24 ମଇ 2019, ଶୁକ୍ରବାର ରାଶିଫଳ : ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବା ମାଆ ସନ୍ତୋସୀଙ୍କ କୃପା ! ଆର୍ଥିକ ସମ୍ବନ୍ଧୀୟ କ୍ଷେତ୍ରରେ

Spread the love

24 ମଇ 2019, ଶୁକ୍ରବାର ରାଶିଫଳ : ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବା ମାଆ ସନ୍ତୋସୀଙ୍କ କୃପା ! ଆର୍ଥିକ ସମ୍ବନ୍ଧୀୟ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ସମସ୍ତଙ୍କ ମନ ଜିଣିପାରିବେ । ପଡ଼ୋଶୀଙ୍କଠାରୁ ଭଲ ଖବର ପାଇବେ । ବ୍ୟବସାୟରେ ଲାଭବାନ ହେବେ କିନ୍ତୁ ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଧିକ ରହିଛି । ଆନ୍ତରିକ ଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ମାନସିକ ଶାନ୍ତି ଅନୁଭବ କରିବେ । ଆପଣ ସଚ୍ଚୋଟ ପଣିଆ ନିମନ୍ତେ କର୍ମକ୍ଷେତ୍ରେରେ ସମ୍ମାନ ବଢିବ । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇବେ । ମହିଳାମାନେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ, ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରାତାରିଣୀ ।

ବୃଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଫୋନ୍‌ରେ ନିକଟ ସମ୍ପର୍କୀୟଙ୍କ ସହିତ ଦୀର୍ଘ ସମୟ ଧରି କଥାବର୍ତ୍ତା ହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ ଆଖପାଖ ଅଂଚଳକୁ ଯାତ୍ରା କରନ୍ତୁ ନାହିଁ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଚାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ବ୍ୟବସାଇକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ରାଜନୀତିରେ ସଫଳହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ମହିଳାମାନେ ପପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି କରିବେ ।ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ସଫଳତା ପାଇବା ଦିଗରେ ଅଗ୍ରସର ହେବେ । ଚାକିରି ଅନ୍ବେଷଣରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ପ୍ରସ୍ତାବ ମିଳିବ । ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ସିଂହ: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ଆପଣଙ୍କର ନୂଆ ଲୋକଙ୍କ ସହିତ ପରିଚୟ ହେବ । ପ୍ରତିଯୋଗିତାରେ ସଫଳତା ପାଇବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଏଭଳି କାର୍ଯ୍ୟ କରନ୍ତୁ; ଯାହା କରିବା ପାଇଁ ଆପଣ ସକ୍ଷମ ହେ‌ାଇପାରିବେ । ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ । ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । ଚାକିରିରେ ସ୍ଥାନାନ୍ତର ଭୟ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ । ମହିଳାମାନେ ବନ୍ଧୁଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ତୁଳା: ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।, ବ୍ୟବସାୟ ବାଣିଜ୍ୟରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । କୋର୍ଟ କଚେରି ମାଲିମକଦ୍ଦମାର ଆପଣଙ୍କ ସପକ୍ଷରେ ରହିବ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ, ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଅନେକ ଦିନ ଧରି ଚାଲିଥିବା ଅପ୍ରୀତିକର ଘଟଣାର ଆଶୁ ସମାଧାନ ହେବ । ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ । ବ୍ୟବସାୟରେ ଲାଭବାନ ହେବେ, ଅଚାନକ ଧନ ପ୍ରାପ୍ତି ଯୋଗ ରହିଛି । ଚାକିରୀ କ୍ଷେତ୍ରରେ କୌଣସି ଉଚ୍ଚପଦକୁ ଉତୀର୍ଣ୍ଣ ହୋଇପାରନ୍ତି । ରାଜନୀତିରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ବିଦ୍ୟାରେ ଉନ୍ନତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ: ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ । ବିଦେଶ ଯିବା ପାଇଁ ଯୋଜନା କରିବେ । ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । କର୍ମ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ଆପଣଙ୍କ କଥାକୁ ଅଫିସରେ କର୍ତ୍ତୃପକ୍ଷ ସକାରାତ୍ମକତାର ସହ ନେବେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ପ୍ରେମ ବ୍ୟାପାର ଲାଗି ସମୟ ଭଲ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ପାଇଁ ସମ୍ୟକ ଅପ୍ରୀତିକର ରହିବ । ଅଫିସ କିମ୍ଭା ନିଜ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ । ଚାକିରୀକ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ଲକ୍ଷ୍ୟ ହାସଲ ଲାଗି ବଡ଼ଭାଇଙ୍କ ସାହାଯ୍ୟ ପାଇବେ । ଶାରୀରିକସୁସ୍ଥତା ଅନୁଭବ କରିବେ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ବିଦ୍ୟାର୍ଥୀମାନଙ୍କୁ ଶୁଭ-ସୂଚନା ପ୍ରାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ହାସ୍ୟାସ୍ପଦ ରହିବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । ବାଣିଜ୍ୟ କ୍ଷେତ୍ରରେ କୌଣସି ନୂଆ କାମ ବା ନୂଆ ଅର୍ଡର ମିଳିପାରେ । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ସମାଧାନ କରି ପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ମହିଳାମାନେ ମଧ୍ୟ ବୟୋଜ୍ୟେଷ୍ଟଙ୍କ ଠାରୁ ପ୍ରସଂଶିତ । ହେବେ ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ପାର୍ବତୀ ।

ମୀନ: ପ୍ରଭୁଙ୍କ ସେବା ଓ ଧ୍ୟାନରେ ମନକୁ ଶାନ୍ତି ମିଳିବ । ଆଧ୍ୟାତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ । ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ଯାହା ବି କାମ କରିବେ, ସହଜରେ ପୂରା ହେବ । ଘରର ଗୁରୁଜନ ବା ମାତା-ପିତାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ମହିଳାମାନେ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟାଇବେ । ବିଦ୍ୟାର୍ଥୀମାନେ ମାନସିକ ଚିନ୍ତାରେ ପଡ଼ିବେ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ବାବା ଆଖଣ୍ତଳମଣି ।