07 ମଇ 2019 ମଙ୍ଗଳବାର ରାଶିଫଳ: ତିନୋଟି ରାଶି ଉପରେ ପଡିବ ନକରାତ୍ମକ ପ୍ରଭାବ ଅନ୍ୟ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକଃ ରହିବ….

Spread the love

07 ମଇ 2019 ମଙ୍ଗଳବାର ରାଶିଫଳ: ତିନୋଟି ରାଶି ଉପରେ ପଡିବ ନକରାତ୍ମକ ପ୍ରଭାବ ଅନ୍ୟ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକଃ ରହିବ….

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ, ଦିନଟି ମଙ୍ଗଳମୟ ହେବ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ । ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ସାଂସାରିକ ବିଷୟଗୁଡ଼ିକରୁ ଦୂରରେ ରହିକରି ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ । ବ୍ୟବସାୟ ମଧ୍ୟ ଧାରଣ ରହିବା, ଆୟ ବ୍ୟୟ ପ୍ରାୟ ସମାନ ରହିବା । ସମାଜରେ ମାନସମ୍ମନ ବୃଦ୍ଧି ହେବ । ନିଜର ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ: ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି । ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ । ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ରାଜନୀତିରେ ଖ୍ୟାତି ବଢିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ । ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ । ଆଜିର ଦିନ ଲାଭଦାୟୀ ଅଟେ । ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ । ବିବାହ ଇତ୍ସୁକଙ୍କୁ ଉଚିତ ପ୍ରସ୍ତାବ ମିଳିବ । ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ । କର୍ମକ୍ଷେତ୍ରରେ ସୁଖିର ବାତାବରଣ ରହିବା । ପ୍ରେମ ପାଇଁ ଦିନଟି ଭାରି ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : ପରୋପକାରରେ ଦିନ ଅତିବାହିତ ହେବ । ଅନ୍ୟକୁ ସାହାଯ୍ୟ କରିବା ତତ୍ପର ହେବ । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିପାରେ । କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ । ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ । ପରିବାରରେ ମଧ୍ୟ ଦ୍ଵନ୍ଦ ଉପୁଜିପରେ । ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ : ଆତ୍ମବିଶ୍ଵାସ ବୃଦ୍ଦି ହେବ । ସମାଜରେ ମାନ, ସମ୍ମାନ ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି, ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ସମ୍ଭବ । ଆଜିର ଦିନଟି, ଆପଣ ନିଜ ପରିବାର ବର୍ଗଙ୍କ ସହିତ ବିତାଇବା ଶୁଭ ଦାୟକ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ବ୍ୟବସାୟରେ ମଧ୍ୟ ଭଲ ସ୍ଥିତି ରହିବା । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତ କରି ଆନନ୍ଦ ଲାଭ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

କନ୍ୟା : ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ । କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ଆପଣ ନିଜକୁ ଶାନ୍ତି ରହିବା ସହିତ ପରିସ୍ଥିତିକୁ ଗମ୍ଭୀରତାର ସହ ମୁକାବିଲା କରିବା ପାଇଁ ଚେଷ୍ଟା କରିବେ । ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ପ୍ରତ୍ୟେକ କାର୍ଯ୍ୟକୁ ସାବଧାନ ଏବଂ ସତର୍କତାରେ କରିବାକୁ ଚେଷ୍ଟା କରନ୍ତୁ । ନିଜ ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ତୁଳା : ଅତୀତରେ ସ୍ମୃତିରେ ଦିନ ଅତିବାହିତ ହେବ । ବ୍ୟବସାୟରେ ମାଧ୍ୟମ ରହିବା । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ଅଫିସରେ କାମ ଭାବିଚିନ୍ତି କରନ୍ତୁ । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟାକଚଣ୍ଡୀ ।

ବିଛା : ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ । ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ । ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ରାଜନୀତିରେ ସୀମା ବଢ଼ାଇବେ । ଅପରିଚିତଙ୍କ ସହିତ ସମ୍ପର୍କ ସ୍ଥାପନ ହେବ; ଯାହା ଦ୍ୱାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ଧନୁ : ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ । ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଆପଣଙ୍କ ଯୋଜନାକୁ ନେଇ ସିନିୟରଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଲାଭ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମକର : ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ । ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ । ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ ।

କୁମ୍ଭ : ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି । ସରକାରୀ ଚାକିରିରେ ଥିବା ବ୍ୟକ୍ତି ବିଶେଷ ସୁଖବର ପାଇବେ । ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମୀନ : ଆଜି ଦିନଟି ଆପଣଙ୍କ ପାଇଁ ହାସ୍ୟସ୍ପଦ ଦାୟକ ରହିବା । ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ । ପରିଣାମ ସ୍ଵରୂପ ଆପଣ ମାନସିକ ରୂପରେ ପ୍ରଫୁଲ୍ଲିତ ରହିବେ । ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି । ସାମାଜିକ କାମରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିବ । ସମ୍ପର୍କୀୟ ଠାରୁ ଶୁଭ ଖବର ପାଇବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସହଧର୍ମୀ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।