23 ମାର୍ଚ୍ଚ ୨୦୧୯ ଶନିବାର – ଶାନିଦେବଙ୍କ କୃପାରୁ ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ହେବ ନୂଆ ପରିବର୍ତ୍ତନ…….

Spread the love

23 ମାର୍ଚ୍ଚ ୨୦୧୯ ଶନିବାର – ଶାନିଦେବଙ୍କ କୃପାରୁ ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ହେବ ନୂଆ ପରିବର୍ତ୍ତନ…….

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଦିନଟି ଆପଣଙ୍କ ଲାଗି ସୁଖଦାୟକ ରହିବ । ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ । ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ମାନସିକଶାନ୍ତି ଅନୁଭବ କରିବେ । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ:ଧଳା । ଆରାଧନା:ମହାଲକ୍ଷ୍ମୀ ।

ବୃଷ: ଆଜି ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସମ୍ୟକ ସମସ୍ୟା ଉତ୍ପନ୍ନ ହୋଇପାରେ । ମହତ୍ଵପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣନ୍ତୁ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରି କଷ୍ଟ ଅନୁଭବ କରିବେ । ବହୁତ ପରିଶ୍ରମ କଲେ ବ୍ୟବସାୟ ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ନୂଆ ଏକ୍ସପେରିମେଣ୍ଟ ପ୍ରୟୋଗ କରିପାରିବେ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ବ୍ଯବସାୟିକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆ ଉତ୍ସାହ ନେଇ କାମ କରିବେ । ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ । ରାଜନୀତିରେ ସଫଳହେବେ । ପ୍ରେମ ସାଗରରେ ବୁଡ଼ ପକାଇବେ । ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀକୃଷ୍ଣ ।

କର୍କଟ: ନୂଆ ସମ୍ଭାବନା ମିଳିପାରେ । ଅବସରର ଲାଭ ନିଅନ୍ତୁ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ । ରାଜନୀତିରେ ସଫଳତା ପାଇବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ସିଂହ: ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିବ । ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ । ମିତ୍ରଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ । ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା: ପୂର୍ବରୁ କରିଥିବା ପରିଶ୍ରମରୁ ଆଜି ଆପଣଙ୍କୁ ଲାଭ ମିଳିବ । ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ପୁରସ୍କାର ଓ ସମ୍ମାନ ମିଳିବା ଯୋଗ ରହିଛି । ବ୍ୟବସାୟରେ ପୁଞି ଲଗାଣ କରନ୍ତୁ, ଲାଭ ହେବ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ତୁଳା: ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷେତ୍ରରେ ଦୃଢତା ପ୍ରାପ୍ତ କରିବେ । ଆପଣଙ୍କୁ କୌଣସି ଭଲ କାମ ମିଳିପାରେ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । କୋର୍ଟ କଚେରି ମାମଲାର ଶୁଣାଣି ହେବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ବିଛା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ । କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ନୂତନ ଦ୍ରବ୍ୟ କ୍ରୟ କରିବେ । ରାଜନୀତିରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଜୀବନରେ ମଉଜ ମଜଲିସ ପାଇଁ ସୁନ୍ଦର ଅବସର ମିଳିବ । ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ପରିବର୍ତ୍ତନ କରିବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ଧନୁ:ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ବହୁତ ପଇସା ଇନକମ୍ କରିବେ । କାମ-କାର୍ଯ୍ୟରେ ଗମ୍ଭୀରତାରେ ଧ୍ୟାନ ଦେବେ । କର୍ମ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ଭଲ ଚାକିରୀ ମଧ୍ୟ ମିଳିବ । ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ସତସଙ୍ଗ ଓ ମନୋରଞ୍ଜନ, କ୍ରୀଡ଼ା କାମରୁ ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ । ଚାକିରୀକ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସୀମା ବୃଦ୍ଧି କରିବାକୁ ଉଦ୍ୟମ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ଦୂରଯାତ୍ରା କରିଲେ ବହୁତ ଭଲ ହେବ ଓ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ଶୁଭରଙ୍ଗ: ବାଦାମି । ଆରାଧନା: ହନୁମାନ ।

କୁମ୍ଭ: ଧାର୍ମିକ କାର୍ଯ୍ୟରେ ଦିନ ଅତିବାହିତ କରିବେ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ଜୀବନରେ ସ୍ଥିରତା ଆସିବ । ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ:କପିରଙ୍ଗ । ଆରାଧନା:ମାଆ ଦୁର୍ଗା ।

ମୀନ: ସକାରାତ୍ମକ ଭାବନାରେ ରହନ୍ତୁ କାମ କରିବା ସହଜ ହେବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ଆପଣଙ୍କ କାମରେ ନୂଆ ଦାୟିତ୍ବ ମିଳିପାରେ । ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ । ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି । ଶତୃ ଓ ବିରୋଧୀମାନେ ଦୂରେଇଯିବେ । ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ । ମହିଳାମାନେ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟାଇବେ । ମହିଳାମାନେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଭୈରବୀ ।