24 ସେପ୍ଟେମ୍ବର 2019, ମଙ୍ଗଳବାର – ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ଆର୍ଥିକ

Spread the love

24 ସେପ୍ଟେମ୍ବର 2019, ମଙ୍ଗଳବାର – ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ଆଜି ଆମେ ଆପଣଙ୍କୁ ମଙ୍ଗଳବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ମାନଙ୍କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ପ୍ରଭୁଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ । ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ଆଜି ସକାଳୁ ସକାଳୁ ଆକସ୍ମିକ ଭାବରେ କୌଣସି ବନ୍ଧୁ ସ୍ଵତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ । ବେପାରିଙ୍କୁ ଅଚାନକ ଧନଲାଭ ହେବ । ଅଫିସରେ ଲାଗି ରହିଥିବା ଦ୍ଵନ୍ଦ ଦୂର ହେବ ଏବଂ ସହକର୍ମୀଙ୍କ ସହଯୋଗ ମଧ୍ୟ ପାଇବେ । ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି ହୋଇପାରନ୍ତି । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ପାରିବାରିକ ଜୀବନରେ ସୁଖୀ ରହିବେ । ପ୍ରେମ ସମ୍ବନ୍ଧରେ ମନୋକାମନା ପୂରା ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ । ବ୍ୟବସାୟୀମାନଙ୍କ ଆର୍ଥିକସ୍ଥିତି ସୁଧାର ଆସିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି । ପରିବହନରେ ଝଗଡାର ସମ୍ଭାବନା ରହିଛି । ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରି ପାରନ୍ତି । ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ବୈବାହିକ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ମଙ୍ଗଳା ।

ମିଥୁନ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ । ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ଵର ।

କର୍କଟ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ । ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ । ସ୍ଥଗିତ ଥିବା କାମ ଅତିଶୀଘ୍ର ପୂରା ହୋଇଯିବ । ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ସିଂହ: ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । କିଛି ନୂଆ କରିବା ଲାଗି ଚିନ୍ତା କରିବେ । ହୋଟେଲ ବ୍ୟବସାୟୀଙ୍କ ଲାଗି ଲାଭପ୍ରଦ ହେବ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ସଭାସମିତିରେ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମହାଜନୀ ଋଣ ପରିଶୋଧ କରିବା ସକାଶେ ବ୍ୟସ୍ତ ରହିପାରନ୍ତି । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବୁଢ଼ୀ ଠାକୁରାଣୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ବ୍ୟକ୍ତିତ୍ଵର ବିକାଶ ହେବ । ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ । ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଯଥେଷ୍ଟ ଲାଭ ପାଇବେ । ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ଚିନ୍ତିତ ହେବେ । ବନ୍ଧୁଙ୍କ ଆଶ୍ୱାସନା ଲାଭ କରି ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଚିନ୍ତା ଦୂର ହେବ । ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଦାଂପତ୍ୟ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀକୃଷ୍ଣ ।

ତୁଳା: କୌଣସି ଖବର ପାଇ ମନ ବିଚଳିତ ହୋଇପାରେ । ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନୀ ରହନ୍ତୁ । ଭାଗୀଦାରି କାରବାରରେ ଆଜି ପାଇଁ ଅର୍ଥ ନିବେଶ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ଲାଗି ରହିବା । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ବାହନ ସାବଧାନତାର ସହ ଚଳାନ୍ତୁ । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଯାଈ ।

ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ଆପଣଙ୍କର ପଦ ପ୍ରତିଷ୍ଠା ବଢ଼ିପାରେ । କଳାକାରଙ୍କ ଲାଗି ଦିନଟି ଅନୁକୂଳ । ଆପଣଙ୍କ ପ୍ରତିଭାର ଲୋକଙ୍କୁ ପ୍ରେରଣା ମିଳିବ । ଆଜିର ଯାତ୍ରା ସମୟରେ, ବନ୍ଧୁ ମିଳନରେ, ସଭା ସମିତିରେ, ଆଗ୍ରହୀ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନସନ୍‌ ବଢିପାରେ । ପାରିବାରିକ ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ । ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ: ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ । ଭାବିଚିନ୍ତି କାମ କରନ୍ତୁ, ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ । ଆଜି ହଠାତ୍‌ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି । କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । କୌଶଳ ପ୍ରୟୋଗ କରି, ବନ୍ଧୁମାନଙ୍କୁ ମନାଇ, ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ । ସଭା ସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସଦବ୍ୟବହାର କରିବା କାଠିକର ପାଠ ହେବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ । ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । ଦୀର୍ଘଦିନରୁ ଅଟକି ରହିଥିବା ଅମୀମାଂସୀତ ସମସ୍ୟାଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ ନାହିଁ । ଚାକିରି ଜୀବିମାନେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ନିଜେ ମଧ୍ୟ ପ୍ରଶଂସିତ ହେବେ । ଯାନ ବାହାନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପରିବାରରେ ମତ ପାର୍ଥକ୍ୟ କାରଣରୁ ଅଶାନ୍ତି ଉପୁଜିବ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ: ଦିନଟି ଆପଣଙ୍କ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ହଠାତ୍‌ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଅଫିସ ଏବଂ ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ । ସିନୟରଙ୍କ ସହଯୋଗରେ ଆପଣଙ୍କର କୌଣସି ଆଶା ପୂରା ହେବ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ । ଭୂସମ୍ପତ୍ତି କିଣିବା ଲାଗି ଦିନଟି ଭଲ । ପରିବହନ ଦିଗରୁ ଲାଭବାନ୍‌ ହେବେ । ଜମିଜମା କାରବାରରେ ସମସ୍ୟା ସମାଧାନ ହୋଇଯିବ । କଚେରି ମାମଲାରେ ସମସ୍ୟା ସମାଧାନ ହୋଇଯିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ମୀନ: ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ହୋଇ କାମଗୁଡ଼ିକ ସହଜରେ ହୋଇଯିବ ଓ ପ୍ରଶଂସିତ ହେବେ । ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ । ସମସ୍ୟା ସମାଧାନ ସହଜରେ ହେବ । ସମାଜରେ ପ୍ରତିଷ୍ଠା ବଢ଼ିବ । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ନିଜ ଲୋକମାନଙ୍କ ଚାଲି ଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରି ପାରନ୍ତି । ଧାତୁ, ଅଳଙ୍କାର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।