24 ବର୍ଷ ପରେ ଚଳଚିତ୍ର ପରଦାର ପିତାଙ୍କୁ ସାହାରୁଖ୍ ଖାନ୍ ଙ୍କ କଥା ମନେ ପଡିଛି । ସାହାରୁଖ୍ କହିଛନ୍ତି ଘରକୁ ଆସନ୍ତୁ ପାପା ଗେମ୍ ଖେଳିବା ।

Spread the love

ଅନୁପମ ଖେରଙ୍କ ଟ୍ୟୁଟର୍ ର ଉତ୍ତରରେ ସାହାରୁଖ୍ ଲେଖିଛନ୍ତି Cool ଡାଡି ଆସ ସାପ ସିଡ଼ି ଖେଳିବା ।

ଅନୁପମ୍ ଖେର୍ ଏବଂ ସାରୁଖ୍ ଅନେକ ଚଳଚିତ୍ର ମିଳିତ କରିଛନ୍ତି । ସେମାନଙ୍କ ଚଳଚିତ୍ର “ଦିଲୱାଲେ ଦୁଲ୍-ହାନିଆଁ ଲେଜାଏଙ୍ଗେ” ଦୁହିଁଙ୍କ ଅଭିନୟର ସମସ୍ଥଙ୍କୁ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ଅନୁପମ୍ ସାରୁଖଙ୍କ ପିତାଙ୍କ ଅଭିନୟ କରିଥିଲେ । ଏହି ଫିଲ୍ମ ରିଲିଜ ହୋଇ ୨୪ ବର୍ଷ ହୋଇସାରିଛି କିନ୍ତୁ ଦୁହିଁଙ୍କ ସମ୍ପର୍କ ଆଜି ମଧ୍ୟ ସେହିପରି ରହିଛି । ଏହି ସମ୍ପର୍କକୁ ଦେଖି ଅନୁପମ୍ ଏକ ଟ୍ୟୁଇଟ୍ କରିଥିଲେ ।

“ଦିଲୱାଲେ ଦୁଲ୍-ହାନିଆଁ ଲେଜାଏଙ୍ଗେ” ପରେ ଦର୍ଶକ ଅନୁପମଙ୍କୁ, ସାହାରୁଖ୍ ଖାନ୍ ଙ୍କ ଅସଲି ପିତା ବୋଲି ଭାବିଥିଲେ କିଛି ଲୋକ । ଏହାର କାରଣ ହେଉଛି ଅନୁପମ ଏବଂ ସାହାରୁଖ୍ ଏକାଠି ଅନେକ ଚଳଚିତ୍ର କରିଛନ୍ତି ।

୨୪ ବର୍ଷ ପରେ ସାରୁଖଙ୍କୁ ମନେ ପକାଇଥିଲେ ଅନୁପମ୍ ଖେର୍ :

ଅନୁପମ୍ ଟ୍ୟୁଇଟ୍ କରି ଏକ ଜିଆଇଏଫ୍ ଶେୟର କରିଛନ୍ତି ଯାହା “ଦିଲୱାଲେ ଦୁଲ୍-ହାନିଆଁ ଲେଜାଏଙ୍ଗେ” ଚଳଚିତ୍ର ଅଟେ । ଏହି GRFରେ ସାରୁଖ୍ ଏବଂ ଅନୁପମ୍ ମସ୍ତି କରିବାର ଦେଖା ଯାଉଛି ।ଅନୁପମ୍ ନିଜ ଟ୍ୟୁଇଟରରେ ଲେଖିଛନ୍ତି; ମୋର ସାରୁଖ ଖାନ୍, ନିୟୁର୍କରେ ହଠାତ ତୁମ କଥା ମନେ ପଡିଯାଇଛି । ଆମେ ଦୁହେଁ ମିଳିତ ଅନେକ ସମୟ ବିତାଇଛେ । କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ଆମେ ବହୁତ ବଡ ହୋଇଗଲୁ । ମୋର ପ୍ରେମ ଏବଂ ଆଶୀର୍ବାଦ । “ଦିଲୱାଲେ ଦୁଲ୍-ହାନିଆଁ ଲେଜାଏଙ୍ଗେ” । ଏହି ଟ୍ୟୁଇଟ୍ ଦେଖିବା ପରେ ସାହାରୁଖ୍ ମଧ୍ୟ ଉତ୍ତର ଦେଇଛନ୍ତି ।

ସାହାରୁଖ୍ ଖାନ୍ ଉତ୍ତର ଦେଇଛନ୍ତି :

ଯେତେବେଳେ ଅନୁପମଙ୍କ ଏହି ଟ୍ୟୁଇଟ୍, ସାହାରୁଖ୍ ଖାନ୍ ଦେଖିଥିଲେ ସେହି ସମୟରେ ହିଁ ଏହାର ଉତ୍ତର ଦେଇଛନ୍ତି । ସାହାରୁଖ୍ ଲେଖିଛନ୍ତି ବର୍ତ୍ତମାନ ଆମ ହୃଦୟ ପିଲାଙ୍କ ପରି, ଆପଣ ଘରକୁ ଆସନ୍ତୁ ଆମେ ମିଶି ସାପ ସିଡ଼ି ଖେଳିବା । ସେହିପରି ବାଲିରେ ଘର ତିଆରି କରିବା । “ମିସ୍ ୟୁ” । ଏହି ଉତ୍ତର ଦେଖିବା ପରେ ଅନୁପମ ଉତ୍ତର ଦେଇ ଲେଖିଛନ୍ତି; ଘରକୁ ଆସିବା ପରେ ମିଶୁଛି । ଦୁହିଁଙ୍କ ସମ୍ପର୍କ ଅତି ପୁରୁଣା ଏବଂ ମଜଭୁତ ଅଟେ । କିନ୍ତୁ ସମୟ ଅଭାବ ହେତୁ ଦୁହେଁ ମିଶି ପାରନ୍ତି ନାହିଁ ।

ଅନେକ ଫିଲ୍ମରେ ଦୁହେଁ ମିଳିତ କାମ କରିଛନ୍ତି :

ସାହାରୁଖ୍ ଖାନ୍ ଏବଂ ଅନୁପମ୍ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଯେଉଁଥିରେ “କୁଛ୍ କୁଛ୍ ହୋତା ହୈ”, “ଦିଲୱାଲେ ଦୁଲ୍-ହାନିଆଁ ଲେଜାଏଙ୍ଗେ”, “ଡର୍” ଇତ୍ୟାଦି । ଦୁହିଁଙ୍କୁ ଶେଷ ଥର ପାଇଁ “ହ୍ୟାପି ନିୟୁର”ରେ ଦେଖିବା ପାଇଁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ପ୍ଲାପ ହୋଇଥିଲା ।