୨୩ବର୍ଷ ପୂର୍ବରୁ ମିନାକ୍ଷୀ ଶେସାଦ୍ରି ଛାଡି ଦେଇଥିଲେ ବଲିଉଡ । ଫିଲ୍ମ ଠାରୁ ଦୂରରେ ରହି ବର୍ତ୍ତମାନ କରୁଛନ୍ତି ଏହି କାମ ।

Spread the love

୯୦ଦଶକର ସୁପରହିଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ମିନାକ୍ଷୀ ଶେସାଦ୍ରି ହେଉଛନ୍ତି ଅନ୍ୟତମ । ୮୦ଦଶକର ଜଣାଶୁଣା ଅଭିନେତ୍ରୀ ମିନାକ୍ଷୀ ସେସାଦ୍ରି ଆରମ୍ଭ କରିଥିବା ଦମଦାର୍ ଅଭିନୟ ୯୦ଦଶକ ପର୍ଯ୍ୟନ୍ତ ଚାଲିଥିଲା । ଅନେକ ଗୁଡିଏ ହିଟ ଫିଲ୍ମ ଏବଂ ଅନେକ ପ୍ରଶଂସାରେ ମିନାକ୍ଷୀ ସାଉଁଟି ଥିଲେ । ମିନାକ୍ଷୀ ତାଙ୍କ ସମୟର ସବୁଠାରୁ ବଡ଼ ହିରୋଇନ ଥିଲେ ଏବଂ ତାଙ୍କ କ୍ୟାରିୟରରେ ହିଟ-ଫ୍ଲୋପ ଫିଲ୍ମ ଏକା ସାଥିରେ ଚାଲୁଥିଲା । ନିଜର ଅଭିନୟ ଏବଂ ସୁନ୍ଦରତାରେ ସେ ବହୁତ ନାମ କମାଇ ଥିଲେ କିନ୍ତୁ ଉଚ୍ଚ ଶିଖରକୁ ଛୁଇଁ ଥିଲେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ହଠାତ୍ ଅଲବିଦା କହି ଦେଇଥିଲେ । ମିନାକ୍ଷୀ ସେସାଦ୍ରି ୧୯୯୫ ମସିହାରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର୍ ହରିସ ମୈସୁରଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, କେବଳ ୧୭ବର୍ଷ ବୟସରେ ୧୯୮୧ମସିହାରେ ସେ ମିସ ଇଣ୍ଡିଆର ବହିକୁ ନିଜ ନାମରେ କରିଦେଇଥିଲେ । ସେତେବେଳେ ସେ ସସିକଳା ସେସାଦ୍ରି ନାମରେ ପରିଚିତ ଥିଲେ । ମିସ ଇଣ୍ଡିଆ ବହି ଜିତିବାର ୩ବର୍ଷ ପରେ ସେ ବଲିଉଡରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ପେଂଟର ବାବୁ’ ଥିଲା । ମିସ ଇଣ୍ଡିଆ ହେବା ପରେ ଖବର କାଗଜରେ ଫୋଟୋ ଛପିଥିଲା ଏବଂ ଯେତେବେଳେ ସେହି ଫୋଟୋ ଉପରେ ମନୋଜ ବାବୁଙ୍କର ନଜର ପଡିଥିଲା ଠିକ ସେତିକି ବେଳେ ସେ ସ୍ଥିର କରି ଦେଇଥିଲେ ଯେ, ତାଙ୍କର ଆସୁଥିବା ଫିଲ୍ମ ‘ପେଂଟର ବାବୁ’ର ହିରୋଇନ ସେ ହିଁ ହେବେ ଏବଂ ବିନା ସ୍କ୍ରିନ ଟେଷ୍ଟରେ ମିନାକ୍ଷୀଙ୍କୁ ଫିଲ୍ମ ପାଇଁ ସାଇନ କରାଇ ନିଆଗଲା ।

‘ପେଂଟର ବାବୁ’ ଫିଲ୍ମ ପୁରାପୁରି ଭାବରେ ଫ୍ଲୋପ ହୋଇଯାଇଥିଲା । ଏଥି ସହିତ ମିନାକ୍ଷୀଙ୍କ ବଲିଉଡ ଫିଲ୍ମ ଠାରୁ ମୋହ ଭାଙ୍ଗି ଯାଇଥିଲା । ସେ ବଲିଉଡକୁ ଛାଡି ଦେବା ପାଇଁ ମନ ବଳାଇ ନେଇଥିଲେ କିନ୍ତୁ ସେତେବେଳେ ସୌମନ ସୁଭାଷ ଘଇ ନିଜ ଫିଲ୍ମ ‘ହିରୋ’ର ହିରୋଇନ ପାଇଁ ଖୋଜା ଆରମ୍ଭ କରିଥିଲେ ଏବଂ ତାଙ୍କର ଏହି ଖୋଜା ମିନାକ୍ଷୀଙ୍କ ପାଖରେ ଆସି ରହି ଯାଇଥିଲା । ମିନାକ୍ଷୀ ସେସାଦ୍ରିଙ୍କୁ ସମସ୍ତେ ଫିଲ୍ମ ‘ହିରୋ’ ଠାରୁ ଧ୍ୟାନ ଦେଇଥିଲେ । ଫିଲ୍ମରେ ତାଙ୍କ ଅପଜିଟରେ ଜୈକି ଶ୍ରଁଫ ଥିଲେ । ଏହା ବ୍ୟତୀତ ମିନାକ୍ଷୀ ‘ଦାମିନି’ ଫିଲ୍ମ ଠାରୁ ନିଜର ଅଭିନୟରେ ସମସ୍ତଙ୍କୁ ଦିୱାନା ବନାଇ ଦେଇଥିଲେ । ସେ ତାଙ୍କ କ୍ୟାରିୟରରେ “ମେରୀ ଜଙ୍ଗ, ଘାୟଲ, ଘାତକ, ସହଂଶାହ, ଘର ହୋ ତୋ ଏସା ଏବଂ ତୁଫାନ” ଭଳି ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ମିନାକ୍ଷୀ ସେସାଦ୍ରି ଏବଂ ସନୀ ଦେଅଲ ୧୯୯୬ ମସିହାରେ ଆସିଥିବା ଫିଲ୍ମ ‘ଘାତକ’ ରାଜକୁମାର ସନ୍ତୋସିରେ କାମ କରିଥିଲେ । ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା ଏବଂ ଏହା ତାଙ୍କର ଶେଷ ଫିଲ୍ମ ଥିଲା । ବଲିଉଡରେ ରାଜ୍ କରିବା ପରେ ମିନାକ୍ଷୀ ୧୯୯୫ ମସିହାରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିସ ମୈସୁରଙ୍କ ସହିତ ବିବାହ କରିଥିଲେ । ମିନାକ୍ଷୀ ବିବାହ ପରେ ଆମେରିକାର ଟେକ୍ସସରେ ରହିଥିଲେ । ଏହାପରେ ତାଙ୍କ ପତି ଆମେରିକାର ରାଜଧାନୀ ଓ୍ବାସିଙ୍ଗଟନକୁ ପୋଷ୍ଟିଂଗ ପାଇଗଲେ । ମିନାକ୍ଷୀ ମଧ୍ୟ ତାଙ୍କ ସାଥିରେ ଆସିଗଲେ । ଡେଲସରେ ତାଙ୍କର “ଚେରିସ ଡାନ୍ସ ସ୍କୁଲ” ଚାଲୁଅଛି । ପୁଅ ଜୋଶ ଏବଂ ଝିଅ କେନ୍ଦ୍ରା ମଧ୍ୟ ସାଥିରେ ଅଛନ୍ତି, ସେଠାରେ ପାଠ ପଢୁଛନ୍ତି । ମିନାକ୍ଷୀଙ୍କର ପୁରା ଧ୍ୟାନ ନିଜର ପରିବାର, ପୁଅ-ଝିଅ ଉପରେ ହିଁ ରହିଛି ।

ମିନାକ୍ଷୀଙ୍କୁ ଅଭିନୟ ଅପେକ୍ଷା ନାଚରେ ମଧ୍ୟ ବହୁତ ଇଛା ଥିଲା । ସେଥିପାଇଁ ତୋ ସେ ଫିଲ୍ମ ଠାରୁ ଦୁରେଇ ଗଲେ କିନ୍ତୁ ନାଚ ସହିତ ନିଜକୁ ଯୋଡି ରଖିଥିଲେ । ଟେକ୍ସସରେ ମିନାକ୍ଷୀ ନିଜର ଡାନ୍ସ ସ୍କୁଲ ଚଲାଉଛନ୍ତି । ୨୦୦୮ ମସିହାରେ ମିନାକ୍ଷୀ ତାଙ୍କର ଏହି ଡାନ୍ସ ସ୍କୁଲ ଖୋଲିଥିଲେ ଏବଂ କିଛି ବର୍ଷରେ ଏହି ସ୍କୁଲ ବହୁତ ନାମ କମାଇଥିଲା । ଏଠାକୁ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ ହୋଇ ଯାଇଥିବା ବ୍ୟକ୍ତି ମଧ୍ୟ ନାଚ ଶିଖିବାକୁ ଆସିଥାନ୍ତି । ମିନାକ୍ଷୀ ଏଠାରେ ଭାରତୀୟ କ୍ଲାସିକାଲ ଡାନ୍ସର ଭିନ୍ନ ଭିନ୍ନ ମୁଦ୍ରା ବିଷୟରେ ଲୋକକୁ ପରିଚିତ କରାଉଛନ୍ତି ଏବଂ ଶିକ୍ଷା ମଧ୍ୟ ଦେଉଛନ୍ତି । ମିନାକ୍ଷୀ ନିଜେ ଭାରତନାଟ୍ୟମ ଠାରୁ ଆରମ୍ଭ କରି କୁଚିପୁଡି, କଥକ ଏବଂ ଓଡିଶୀ ଭଳି ଡାନ୍ସ ଫୋର୍ମସ୍ ପିଲା ମାନଙ୍କୁ ଶିକ୍ଷା ଦେଉଛନ୍ତି ।