21 ଅକ୍ଟୋବର 2019, ସୋମବାର : – ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ନିଜ ସପକ୍ଷରେ ରହିବ । ମିଳିବ ଅନେକ ଖୁସି, ନୂତନ

Spread the love

21 ଅକ୍ଟୋବର 2019, ସୋମବାର : – ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ନିଜ ସପକ୍ଷରେ ରହିବ । ମିଳିବ ଅନେକ ଖୁସି, ନୂତନ କାର୍ଯ୍ୟରେ ମିଳିବ ସଫଳତା ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ବ୍ୟୟାଧିପ ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ । ଆଜି ଚତୁର୍ଥଭାବରୁ ଚନ୍ଦ୍ର ଷଷ୍ଠଭାବସ୍ଥ ଯୋଗୁ ଆପଣ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପକୃତ ହେବେ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ । ଶୁକ୍ରଙ୍କ ପ୍ରଭାବରୁ ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ଲାଭରୁ ଖୁସୀ ହୋଇପାରନ୍ତି । ପାରିବାରିକ ମତଭେଦ କାରଣରୁ ଭ୍ରାତୃବିବାଦ ଦେଖାଦେଇ ପାରେ । ଅଶ୍ୱିନୀ ନକ୍ଷତ୍ର ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । ଆର୍ଥିକ ସ୍ବଚ୍ଛଳତା ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମ କ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । କର୍ମଭାବ ଶୁଭଦୃଷ୍ଟ ଯୋଗୁ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଏକାଧିକ ଗ୍ରହ ରାଶିରେ ଆର୍ଥିକ ଅଭିବୃଦ୍ଧି କରିବା ସହ ସମସ୍ୟାର କାରଣ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କର୍କଟ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଏଗ୍ରହସ୍ଥିତିର ଅନୁକୂଳତା ଯୋଗୁ ନୂତନ କର୍ମାରମ୍ଭ ସହ ଦେବଦର୍ଶନ, ମିଷ୍ଠାନ୍ନଭୋଜନାଦି ପ୍ରାପ୍ତି ହୋଇପାରେ । ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଭୃତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ: ଦିନଟି ଆପଣଙ୍କ ପାଇଁ ସମ୍ୟକ କଷ୍ଟଦାୟକ ରହିବ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଜରୁରୀ ଦ୍ରବ୍ୟ କ୍ରୟ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାରା କରିବାକୁ ବାଧ୍ୟ ହେବେ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିଦ୍ଵେଷ ମନୋଭାବ ଉତ୍ପନ ହେବ । ମଘା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । କୌଣସି ସମ୍ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି । ବାଦ ବିବାଦ, ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

କନ୍ୟା: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି । ଏକାଦଶସ୍ଥ ଏକାଧିକଗ୍ରହଙ୍କ ସୁପ୍ରଭାବରେ ଆଜି ସବୁ କାମ ଗୁଡିକ ଶୃଙ୍ଖଳିତ ରହିବାରେ ନିଜ ସନ୍ତାନବର୍ଗ କିମ୍ବା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଫଳରେ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଚିତ୍ରା ନକ୍ଷତ୍ର ପାଇଁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସ୍ଵାତୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ବନ୍ଧୁମାନଙ୍କ ସହ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା: ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁ ଧନହାନୀ, କଳହ କିମ୍ବା ମାନସିକ ଅଶାନ୍ତିର ସୃଷ୍ଟିର ସୂଚନା ଅନୁଭବ କରିପାରନ୍ତି । ତଥାପି ଜ୍ୟେଷ୍ଠା ନକ୍ଷତ୍ରର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ । ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଶନିଙ୍କ ଆଶୀର୍ବାଦରୁ ଆଧ୍ୟାତ୍ମିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ଚନ୍ଦ୍ରର କେନ୍ଦ୍ରରେ ଓ ରାଶିର ନବମରେ ଶନି ଆପଣଙ୍କୁ ମାଙ୍ଗଳିକ କାର୍ଯ୍ୟରେ ନିଯୁକ୍ତ କରାଇବ । ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ ପାଇବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ଶ୍ରବଣା ମକରର ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ଵାସ୍ଥ୍ୟ ବିଶେଷ ଭଲ ରହି ନ ପାରେ । ଏଣେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଚାକିରିଜୀବୀ ମାନେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ଉପରିସ୍ଥ ଅଫିସର ସନ୍ତୁଷ୍ଟ ହେବେ ନାହିଁ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ: ପୂଜାପାଠରେ ଅଧିକ ସମୟ ବିତିବ । କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ । ବ୍ୟବସାୟରେ ଲାଭ ମିଳିବ, ଚାକିରୀ କ୍ଷେତ୍ରରେ ପ୍ରଭାବ ବଢିବ, ଧନ ପ୍ରାପ୍ତି ହେବ, ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।