24 ଫେବୃଆରୀ ରବିବାର 2019 ରାଶିଫଳ : ଏହି 6ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ ଓ ସବୁ ଇଚ୍ଛା ପୁରାଣ ହେବ

Spread the love

24 ଫେବୃଆରୀ ରବିବାର 2019 ରାଶିଫଳ : ଏହି ୬ଟି ରାଶିମାନଙ୍କର ଭାଗ୍ୟ ବଦଳିବ ଓ ସବୁ ଇଚ୍ଛା ପୁରାଣ ହେବ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ । ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନେବେ । ଧୈର୍ଯ୍ୟ ବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ସରକାରୀ ନେଣଦେଣରେ ଆପଣଙ୍କୁ ଲାଭ ମିଳିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଭଗବାନଙ୍କ ନାମ ସ୍ମରଣ କରନ୍ତୁ ଆତ୍ମସନ୍ତୋଷ ମିଳିବ । ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ଅଫିସରେ ଶାନ୍ତିର ବାତାବରଣ ରହିବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ଓ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମିଥୁନ: ଆପଣଙ୍କ କାର୍ଯ୍ୟକଳାପକୁ ଅନ୍ୟମାନେ ସମାଲୋଚନା ଆଲୋଚନା କରିବେ । ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧୢାନକେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । କୌଣସି କାମରୁ ବଡ଼ ଫାଇଦା ହୋଇପାରେ । ନୂଆ ପରିଧାନ ଓ ଗହଣା କିଣିବେ । ପ୍ରମୋଶନ ସୂଚନାପାଇ ଖୁସି ହେବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ: ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ ।ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହୋଇପାରେ କିନ୍ତୁ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଋଣମୁକ୍ତି ହେବେ ଓ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ମହିଳାମାନେ ନିଜ କାର୍ଯ୍ୟ ବ୍ୟସ୍ତ ରହିବେ ଓ କିଛି ନୂଆ ଧାତୁ ନିର୍ମିତ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ତୁଳା: ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କୌଣସି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଚ୍ଛୁକ ରହିବେ । ବିଭିନ୍ନ ସଭା ସମିତରେ ଯୋଗ ଦେବେ ଏବଂ ଆପଣଙ୍କୁ ପ୍ରସଂଶିତ ମଧ୍ୟ ପାଇବେ । କୌଣସି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଭାଗ୍ୟର ସହଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା, ଫଳରେ ଦିନଟି ହସ ଖୁସିରେ ବିତିବ । ବ୍ୟବସାୟୀଙ୍କୁ ବ୍ୟବସାୟ କ୍ଷେତ୍ରରୁ ଧନଲାଭ ହେବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ମହିଳାମାନେ ଉଚିତ୍ପନ୍ଥା ଗ୍ରହଣ କରିବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅନ୍ୟମନସ୍କ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ଧନୁ: ନିଜର ଯୋଜନାମୁତାବକ କାମ କଲେ କୌଣସିପ୍ରକାର ଅସୁବିଧା ହେବନାହିଁ । କୋର୍ଟ କଚେରୀ ମାଲିମୋକଦ୍ଦମାରେ ସଫଳତା ମିଳିବ । ଅତୀତର ମନୋସ୍କାମନା ପୂରଣ ହେବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଦ୍ୱାରା ନିଜେ ଅପଦସ୍ଥ ହୋଇପାରନ୍ତି, ସଜାଗ ରହିବ ନିଜ ପାଇଁ ଭଲ । ଆର୍ଥିକ ସଙ୍କଟ ଦେଖା ଦେଇପାରେ । ମହିଳାମାନେ ନିଜ କାମ ଠାରୁ ଅନ୍ୟମନସ୍କ ରହିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ମକର: ଦିନଟି ସକାରାତ୍ମକ ଭରା ରହିବ । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଉତ୍ତମ ରୋଜଗାର କରିପାରିବେ । ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ପ୍ରେମରେ ସଫଳତା ମିଳିବ । ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ପୂରା ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ । ନାନା ସମସ୍ୟାର ସମାଧାନ ହେବ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ପୁରୁଣା ମିତ୍ରଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ପ୍ରଭୁ ହନୁମାନ ।

ମୀନ: ବ୍ୟବସାୟିକ କାର୍ଯ୍ୟ ଲାଗି ଦିନଟି ଭଲ ରହିବ । ଆର୍ଥିକ ମାମଲାରୁ ଲାଭବନ ହେବେ । ପାରିବାରିକ ଦାୟିତ୍ୱ ଆପଣଙ୍କୁ ଅର୍ପଣ କରାଯାଇପାରେ । ସନ୍ଧ୍ୟାରେ ସାଙ୍ଗଙ୍କ ସହ ହସଖୁସିରେ ସମୟ କଟିବ । ସମ୍ପର୍କୀୟଙ୍କ ଠାରୁ ଶୁଭ ସୂଚନା ପାଇ ବେଶ ଖୁସି ହେବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବ ଯାହାଫଳରେ ମନ ହାଲୁକା ହୋଇଯିବ । ଦୂରଯାତ୍ରାରେ ସଫଳତା ମିଳିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନିଜର ଯୋଜନାମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।