23 ଅଗଷ୍ଟ 2019, ଶୁକ୍ରବାର – ଅଦ୍ଭୁତ ସଂଯୋଗ, ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ…. ସମସ୍ତ କାର୍ଯ୍ୟରେ

Spread the love

23 ଅଗଷ୍ଟ 2019, ଶୁକ୍ରବାର – ଅଦ୍ଭୁତ ସଂଯୋଗ, ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ…. ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପ୍ରାପ୍ତି କରିବେ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ । ସବୁ ସମସ୍ୟାର ସମାଧାନ ହୋଇଯିବ । କାର୍ଯ୍ୟକ୍ଷେତ୍ରରେ ବଢ଼ିଆ ଢ଼ଙ୍ଗରେ କାମ କରିବେ । ନୂତନ କର୍ମାରମ୍ଭ ପ୍ରୀତିପଦ ହେବାରୁ ମାନସିକ ସ୍ତରରେ ବହୁତ ଖୁସୀ ରହିବେ । ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ । ରାଜନୀତିରେ କିମ୍ବା ସାମାଜିକ ସ୍ତରରେ ବହୁତ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଆର୍ଥିକସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ । ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ଜୀବନ ସାଥୀଙ୍କ ଠାରୁ ଉପହାର ପାଇବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ । ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୀତିରେ ଖ୍ୟାତି ବଢ଼ିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ସହଜାତ ପ୍ରବୃତି ଜନିତ ନିଜର କୃତି ଓ କୃତିତ୍ୱ ହେତୁ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ମିଥୁନ : କାମ ସମୟ ପୂର୍ବରୁ ପୂରା ହୋଇପାରେ । ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ । ସମାଜରେ ଲୋକପ୍ରିୟତା ବଢ଼ିବ । ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ । ବ୍ୟବସାୟରେ ଆର୍ଥିକ ସମ୍ବନ୍ଧିତ କୌଣସି ଚିନ୍ତା ରହିବା ନାହିଁ । ଅଫିସରେ କୌଣସି କାମ ଲାଗି ଆପଣଙ୍କୁ ପ୍ରଶଂସା ମିଳିବ । ପଡୋଶୀଙ୍କ ମାଧ୍ୟମରେ ଆନନ୍ଦ ଦାୟକ ଖବର ପାଇ ବିସ୍ମିତ ହୋଇପାରନ୍ତି । ପ୍ରେମ ଆଳାପ ପାଇଁ ଭଲ ଦିନଟିଏ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିବାରୁ ମାନସିକ ଶାନ୍ତି ଫେରି ଆସିବ । ସ୍ଵାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ପାଟଣେଶ୍ଵରୀ ।

କର୍କଟ : ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । ଉନ୍ନତି ପାଇଁ ବିଭିନ୍ନ ମାର୍ଗ ଆପଣଙ୍କ ସାମନାକୁ ଆସିବ । ଦୀର୍ଘ ଦିନର ଅଭିଳଷିତ କାର୍ଯ୍ୟ ସାଧନ ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସୀ ହେବେ । ସମସ୍ୟା ସମାଧାନ କ୍ଷେତ୍ରରେ ଅଧୀର ନହୋଇ ମନ୍ଥର ଗତରେ ଆଗକୁ ବଢିବା ଭଲ । ମାନସିକ ଅଶାନ୍ତିକୁ ଦୂରେଇବାରେ ପ୍ରିୟବନ୍ଧୁଙ୍କ ଅବଦାନକୁ ଭୁଲିହେବନି । ବ୍ୟବସାୟରେ ଲାଗି ରହିଥିବା ସମସ୍ତ ଝାଞ୍ଜଟ ବାଧାବିଘ୍ନ ଦୂର ହେବ । ଚାକିରି ଜୀବିମାନେ କାର୍ଯ୍ୟ କ୍ଷେତ୍ରରେ ଶତୃମାନଙ୍କୁ ପରାଜିତ କରିବାରେ ସକ୍ଷମ ହେବେ । ସାମାଜିକ ସମାରୋହକୁ ଯାଆନ୍ତୁ, ମାନ ସମ୍ମାନ ବୃଦ୍ଧି ହେବ । ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ସିଂହ : ପୂରା ଦିନ ଖୁସି ମନରେ ରହିବେ । ଜୀବନସାଥୀଙ୍କ ଠାରୁ ସୁଖ ପାଇବେ । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଆୟର ନୂଆ ସ୍ରୋତ ମିଳିପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ । ଆଜ୍ଞାବହ ଭାବେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ରାଜନୈତିକ ମହତ୍ୱଆକାଂକ୍ଷା ପୂରା ହେବ ଓ ଉଚ୍ଚପ୍ରଶଂସିତ ହେବେ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ଶ୍ରୀକୃଷ୍ଣ ।

କନ୍ୟା : ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ଲାଭ ସଙ୍ଗକୁ ସମସ୍ୟା ସମାଧାନ କରିବା ସକାଶେ ପ୍ରଯତ୍ନ କରି ପାରନ୍ତି । ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ବ୍ୟବସାୟୀମାନେ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୈତିକ ପ୍ରଭାବ ବୃଦ୍ଧି ହେବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟ, ପରିବହନ, ହୋଟେଲ କ୍ଷେତ୍ରରେ ଶୁଭଫଳ ପାଇବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ତୁଳା : ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଦୁଃଶ୍ଚିନ୍ତା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବ୍ୟବସାୟରେ ସାମାନ୍ୟ ମନ୍ଥର ରହିବା, ଯାହାଫଳରେ ମନ ପ୍ରସନ୍ନ ରହିବା ନାହିଁ । ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ । କୌଣସି ଖୁସି ଖବର ପାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ସମସ୍ୟାବହୁଳ ହୋଇପାରେ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ । ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

ଧନୁ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ । ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ନିଜର ଦକ୍ଷତା ହେତୁ ସଭାସମିତିରେ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକ ମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ମକର: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ଅବହେଳା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିବ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ବ୍ୟବସାୟର ବଡ଼ ସଉଦା ହାତରେ ଲାଗିପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ: ଭାଗ୍ୟ ବଦଳାଇବା ପାଇଁ ସମୟ ଭଲ । ପରୋକ୍ଷଭାବେ ଶତ୍ରୁତା କରୁଥିବା ଅନେକ ଲୋକ ଆପଣଙ୍କ ପଛରେ କିନ୍ତୁ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟରେ ଭଲ ସୁଯୋଗ ପାଇବେ । ସାମାଜିକ ସଂପର୍କ ବଢ଼ିବ । ଅଚାନକ ଧନଲାଭ ହେବ । ଆଜିର ଯାତ୍ରା, କଳା, ସାହିତ୍ୟରୁ ପ୍ରଶଂସିତ ହେବେ । ଯାନବାହାନ ଚାଳନାରେ, କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ନାରାୟଣୀ ।

ମୀନ: ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରିବେ । ଆଶା କରୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ । ଚାକିରିରେ ସନ୍ତୁଷ୍ଟ ରହିବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ । ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ରୋଗ, ଋଣ ଓ ଶତ୍ରୁତା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହିବ ନାହିଁ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।