଖବର ପାଇ ଖୁସି ହେବେ । ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ସିଂହ: ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବ୍ୟବସାୟରେ ସୁଧାର ଆଣିବେ। ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ଅଫିସରେ ଅଧିକ ଦାୟିତ୍ବ ନିର୍ବାହ କରିବେ । ସହକର୍ମୀଙ୍କ ସହଯୋଗ ମିଳିବ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । କେତେକ କ୍ଷେତ୍ରରେ ସାମାନ୍ୟ ସୁବିଧା ପାଇବେ । ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ଅଫିସରେ କର୍ତ୍ତୃତ୍ଵ ବଢ଼ିବ । ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ତୁଳା: ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ଯାନବାହାନ ବ୍ୟବସାୟରେ ବେଶ୍ ଆନନ୍ଦ ପାଇବେ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୀରବତା ରକ୍ଷାକରି ପରିସ୍ଥିତିକୁ ସମର୍ପଣ କରି ଦେବା ଉତ୍ତମ ହେବ । ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବିଛା: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ । ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି ଓ ସମ୍ମାନଜନକ ଘଟଣା ଘଟି ପାରେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଅତି ସହଜରେ ବାକିଥିବା ଅର୍ଥ ପାଇବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।

ଧନୁ: ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ଓ ଲାଭଦାୟକ ରହିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ଜଟିଳ ପରିସ୍ଥିତି ଦୂରେଇ ଯିବ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଜମିର ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ମହିଳାମାନେ ବ୍ୟୟୋଜ୍ୟେଷ୍ଟଙ୍କ ଠାରୁ ପ୍ରଶଂସିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ମକର: ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । କୋର୍ଟ କଚେରି ମାମଲାରେ ବିଜୟୀ ହେବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । କର୍ମ ଓ ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବେକାର ଯୁବକ ଯୁବତୀଙ୍କୁ ଘରୋଇ କମ୍ପାନୀରେ ଚାକିରିର ସୁବିଧା ମିଳିବ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ: ବେପାରୀଙ୍କ ଲାଗି ଭଲ ଦିନଟିଏ । ଭାବିଥିବା କାମ ଅଚାନକ ପୂରା ହୋଇଯିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ଆର୍ଥିକ ସ୍ଥିତି ବୃଦ୍ଧି ହେବ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।