22 ଜାନୁଆରୀ 2019 ମଙ୍ଗଳବାର – ଏହି ୪ ରାଶି ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ ଓ ପ୍ରସନ୍ନ ହେବେ

Spread the love

ମେଷ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସଂଘର୍ଷ ଦ୍ୱାରା ସଫଳତା ମିଳିବ ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ରୋଜଗାର ସମସ୍ୟା ସୁଧୁରି ଯିବା ଫଳରେ ଧନ ଲାଭ ହେବାରୁ ମନଖୁସି ରହିବ । ଅଧିକାରୀଙ୍କଠାରୁ ସହଯୋଗ ପାଇ କାର୍ଯ୍ୟ ପୂରଣ କରିବେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ଜୀବନସାଥୀଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରୀକ୍ଷାରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ସୌଭଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ନୂତନ କର୍ମ ପ୍ରାପ୍ତି ହେବ ଓ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ । ଜମି କାରବାରରେ ନିବେଶ ପାଇଁ ପିତାଙ୍କ ସହଯୋଗ ପାଇବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ ଓ ବନ୍ଧୁ ସମାଗମ ହେବ । ମାଲିମୋକଦ୍ଦମାର ଭୟ ରହିବ । କର୍ମ କ୍ଷେତ୍ରରେ ନୂତନ ଜାଗାର ନିମନ୍ତ୍ରଣ ବା ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହେବେ । ମହିଲାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ମିଥୁନ: ମନ ପ୍ରଫୁଲ୍ଲ ରହିବ । ଆପଣଙ୍କର କୌଣସି କାମ ଲାଗି ଗୁରୁଜନଙ୍କ ସହିତ ଆଲୋଚନା କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ ଫାଇଦା ଉଠାଇବେ । ପଢାପଢିରେ ମାନସିକ ଶାନ୍ତି, ବ୍ୟବସାୟରେ ପ୍ରଚୁର ଲାଭ, ମନର ଅଶାନ୍ତି ଦୂର ହେବ । ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ନୂଆ କାମର ଶୁଭାରମ୍ଭ ପାଇଁ ସମୟ ଅନୁକୂଳ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦୂରେଇଯିବ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ବନ୍ଧୁ ଲାଭ । ବ୍ୟବସାୟରେ ପୂର୍ଣ୍ଣ ସଫଳତା, ପୂର୍ବ ସମସ୍ୟାର ସମାଧାନ ହେବ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବ୍ୟୟ ଅପେକ୍ଷା ଆୟ ଅଧିକହେବ, ଋଣମୁକ୍ତ ଓ ଧାର ଦେଇଥିବା ଧନ ଫେରି ପାଇବେ । ଜଗାଜମି, ଗୃହ ଉପକରଣ କ୍ରୟ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

ସିଂହ: ଦିନଟି ଠିକ୍‌ଠାକ୍‌ ରହିବ । ପ୍ରତ୍ୟେକ କାମ ବିନା ବିଘ୍ନରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହେବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ । କୌଣସି ଶୁଭ ଖବର ମିଳିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ । ଶିକ୍ଷା କ୍ଷେତ୍ରରେ ଏବଂ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ । ଅଚାନକ ଧନପ୍ରାପ୍ତି ହେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ନିଜ ଚେଷ୍ଟାରେ ବାକି ଥିବା ଅର୍ଥ ଫେରି ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା: ଧ୍ୟାନ, ଜପରେ ଆତ୍ମବଳ ବୃଦ୍ଧି ହେବ । ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ । କାର୍ଯ୍ୟକ୍ଷେତ୍ରରେ କୌଣସି ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ । ବିରୋଧୀ ଆପଣଙ୍କର ଗୁପ୍ତରୂପେ ଗୁଣଗାନ କରିବେ । ଅଧିକାଂଶ ସମୟ ଘର ତଥା ପରିବାରର କଥା ଚିନ୍ତା କରି କଣ କରିବେ ଏବଂ କଣ ନ କରିବେ ଏହି ଚିନ୍ତାରେ ମନ ଭଲ ରହିବ ନାହିଁ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ମାଲିମୋକଦ୍ଦମାରେ ଜୟ, ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବ । ମହିଳାମାନେ ବ୍ରତ, ଉପାସନାରେ ବ୍ରତୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବିଛା: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ । ଆପଣଙ୍କ କାମରେ ପ୍ରବନ୍ଧକର୍ତ୍ତା ଖୁସି ହେବେ । ଆର୍ଥିକ ମାମଲାରେ ଲାଭ ମିଳିବ । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ ଓ କମ୍ ପରିଶ୍ରମରେ ଆଶାଜନକ ଲାଭ ପ୍ରାପ୍ତିହେବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଗୃହ ନିର୍ମାଣ କରିବେ । ଦୂରଯାତ୍ରାରେ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ ଓ ଆକସ୍ମିକ ଧନପ୍ରାପ୍ତିହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ଜୀବନସାଥୀଙ୍କ ବିଚାର ସହିତ ମେଳ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ପାର୍ବତୀ ।

ଧନୁ: ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଅର୍ଥଲାଭର ମାର୍ଗ ଖୋଲିଯାଇ ଉନ୍ନତିହେବ । ରାଜନୀତିରେ ମନୋକାମନା ପୂରା ହେବ । ଏତଦବ୍ୟତୀତ ଲେଖକ, ପତ୍ରକାର, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଶୁଭ ସମାଚାର ମିଳିବ । ମହିଳାମାନେ ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ ଓ ନୂତନକର୍ମ ଯୋଗୁ ଆୟ ବୃଦ୍ଧି ହେବ କିନ୍ତୁ ଶାରୀରିକ ପୀଡ଼ାଯୋଗୁ ଖର୍ଚ୍ଚ ମଧ୍ୟ ହେବ । ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର: ଆଜି ନିଜକୁ ଭାଗ୍ୟବାନ ଅନୁଭବ କରିବେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ଜିନିଷପତ୍ର କିଣିବା ଲାଗି ଅନ୍ୟତ୍ର ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ନାରାୟଣୀ ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବାସହ ସ୍ଥାନାନ୍ତର ସୂଚନା ପାଇବେ । ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲା ପରି କଥା ଶୁଣିବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିବ । ମାଲିମୋକଦ୍ଦମାରେ କ୍ଷତି ସହିବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମୀନ: ନିଜ ଉପରେ ବିଶ୍ବାସ ରଖନ୍ତୁ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ । ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । କର୍ମକ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ରାଜନୀତିରେ ଉନ୍ନତିମୂଳକ ପଦକ୍ଷେପ ଯୋଗେ ସଫଳତା ମିଳିବ ଓ ଆନନ୍ଦିତ ହେବେ । ଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀକୃଷ୍ଣ ।