24 ଅପ୍ରେଲ୍ 2019, ବୁଧବାର : ଏହି ୬ଟି ମହାଦେବଙ୍କ ରାଶିକୁ ମିଳିବ ପରିଶ୍ରମର ଫଳ…….

Spread the love

24 ଅପ୍ରେଲ୍ 2019, ବୁଧବାର : ଏହି ୬ଟି ମହାଦେବଙ୍କ ରାଶିକୁ ମିଳିବ ପରିଶ୍ରମର ଫଳ…….

ଗ୍ରହ ନକ୍ଷେତ୍ରମାନଙ୍କର ସ୍ଥିତି ସର୍ବଦା ସମାନ ରହି ନ ଥାଏ । ପ୍ରତିଦିନ ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ହୋଇଥାଏ, ଯାହାର ପ୍ରଭାବ ମନୁଷ୍ୟଙ୍କ ଉପରେ ପଡିଥାଏ । ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଭାବିଥିବା କାମ ଅଚାନକ ପୂରା ହୋଇଯିବ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । କାର୍ଯ୍ୟର ସୁଫଳ ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଯୌଥ କାରବାରରେ ଲାଭ ପାଇବେ । ଚାକିରିକ୍ଷେତ୍ରରେ ପ୍ରଶଂସା ମିଳିବ । ଯୋଗାଯୋଗରେ ଅଗ୍ରଗତି ଘଟିବ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ମହିଳାମାନେ ପାରିବାରିକ ସ୍ଥିତିକୁ ନେଇ ସମ୍ୟକ ବିଚଳିତ ରହିବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ: ଭଗବାନଙ୍କୁ ସ୍ମରଣ କରନ୍ତୁ; ଦିନ ଖୁସିରେ କାଟିବା । ଚିନ୍ତାଧାରା ଉନ୍ନତମାନର ହେବ । ଚଞ୍ଚଳ ପ୍ରକୃତିର ହେବେ । ବ୍ୟବସାୟ ଲାଭଜନକ ହେବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ । ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି । ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ । ଷ୍ଟକ ଓ ମ୍ୟିଚୁଆଲ୍‌ଫଣ୍ତରେ ନିବେଶ କରନ୍ତୁ, ଭବିଷ୍ୟତରେ ଭଲ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ମିଥୁନ: ମାଆ ବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କ ଲକ୍ଷସ୍ଥଳରେ ପହଞ୍ଚିବା ସହଜ ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କ ନିକଟରେ ଦୋଷୀ ହେବ, ତେଣୁ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ । ସାବଧାନତା ଅବଲମ୍ବନ କରନ୍ତୁ । ସମାଜ ସେବାରେ ସକ୍ରିୟ ଅଂଶ ଗ୍ରହଣ କରିବେ, ଯାହା ଫଳରେ ସମଜରେ ମାନସମ୍ମାନ ବୃଦ୍ଧି ହେବ । ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ । ମହିଳା ବନ୍ଧୁଙ୍କ ଠାରୁ ଉପହାର ପାଇବେ । ସ୍ବାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ: ମନରୁ ନକରାତ୍ମକ ପ୍ରଭାବ ଦୂର ହେବ । ଆତ୍ମା ବିଶ୍ବାସ ବୃଦ୍ଧି ହେବ । ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ବ୍ୟକ୍ତିଙ୍କ ମନ କଥା ଶୀଘ୍ର ବୁଝିନେବେ । ବେପାର ବୃତ୍ତି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟରେ ନୂତନ ଚିନ୍ତା ଧାରା ଖୋଲିବେ । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସଫଳତା ମିଳିବ । ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପ୍ରେମ ପାଇଁ ଦିନ ଭାରି ଭଲ । ଶୁଭରଙ୍ଗ: ବାଦାମୀ । ଆରାଧନା: ମହାଲକ୍ଷ୍ମୀ ।

ସିଂହ: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ । ଅଫିସରେ ବାତାବରଣ ଅନୁକୂଳ ରହିବ । କୌଣସି ବିଶେଷ ଦାୟିତ୍ଵ ମିଳିପାରେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭର ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ରାଜନୀତିରେ ସୀମା ବଢ଼ାଇବେ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । ସେବା ପୂଜାରେ ମନୋନିବେଶ କରିପାରନ୍ତି । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀ ଠାରୁ ଉପହାର ପାଇବେ । ମହିଳାମାନେ ସାମାନ୍ୟ ଅସ୍ୱାସ୍ଥ୍ୟ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲୋକନାଥ ।

କନ୍ୟା: ସଂଘର୍ଷର ଫଳ ସନ୍ତୋଷଜନକ ହେବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ । ବ୍ୟବସାୟରେ ନୂତନଧାରା ଖୋଲିବେ । ଚାକିରିରେ ବଡ଼ ସଫଳତା ମିଳିବାର ଯୋଗ ରହିଛି । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନହେବ ଓ ଆୟରସ୍ରୋତ ବୃଦ୍ଧିହେବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପୁରାତନ ରୋଗର ଉପସମ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ତୁଳା: ଧାର୍ମିକକାର୍ଯ୍ୟରେ ରୁଚି ବଢ଼ିବ । ସମୟ ଆନନ୍ଦମୟ ହେବ । ଆଗକୁ ନଜର ରଖନ୍ତୁ, ଜରୁରୀ କାମ ପୂରା କରିବା ପାଇଁ ଯୋଜନା କରି ନିଅନ୍ତୁ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । କର୍ମକ୍ଷେତ୍ରରେ ଶୁଭଖବର ପାଇ ଖୁସି ହେବେ । ରଚନାତ୍ମକ କାମରେ ଆପଣଙ୍କୁ ଲାଭ ହୋଇପାରେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହେବାକୁ ଚେଷ୍ଟା କରିବେ । ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବିଛା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ । ମନରେ ନୂଆ ନୂଆ ବିଚାର ଆସିବ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜି ପାରେ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ କିନ୍ତୁ ଅଯଥା ଖର୍ଚ୍ଚ ବଢିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ଧନୁ: ଦେବାଦେବୀଙ୍କ ପୂଜାର୍ଚ୍ଚନା କରନ୍ତୁ, ମନ‌େର ଆତ୍ମା ବିଶ୍ୱସ ବୃଦ୍ଧି ହେବ, ସାହସ ବଢ଼ିବ, ସମ୍ମାନ ମିଳିବ ଓ ଆର୍ଥିକ ସ୍ଥିତି ମଜବୁତ ରହିବ । ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ହେବେ । ପରିବାରରେ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ରାଜନୀତି କ୍ଷେତ୍ରରେ ଅଶାନ୍ତି ଭୋଗିବେ ଓ କାର୍ଯ୍ୟ କ୍ଷେତ୍ରର ପରିବର୍ତ୍ତନ ହେବ । ସନ୍ଧ୍ୟାରେ ଘରେ ସମାରୋହର ଆୟୋଜନ କରିପାରନ୍ତି । ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ମକର: ଦୃଢ ବିଶ୍ୱାସ ଓ ଆତ୍ମବଳ ବୃଦ୍ଧି ପାଇବ । ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଅଫିସରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ । ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ: ପୂଜାପାଠରେ ଅଧିକ ସମୟ ବିତିବ । ସ୍ତ୍ରୀ ଓ ମାଆଙ୍କର ପୂରା ସହଯୋଗ ପାଇବେ । କଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କୌଣସି ସମ୍ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି । ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବନ୍ଧୁଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ସୁଖଭାର ରହିବା । ପ୍ରେମ ପାଇଁ ଦିନଟି ଅତି ଉତ୍ତମ ଅଟେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଶାରଳା ।

ମୀନ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ । ଉଚ୍ଚପଦ ଅଳଙ୍କୃତ ପାଇଁ ବାଧା ଦୂର ହେବ । ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ । ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ । ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ । ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ । ଦାମ୍ପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ । ଶୁଭରଙ୍ଗ: ହଳଦିଆ ।ଆରାଧନା: ମାଆ ଅମ୍ବିକା ।