ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଅମିତାଭ ବଚ୍ଚନଙ୍କ ମେଗାଷ୍ଟାର ବଙ୍ଗଳାର ଫୋଟୋ ! ଭିତରୁ ଏପରି ଦେଖାଯାଏ… ଜଲସା

Spread the love

ବଲିଉଡର ମେଗାଷ୍ଟାର ତଥା ଅମିତାଭ ବଚ୍ଚନ ଆଜି ୭୮ ବର୍ଷର ହୋଇ ଯାଇଛନ୍ତି । ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ତାଙ୍କୁ ଅଭିନନ୍ଦନ ମିଳୁଅଛି । ୧୧ ଅକ୍ଟୋବରରେ ଜନ୍ମ ହୋଇଥିବା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି ।

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଜୀବନ ସହିତ ଜଡ଼ିତ ହୋଇଥିବା ଛୋଟ ବଡ଼ କଥା ଗୁଡ଼ିକ ତାଙ୍କ ଫେନ୍ସ ମାନଙ୍କ ପାଇଁ ବହୁତ ବଡ଼ ବିଷୟ ଅଟେ, ଯାହାକୁ ଜାଣିବା ପାଇଁ ସେମାନେ ସବୁବେଳେ ଉତ୍ସୁକ ରୁହନ୍ତି । ବିଷୟଟି ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ବିଷୟରେ ହେଉ କିମ୍ବା ତାଙ୍କ କୋଠାଘରର କଥା ହେଉ ସବୁ ଜିନିଷ ତାଙ୍କ ଫେନ୍ସ ମାନଙ୍କ ସହିତ ଜଡ଼ିତ ଅଟେ । ହଁ, ଅମିତାଭ ବଚ୍ଚନଙ୍କ କୋଠା ଘର ବିଷୟରେ ଜାଣିବା କିମ୍ବା ଏହାକୁ ଦେଖିବା ସମସ୍ତ ଫେନ୍ସ ମାନଙ୍କର ହୃଦୟରୁ ଇଚ୍ଛା ଥାଏ, ଯାହାର କିଛି ଫୋଟୋ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରଲ ହେଉଛି । ଏତିକି ନୁହେଁ, ଅମିତାଭ ବଚ୍ଚନଙ୍କ ପାଖରେ ତିନୋଟି ବଙ୍ଗଳା ରହିଛି, ସେଥିମଧ୍ୟରୁ ତାଙ୍କର ସବୁଠାରୁ ପସନ୍ଦିତ ବଙ୍ଗଳାର ଫୋଟୋ ଆମେ ଆପଣମାନଙ୍କୁ ଦେଖେଇବାକୁ ଯାଉଛୁ ।

ବଲିଉଡ଼ ଅଭିନେତା ବଚ୍ଚନଙ୍କ ପାଖରେ ମୁମ୍ବାଇର ଜୁହୁରେ ତିନୋଟି ବଙ୍ଗଳା ରହିଛି, ସେହି ବଙ୍ଗଳା ତିନୋଟିର ନାମ ହେଉଛି – ଜଲସା, ପ୍ରତୀକ୍ଷା ଏବଂ ଜନକ । ଏହି ତିନୋଟି ବଙ୍ଗଳା ମଧ୍ୟରୁ ସବୁଠାରୁ ଅଧିକ ନିକଟତର ଅଟେ ଜଲସା । ଜଲସାକୁ ନେଇ ଅମିତାଭ ବଚ୍ଚନ ବହୁତ ଭାବୁକ ରହନ୍ତି କିନ୍ତୁ ବାକି ଦୁଇଟି ବଙ୍ଗଳାକୁ ମଧ୍ୟ ବହୁତ ଭଲ ପାଆନ୍ତି । ଜଣାଇ ଦେଉଛୁ ଯେ, ଅମିତାଭ ତାଙ୍କ ପରିବାର ସହିତ ଜଲସାରେ ରୁହନ୍ତି । ଏହି ଜଲସାରେ ଅମିତାଭଙ୍କ ଅନେକ ପୁରୁଣା ସ୍ମୃତି ରହିଛି ଏବଂ ଏହି ସ୍ମୃତିକୁ ତାଙ୍କ ଫେନ୍ସ ମାନେ ମଧ୍ୟ ଦେଖିବାକୁ ଚାହଁନ୍ତି ।

ସ୍ୱର୍ଗ ଠାରୁ କମ ନୁହେଁ ଅମିତାଭ ବଚ୍ଚନଙ୍କ କୋଠା :

ଅମିତାଭ ବଚ୍ଚନଙ୍କ କୋଠା ସାଧାରଣ ନାଗରିକ ମାନଙ୍କ ପାଇଁ କୌଣସି ସ୍ୱର୍ଗ ଠାରୁ କମ ନୁହେଁ । ବାହାରରୁ ଫୋଟୋ ଦେଖି ହିଁ ଏହା ବିଷୟରେ ଜଣା ପଡ଼ିଯାଏ କିନ୍ତୁ ବର୍ତ୍ତମାନ ଏହାର ଭିତରର ଫୋଟୋ ଗୁଡ଼ିକ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଥିରୁ ବଙ୍ଗଳାର ସୁନ୍ଦରତାକୁ ଭଲ ଭାବରେ ଅନୁଭବ କରି ପାରିବେ । “ବିଗ ବି”ଙ୍କ ଘର ଭିତରର ଫୋଟୋ ଗୁଡ଼ିକ ସ୍ୱର୍ଗକୁ ଭ୍ରମଣ କରାଇବା ପରି ଲାଗେ । ତାଙ୍କ ଲିଭିଂ ରୁମରୁ ବେଡ଼ ରୁମ ପର୍ଯ୍ୟନ୍ତ ସମସ୍ତ ଜିନିଷ ବହୁତ ଉତ୍ତମ ଅଟେ । ଏହି ଫୋଟୋ ଗୁଡ଼ିକୁ ଦେଖି ଆପଣ “ବିଗ ବି”ଙ୍କ ଘର ଭିତରର ସୁନ୍ଦରତାକୁ ଦେଖି ପାରିବେ ।

ହଲ୍ ଠାରୁ ଆରମ୍ଭ କରି ବେଡ଼ରୁମ ପର୍ଯ୍ୟନ୍ତ ସମସ୍ତ ଫୋଟୋ ହୋଇଛି ଭାଇରଲ :

ଅମିତାଭ ବଚ୍ଚନଙ୍କ କୋଠାର ହଲ୍ ବିଷୟରେ ଆଲୋଚନା କରିବା; ତେବେ ଏହା ଦେଖିବାକୁ ବହୁତ ସୁନ୍ଦର ଅଟେ । ହଲ୍ ରେ ଭିନ୍ନ ଭିନ୍ନ ରୂପର ଡିଜାଇନ କରାଯାଇଥିବା ଏବଂ ନାରଙ୍ଗୀ ରଙ୍ଗରେ ଏହା ଖୁବ ସୁନ୍ଦର ଦେଖାଯାଉଛି । କାନ୍ଥ ଗୁଡ଼ିକରେ ଲଗାଯାଇଥିବା ନାରଙ୍ଗୀ ରଙ୍ଗ ସମସ୍ତଙ୍କ ମନକୁ ଜିଣି ନେଇଛି । ଏହା ବ୍ୟତୀତ ତାଙ୍କ ବେଡ଼ରୁମରେ ଆପଣଙ୍କୁ ଭିନ୍ନ ଭିନ୍ନ ସାଜସଜ୍ଜା ମଧ୍ୟ ଦେଖିବାକୁ ମିଳିବ, ଯାହାକି ସବୁଠାରୁ ଅଲଗା ଏବଂ ଭିନ୍ନ ଅଟେ । ଏହି ଡିଜାଇନ ଗୁଡ଼ିକୁ ଦେଖି ଆପଣ ବେଡ଼ରୁମର ସୁନ୍ଦରତାକୁ ଅନୁଭବ କରି ପାରିବେ । ଘରେ ସେ ନିଜର ମାତା ପିତାଙ୍କ ବହୁତଗୁଡ଼ିଏ ଫୋଟୋ ମଧ୍ୟ ଲଗେଇଛନ୍ତି ।

ବହୁତ ବଡ଼ ହୋଟେଲ ପରି ରହିଛି ବାଥରୁମ :

ଅମିତାଭ ବଚ୍ଚନଙ୍କ ବାଥରୁମ କୌଣସି ବଡ଼ ହୋଟେଲ ଠାରୁ କମ ନୁହେଁ, ଯେଉଁଠାରେ ସମସ୍ତ ପ୍ରକାର ସୁଖ ସୁବିଧା ରହିଛି । ଏହି ବାଥରୁମରେ ଗୋଟିଏ ବଡ଼ ଟବ ରହିଛି, ଯାହା ଭିନ୍ନ ରୂପରେ ଡିଜାଇନ କରାଯାଇଛି । ଏହା ବ୍ୟତୀତ “ବିଗ ବି”ଙ୍କ ଗୋଟିଏ ଷ୍ଟଡ଼ି ରୁମ ମଧ୍ୟ ରହିଛି ଯେଉଁଥିରେ ସେ ଅଧିକାଂଶ ଲେପଟପରେ କାମ କରନ୍ତି । ଜଣାଇ ଦେଉଛୁ ଯେ, ଅମିତାଭ ବଚ୍ଚନ ନିଜର ଘରର ଫୋଟୋ ଗୁଡ଼ିକ ଅଧିକାଂଶ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି କିନ୍ତୁ ପ୍ରଥମ ଥର ପାଇଁ ଏତିକି ଭିତରର ଫୋଟୋ ଗୁଡ଼ିକ ସାମନାକୁ ଆସିଅଛି ।