22 ଅକ୍ଟୋବର 2019 ମଙ୍ଗଳବାର : ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି । ଆର୍ଥିକ ସ୍ଥିତିରେ ଆସିବ

Spread the love

22 ଅକ୍ଟୋବର 2019 ମଙ୍ଗଳବାର : ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି । ଆର୍ଥିକ ସ୍ଥିତିରେ ଆସିବ ସୁଧାର… ।

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସ୍ଥିତି ରହିବ । ଦୂରଯାତ୍ରାର ସୁଯୋଗ ପାଇବେ । ଆବଶ୍ୟକତା ପୂରଣ ହେବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । କୌଣସି ନୂଆ ବ୍ୟବସାୟ ଆରମ୍ବ କରିବା ପାଇଁ ମନରେ କଳ୍ପନା ବାନ୍ଧିବେ । କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁ ଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ । ଦୁଇ ପାକ୍ଷିକ ବ୍ୟବସାୟରେ ଆପୋସ ଆଲୋଚନା ଓ ମିଳାମିଶାର ସମକ୍ୟ ଅନ୍ତର ରହିପାରେ, ଯାହାଫଳରେ ମନାନ୍ତର ଦେଖାଦେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବୃଷ: ଦିନଟି ମଧୁରମୟ ରହିବା । ସ୍ଵସ୍ଥାନସ୍ଥ ଶୁକ୍ର ଯୋଗୁ ସାମାଜିିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ କିନ୍ତୁ କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ବୃହସ୍ପତିଙ୍କ ସ୍ଥାନ ସ୍ଥିତି ଜନିତ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେବ । ତଥାପି କୌଣସି ଦୃଢ ପଦେକ୍ଷପ ନେଲେ ଝାମେଲା ଅଧିକ ବଢି ଯାଇପାରେ । ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଜମିଜମା ବିବାଦ, ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ । କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ: ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ଏକାଧିକଗ୍ରହ ଚତୁର୍ଥସ୍ଥ ଯୋଗୁ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି । କୌଣସି କାରଣ ନେଇ ଆପଣଙ୍କ ମନରେ ଥିବା ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ: ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ । ରାଶ୍ୟାଧିପ ଏକାଦଶ ସ୍ଥାନରେ ରାହୁ ଓ କର୍ମାଧିପଙ୍କ ସହ ରହିଥିବାରୁ ଆଜିର କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ଏକ ପ୍ରକାର ମନ ହାଲୁକା ହୋଇଯିବ । କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ । ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍‌ ଜିନିଷ କ୍ରୟ, ଭ୍ରମଣ ରାଜନୀତି ପାଇଁ ଭଲ । ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାରକରଜ କରି କାମ ଚଳାଇ ନେଇପାରନ୍ତି । ବ୍ୟବସାୟ ମାଧ୍ୟମର ରହିବା । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

କନ୍ୟା: ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝି ବିଚାରୀ କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ଭଳି କାମ ହେବ । ରାଶିରେ ଚନ୍ଦ୍ର ଆପଣଙ୍କ ଆଶା ଓ ଅଭିଳାଷ ପୂରଣ କରିବାରେ ସାହାଯ୍ୟ କରିବେ । କିନ୍ତୁ ଚତୁର୍ଥସ୍ଥ ପାପଗ୍ରହ ପ୍ରଭାବରେ ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଅସୁବିଧା ଉତ୍ପନ୍ନ ହେବ ନାହିଁ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ତୁଳା: ଦିନଟି ସକାରାତ୍ମକ ଫଳ ପ୍ରଦାନ କରିବ । ଚନ୍ଦ୍ର ଦ୍ୱାଦଶରେ ଶନିଙ୍କ ପୂର୍ଣ୍ଣଦୃଷ୍ଟିରେ ରହିଥିବାରୁ ଆଜିର ଯାତ୍ରା ସମସ୍ୟା ବହୁଳ ହେବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟରେ ପୂର୍ଣ୍ଣ ସଫଳତା ହାସଲ କରିବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ ଫଳରେ ଦୂରଯାତ୍ରା କରିବାକୁ ପଡିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବିଛା: ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆଶା ଓ କାମନାକୁ ତୀବ୍ରତର କରିପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କାର୍ଯ୍ୟସାଧନ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବିଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ ପାଇଁ ଚେଷ୍ଟା କରିପାରେ । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ସାଙ୍ଗଠନିକ କାର୍ଯ୍ୟ, ସଭା ସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ଧନୁ: ସାମାନ୍ୟ ଚିନ୍ତିତ ରହିବେ । ବିଭିନ୍ନ ପ୍ରକାରରର ସମସ୍ୟାକୁ କେନ୍ଦ୍ରକରି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ । ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । କିଛି ଗୁପ୍ତକଥା, କଳାଧନ, କଚେରୀ ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରି ପାରନ୍ତି । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମକର: ଆଜିର କାମ ହାସଲ ସକାଶେ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ । ଦୁର୍ବଳ ଚତୁୁର୍ଥାଧିପ ଷଷ୍ଠଭାଗ୍ୟାଧିପଙ୍କ ସହ ଅବସ୍ଥାନ କରି ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ଅଭାବବଶତଃ ଇଚ୍ଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ । ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମଟି ସହଜରେ ହାସଲ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

କୁମ୍ଭ: ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁ ନା କାହିଁକି ଲାଭବାନ୍‌ ନିଶ୍ଚିତ ହେବେ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ମୀନ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରୁ ଭଲ ଧନଲାଭ ହେବ । କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ପରିବହନ, କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହୋଇଯିବ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ପାରିପାର୍ଶ୍ୱିକ ସ୍ଥିତି କେତେକାଂଶରେ ବଦଳିଯିବା କାରଣରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।