22 ସେପ୍ଟେମ୍ବର 2019 ରବିବାର : ଅପେକ୍ଷାର ହେଲା ଅନ୍ତ, ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ, ଆର୍ଥିକ

Spread the love

22 ସେପ୍ଟେମ୍ବର 2019 ରବିବାର : ଅପେକ୍ଷାର ହେଲା ଅନ୍ତ, ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ, ଆର୍ଥିକ ସ୍ଵଚ୍ଛଳତାରେ ହେବ ଉନ୍ନତି ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟ କଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ :

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ । ଉଚ୍ଚରାଶିରେ ଚନ୍ଦ୍ର ଥିବାରୁ ଖୁସିମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ଲାଘବ କରିବାରେ ସମର୍ଥ ହେବେ । ଧର୍ମଗ୍ରନ୍ଥ ଆଦି କିଣିବେ । ପ୍ରତିଟି କାମରେ ସଫଳତା ମିଳିବ । ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ । ବ୍ୟବସାୟରେ ପ୍ରଚାର ପ୍ରସାର ଲାଗି ଯୋଜନା କରିପାରନ୍ତି । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିପାରେ । ରାଗି ଯାଇଥିବା ଅବୁଝା ବନ୍ଧୁମାନଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

ବୃଷ: ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନୂତନ କାର୍ଯ୍ୟ କରିବା ପାଇଁ ମନରେ ଦୃଢ ଆଶା ସଂଚାର ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବା ସାଙ୍ଗକୁ ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ । ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ । ବାଦ ବିବାଦ ଓ ମାଲିମକଦ୍ଦମା ଠାରୁ ଦୂରେଇ ରହିବା ଭଲ । କେତେକ ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ଆପଣଙ୍କ ଊର୍ଜାର ସ୍ତର ବଢ଼ିବ । ଫୋନରେ ନିକଟ ସମ୍ପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ । କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ଯେତେ ଭଲ କାମ କଲେ ମଧ୍ୟ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବାରେ ସକ୍ଷମ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠ ପୋଷକତା ଯୋଗୁ ଆଗେଇ ଯିବେ । ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି । ହୋଟେଲ ମ୍ୟାନଜରଙ୍କୁ ଧନଲାଭ ହେବ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇପାରନ୍ତି । ବୈବାହିକ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟି କୋଣରୁ ଭଲ । ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ । ସାମାଜରେ ମାନ ସମ୍ମାନ ବଢ଼ିବ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । କମ୍ପାନୀ ତରଫରୁ ଆଦେଶପ୍ରାପ୍ତ ହୋଇ ଦୂରଭ୍ରମଣର ସୁବିଧା ଲାଭ କରିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଆଜି ଆକସ୍ମିକ ଭାବରେ ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । ପ୍ରେମର ଆବେଦନ ଲାଗି ଶୁଭ ସମୟ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଦିନଟି ସକାରାତ୍ମକ ଭରା ରହିବ । ଆପଣଙ୍କୁ ଆର୍ଥିକ ରୂପେ ଲାଭ ହେବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜିର ଅଧିକାଂଶ ସମୟ ବିତିବ । ପରିବହନ କ୍ଷେତ୍ରରେ ହଠାତ୍‌ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ନିଜର ବିଚକ୍ଷଣତା ପ୍ରଭାବରେ ଆଲୋଚନା ପରିସରରେ କିମ୍ବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ କିନ୍ତୁ ଭୁଲ୍‌ ବୁଝାମଣାରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଶାରୀରିକ ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିବା । ଚନ୍ଦ୍ରଙ୍କ ପ୍ରଭାବରୁ ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ, ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ସହ କୃତକାର୍ଯ୍ୟ ହେବେ । ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି । ପରକଥାରେ ପଡି ଭୁଲ୍‍ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ । ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ । ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା: ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଅଧିକ ରହିବ । କ୍ୟାରିଅରରେ ଆଗକୁ ବଢ଼ିବା ଲାଗି ନଜର ଆସିବ । ଆଇନ କାନୁନ ମାମଲାର ସମାଧାନ ହୋଇଯିବ । ବେପାରରେ ଫାଇଦା ହେବାର ସମ୍ଭାବନା କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ସାମାଜିକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ହଇରାଣ ହେବାକୁ ପଡିପାରେ । ବୈବାହିକ ଜୀବନ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବିଛା: ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ବ୍ୟବସାୟ ସହିତ ସଂଲଗ୍ନ କାମରେ ଯାତ୍ରା କରିବେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ । କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । ପ୍ରେମରେ ସତେଜତା ଅନୁଭବ କରିବେ । ସ୍ଵାଦିଷ୍ଟ ଭୋଜନ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ଧନୁ: ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । କୌଣସି ନୂଆ ଅନୁବନ୍ଧରେ ଆପଣଙ୍କୁ ଲାଭ ହେବ । ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି କରି ପାରିବେ । ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପରିବାରରେ ପୂଣ୍ୟକାର୍ଯ୍ୟ ଆୟୋଜନର ରୂପରେଖା ପ୍ରସ୍ତୁତ କରିବେ । ଯାତ୍ରା ସମୟରେ କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ଵୀକାର କରିବାକୁ ପଡ଼ିପାରେ । ଅଚାନକ ଖୁସି ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ଡୀ ।

ମକର: ଆଜି ଆପଣଙ୍କର ପ୍ରଗତିରେ ଗତିରୋଧ ହେବ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ବ୍ୟବସାୟର ମାନ୍ଦା ସ୍ଥିତି ମନକୁ ବିଚଳିତ କରିବ । ଅପରାହ୍ନରେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ସାମାନ୍ୟ ଅସ୍ଥିର ହୋଇପାରେ । ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମାନ୍ଦା ରହିବ । ବନ୍ଧୁଙ୍କ ଠାରୁ କରଜ କରିବାକୁ ପଡିପାରେ । ପାରିବାରିକ ଦାୟିତ୍ଵ ଆପଣଙ୍କୁ ଅର୍ପଣ କରାଯାଇପାରେ । ବନ୍ଧୁଙ୍କ ସହିତ କୌଣସି ଖାସ୍‌ ବିଷୟ ଉପରେ କଥାବର୍ତ୍ତା ହେବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । କାମରେ ପରିଶ୍ରମର ସକାରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ସଜାଡି ନେବାର ପ୍ରୟାସ କରି ନିଶ୍ଚିତ ସଫଳତା ପାଇବେ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି । ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସହଜ ଓ ସୁବିଧାରେ ହାତକୁ ନେଇଥିବା କାମଗୁଡିକ ସମ୍ପନ୍ନ ହୋଇଯିବ । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ: ମନରେ ସକାରାତ୍ମକ ଚିନ୍ତା ଧାରା ବଜାୟ ରହିବା । ଲକ୍ଷ୍ୟ ପୂରଣ ଦିଗରେ କାମ କରିବେ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିକ କାମ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଧନଲାଭ ହେବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ନିଜ ପରିସରରେ ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି । କେତେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ଯୋଗୁଁ ହଇରାଣ ହୋଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।