24 ଅଗଷ୍ଟ 2019, ଶନିବାର – ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁଶିର ସମ୍ବାର । ଦୂର ହେବ ସମସ୍ତ ବାଧାବିଘ୍ନ, କର୍ମକ୍ଷେତ୍ରରେ ଆଶାତୀତ

Spread the love

24 ଅଗଷ୍ଟ 2019, ଶନିବାର – ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁଶିର ସମ୍ବାର । ଦୂର ହେବ ସମସ୍ତ ବାଧାବିଘ୍ନ, କର୍ମକ୍ଷେତ୍ରରେ ଆଶାତୀତ ଲାଭ ପାଇବେ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ: ଲାଭ କ୍ଷତି ହିସାବରେ ଅଧିକ ସମୟ କଟିବ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡ଼ିକ ଅଟକିବ ନାହିଁ । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ଅନୁରୋଧ ବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ । ସାମାଜିକ ସ୍ତରରେ ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ ତଥାପି ନିଜ ଲୋକଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ: ଚାକିରିରେ ନିଷ୍ଠାର ସହିତ କାମ କରି ଭଲ ପରିଣାମ ପାଇବେ । ଯୌଥ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ । ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ପରିସ୍ଥିତି ଆଡକୁ ଗତି କରିପାରେ । ମହିଳାମାନେ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ: ବେପାର ବୃତ୍ତିରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ । ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ । ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ । ରାଜନୈତିକ କ୍ଷେତ୍ର, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆଜିର ଯାତ୍ରା ସମୟରେ କୌଣସି ଅଜଣା ବନ୍ଧୁଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଆପଣଙ୍କର କୌଣସି ସ୍ଵପ୍ନ ପୂରା କରିବାରେ ସଫଳ ହେବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବର ଯୋଗ ରହିଛି । ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାଯ୍ୟ କରିବ । ପ୍ରେମ ଆଳାପ ପାଇଁ ଦିନଟି ଭଲ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ସିଂହ: ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ; ସର୍ବ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ କରିବେ । ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର କରିବା ଲାଗି ମହତ୍ଵପୂର୍ଣ୍ଣ ଲୋକମାନଙ୍କ ସହିତ ଆଲୋଚନା କରିପାରନ୍ତି । ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ଅଶାନ୍ତ ରହିବେ । ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ । ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରୁ ଉତ୍ସାହିତ ହେବେ । ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ପୁରୁଣା ସଉଦାରୁ ଲାଭ ହେବ । ଅଧିକାରୀ ବର୍ଗଙ୍କ ସହିତ ମିଳାମିଶା ବଢ଼ିବ । ଅତୀତର କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା: ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ପୂରା ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ବ୍ୟବସାୟର ଉନ୍ନତି ପାଇଁ ଚେଷ୍ଟା କରିବେ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସହଜରେ ସମାଧାନ କରିପାରିବେ କିନ୍ତୁ ଉଚ୍ଚାଧିକାରୀଙ୍କ ଅଯଥାରେ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ରାଜ୍ୟ ବାହାରକୁ ଯାଇପାରନ୍ତି । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବିଛା: ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇପାରନ୍ତି । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲଭ ମିଳିବ । କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଆକସ୍ମିକ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଧାର କରଜ କରି ଚଳାଇ ନେବେ । ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ: ଆଜି ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ବ୍ୟବସାୟରେ ନୂଆ ସ୍ରୋତରୁ ଧନଲାଭ ହୋଇପାରେ । ଅଫିସ୍‌ କାମରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ବଢ଼ିଆ ଚାକିରର ସୁଯୋଗ ଆସିପାରେ । ରାଜନୀତିରେ ସଫଳତା ପାଇବେ । ପୂର୍ବରୁ ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମକର: ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ହଠାତ୍‌ ବନ୍ଧୁମାନଙ୍କ ଅନୁରୋଧକ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଧବଳେଶ୍ଵର ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ନୂଆ ସମ୍ଭାର ନେଇ ଆସିବ । ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ । ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ବାଦ-ବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପୁରୁଣା ରୋଗରୁ ଅରାମ ମିଳିବ । ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ । ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଆକଶିନୀଳ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ । ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେବ ତଥାପି ଆର୍ଥିକ ସ୍ଥିତି ଭଲ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହର ପାର୍ବତୀ ।