22 ଫେବୃୟାରୀ 2019, ଶୁକ୍ରବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରୁ ଦୂର ହେବ ସମସ୍ତ ଦୁଃଖ କଷ୍ଟ…..

Spread the love

22 ଫେବୃୟାରୀ 2019, ଶୁକ୍ରବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରୁ ଦୂର ହେବ ସମସ୍ତ ଦୁଃଖ କଷ୍ଟ…..

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ । ଅଫିସ୍ ପରିସ୍ଥିତିରେ ଯେତେ ଜଟିଳ ସମସ୍ୟା ଥିଲେ ମଧ୍ୟ ସହଜରେ ସମାଧାନ କରିପାରିବେ । ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ଘନିଷ୍ଠ ହେବ । ଆର୍ଥିକ ସ୍ଥିତିରେ ସୁଧାର ହେବ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ମହିଳାମାନେ ସନ୍ତାନଙ୍କ ପାଢପଢିକୁ ନେଇ ବ୍ୟାଘ୍ର ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ର କାଳୀ ।

ବୃଷ: ଆଜି ସମୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ବ୍ୟବସାୟ ବାଣିଜ୍ୟରେ ବଡ଼ ସଫଳତା ମିଳିପାରେ । ଅଫିସରେ ଆପଣଙ୍କର ପ୍ରଦର୍ଶନ ବଢ଼ିଆ ରହିବ । ଅଚାନକ ଧନପ୍ରାପ୍ତି ହେବ । ରାଜନୀତି ଓ ସାମାଜିକ କ୍ଷେତ୍ରରେ ବେଶ୍ ପ୍ରସଂଶିତ ହେବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଲକ୍ଷ୍ମୀ ।

ମିଥୁନ: ଆଜି ଆପଣଙ୍କ ସଫଳତାର ଚରମ ଶିଖରରେ ପହଂଚି ପାରିବେ ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧ ପ୍ରାପ୍ତ କରିବେ । ତେଣୁ ସମୟକୁ ଅଯଥା ନଷ୍ଟ କରନ୍ତୁ ନାହିଁ । ବ୍ୟବସାୟରୁ ମନମୁତାବକ ସଫଳତା ପାଇବେ । ରାଜନୀତିରେ ମାହାତ୍ତ୍ୱାକାଂକ୍ଷା ପୂରଣ କରିବେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ । ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ: ହସଖୁସିରେ ଦିନ ଅତିବାହିତ ହେବ । ବୈ‌ଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ । ରାଜନୀତିରେ ଫାଇଦା ଉଠାଇବେ । ଶତ୍ରୁଙ୍କ ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ । ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ । ମହିଳା ମାନଙ୍କର ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ । ଶୁଭରଙ୍ଗ: ହଳଦିଆ । ଆରାଧନା: ବାବା କପିଳାସ ।

ସିଂହ: ଅତୀତରେ ବିତି ଯାଇଥିବା ଘଟଣା ଓ ସମୟକୁ ମନେ ପକାଇ ଚିନ୍ତିତ ରହିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ବନ୍ଧୁଙ୍କ ସହିତ ବସି ବ୍ୟବସାୟ ସମ୍ବନ୍ଧରେ କଥାବାର୍ତ୍ତା କରିବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ଘରକୁ ଅତିଥି ଆସିପାରନ୍ତି । ଖୁସି ହୋଇ ଆପଣ ଅଧିକ ଖର୍ଚ୍ଚ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କନ୍ୟା: ଆପଣଙ୍କ ପାଇଁ ଦିନଟି ଅନୁକୂଳ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ । କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ ରହିବ । ଆପଣଙ୍କୁ କେହି ଅଚାନକ ଉପହାର ଦେବେ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ । ପଢାପଢିରେ ବିଦ୍ୟାର୍ଥିମାନେ ମାନସିକ ଶାନ୍ତି ପ୍ରାପ୍ତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା: ଧାର୍ମିକ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣ କିଛି ନୂଆ କରି ଦେଖାଇବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ କ୍ଷେତ୍ର ଆୟ ବ୍ୟୟ ପ୍ରାୟ ସମାନ ରହିବ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବା । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ମହିଳାମାନେ ଜୀବନସାଥୀଙ୍କୁ କିଛି ଉପହାର ଦେଇପାରନ୍ତି । ଛାତ୍ରଛାତ୍ରୀମାନେ ବେଶ୍ ପ୍ରସଂଶିତ ହେବେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଦୁର୍ଗା ।

ବିଛା: ନିଜ ଉପରେ ଆତ୍ମା ବିଶ୍ୱାସ ରଖନ୍ତୁ । ମନ କଥା ମନରେ ରଖନ୍ତୁ । ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ । ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ବ୍ୟବସାୟ ନିମନ୍ତେ ରାଜ୍ୟ ବାହାରକୁ ଯାଇପାରନ୍ତି । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ । ପର କଥାରେ ପଡି ପରିବାରଲୋକଙ୍କୁ ଭୁଲ୍ ବୁଝନ୍ତୁ ନହିଁ । ସାମନାଜରେ ମାନସମାନ ଅକ୍ଷୁଣ୍ଣ ରହିବ । ବିଦ୍ୟାର୍ଥିମାନେ ସମ୍ୟକ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ହନୁମାନ ।

ଧନୁ: ସମୟର ସଦୁପଯୋଗ କରନ୍ତୁ, ସମୟ ବହୁତ ମୂଲ୍ୟବାନ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ । ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ବେବ । କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଭୁଲ ବୁଝାମଣା ଯୋଗୁ ପରିବାରରେ ଦ୍ଵନ୍ଦ ଦେଖାଦେବ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ କାଳିଜାଇ ।

ମକର: ଆପଣଙ୍କ ବ୍ୟବହାରରେ ଲୋକଙ୍କ ମନ ଜିଣିବେ । ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ରାଜନୀତିରେ ସଫଳତା ମିଳିବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ମହିଳାମାନେ ନିଜ କର୍ମକ୍ଷେତ୍ର ବେଶ୍ ପ୍ରସଂଶିତ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ଋଣ ମୁକ୍ତି ପାଇଁ ରାସ୍ତା ଦେଖାଦେବ । ଆୟବୃଦ୍ଧି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି ଓ ସୁଖ ସମ୍ପଦ ପ୍ରାପ୍ତିହେବ । ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ । ପ୍ରେମରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଜଗନ୍ନାଥ ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଛାତ୍ରଙ୍କ ମନ ପ୍ରଫୁଲ୍ଲ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ୱରୀ ।