01 ଜୁନ 2019, ଶନିବାର – ଶନିଦେବଙ୍କ କୃପାରୁ ଏହି ୬ଟି ରାଶିକୁ ମିଳିବ ପ୍ରତିଟି କ୍ଷେତ୍ରରେ ସଫଳତା ।

Spread the love

01 ଜୁନ 2019, ଶନିବାର – ଶନିଦେବଙ୍କ କୃପାରୁ ଏହି ୬ଟି ରାଶିକୁ ମିଳିବ ପ୍ରତିଟି କ୍ଷେତ୍ରରେ ସଫଳତା ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଧ୍ୟାନ ପରିବାର ଓ ପଇସା ଦିଗରେ ଲାଗି ରହିବ । ଅଫିସରେ କୌଣସି ଉଚ୍ଚାଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ । ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଓ ସଭା ସମିତିରେ ଯୋଗ ଦେଇ ପାରନ୍ତି । ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ଧାର୍ମିକ କାର୍ଯ୍ୟରେ ବାଧା, ଦାମ୍ପତ୍ୟ କଳହ, କେତେକ କ୍ଷେତ୍ରରେ ଲଜ୍ଜା ଅପମାନ ସହ୍ୟ କରିବାକୁ ପଡ଼ିବ । ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦେଖାଦେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ବୃଷ: ଦେବୀମାତାଙ୍କ ଧ୍ୟାନ ଫଳରେ ମନ‌ରେ ସକାରାତ୍ମକ ଶକ୍ତି ସଂଚାର ହେବ । କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଅଧିକ ଲାଭ ମିଳିପାରେ ଓ ଲକ୍ଷ୍ମୀଙ୍କର ଆଗମନ ହେବ । ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ । ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ମେରୁନ । ଆରାଧନା: ହନୁମାନ ।

ମିଥୁନ: ଆପଣଙ୍କ ବ୍ୟବହାର ଯୋଗୁଁ ଶତ୍ରୁକୁ ମଧ୍ୟ ମିତ୍ର କରିପାରିବେ । ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ । ନୂଆ ଚାକିରୀ ହେବାର ଅଫର୍ ମିଳିବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ପ୍ରସଂଶିତ ହେବେ । ମହିଳାମାନେ ଘର କାମରେ ବ୍ୟସ୍ତତା ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମା ଦୁର୍ଗା ।

କର୍କଟ: ଅତୀତର କିଛି କାର୍ଯ୍ୟ ସମ୍ପାଦନା କରିବାରେ ବ୍ୟସ୍ତ ରହିବେ । ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ସହ ସମ୍ପାଦନା କରନ୍ତୁ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । ମିତ୍ରଙ୍କ ସହଯୋଗ, ସାହାଯ୍ୟ ପାଇବେ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ । ଧର୍ମ-କର୍ମରେ ରୁଚି ବୃଦ୍ଧି ହେବ । କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ ମଧ୍ୟ କରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ସନ୍ଧ୍ୟାରେ ସମୟ ଆନନ୍ଦ ଭରା ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

କନ୍ୟା: ପୁରୁଣା କାମ ପୂରା କରିବା ଲାଗି ଦିନଟି ଭଲ । ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ । ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ କିନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବିପଦରେ ପକାଇବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ତୁଳା: ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ । କର୍ମଜୀବୀମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ସୁଖଦ ସମାଚାର ମିଳିବାର ସମ୍ଭାବନା । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଜୟ ହେବ । ପ୍ରେମୀ-ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଆଖଣ୍ଡଳମଣି ।

ବିଛା: ଦିନଟି ଲାଭପ୍ରଦ ରହିବ ।ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ବ୍ୟାପାର ଓ କାମ-କାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ । ସେୟାର ବଜାରରେ ମୁନାଫା ମିଳିବ । ଷ୍ଟକ୍‌ ଓ ମିଚ୍ୟୁଆଲ୍‌ ଫଣ୍ତ୍‌ରେ ନିବେଶ ଲାଭଦାୟକ ରହିବ । ନୂଆ ଘର କିମ୍ବା ଜମି କିଣିବା ଲାଗି ଦିନଟି ଭଲ । ରାଜନୀତିରେ ମନୋକାମନା ପୂରା ହେବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । ପତ୍ନୀଙ୍କ ସେବା ଓ ସହଯୋଗରେ ଆଗକୁ ବଢିପାରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ: ଦିନଟି ଆପଣ ଲାଗି ବେଶ ସୁଖଦାୟକ ରହିବ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ସ୍ଥଗିତ ଥିବା କାମ ପୂରା ହେବ । ନୂଆ ସ୍ରୋତରୁ ଧନଲାଭ ହୋଇପାରେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ନୂଆ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଆକସ୍ମିକ ଦୁର୍ଘଟଣା, ଶଲ୍ୟ ଚିକିତ୍ସା ଜନିତ ପୀଡିତ ହୋଇପାରନ୍ତି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ହାସ୍ୟାସ୍ପଦ ରହିବ, ବେଶ ମଜା କରିବେ ଓ ଖୁସି ରହିବେ । ନୂଆ ବ୍ୟବସାୟ ଲାଗି ଯୋଜନା କରିବେ । ଚାକିରୀରେ ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ବାଦ-ବିବାଦ, ପ୍ରତିଯୋଗୀତା-ପରୀକ୍ଷା, ଓ ମାଲିମୋକଦ୍ଦମାର ସମାଧାନ ହେବ । ସମାଜ ସେବାରେ ନିଜ ନିୟୋଜିତ କରିବେ । ନିଜର ଚତୁରତା ଓ ବିବେକ ବଳରେ ଶତ୍ରୁ ପକ୍ଷର ଷଡ଼ଯନ୍ତ୍ରକୁ ସହଜରେ ସାମ୍ନା କରିପାରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦମୟ ରହିବ । ମହିଳାମାନେ ସ୍ୱାସ୍ଥ୍ୟ ଜନିତ ପୀଡାରେ ଭୋଗୀ ପାରନ୍ତି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଲକ୍ଷ୍ମୀ ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତର ସମ୍ଭାର ନେଇ ଆସିଛି । ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ । ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । ନିଜର ଚତୁରତା ଓ ପତିଆରା ଯୋଗେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷକୁ ଆଣି ପାରିବେ । ଆପଣଙ୍କ ଉର୍ନ୍ନତିରେ ସମ୍ପର୍କୀୟମାନେ ଇର୍ଷା ପରାୟଣ କରିବେ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ । ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚିକା ।

ମୀନ: ଆଜି କୌଣସି କଥାକୁ ନେଇ ଟିକେ ଅଶାନ୍ତିରେ ରହିବେ । ସମସ୍ୟାକୁ ସମାଧାନ କରିବା ଲାଗି ପ୍ରୟାସ କରିବେ । ଭଗବାନଙ୍କ କୃପାରୁ ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ । କୌଣସି ଗୁରୁତ୍ଵପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ଵାସୀ ମନେ କରିବେ । ଜନ ସେବାରେ ନିଜକୁ ନିୟୋଜିତ କରିବେ । ତୀର୍ଥ ଯାତ୍ରାରେ ଜୀବନସାଥୀଙ୍କ ସହିତ ଯାଆନ୍ତୁ, ଶୁଭ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଜଗନ୍ନାଥ ।