21 Interesting Fact, ଯାହା ଆପଣଙ୍କ ସମ୍ମୁଖରେ ଥିବା ଲୋକର ମନର ଭାବକୁ ଜାଣିହେବ । ନିଶ୍ଚିତ ରୂପେ ଆପଣାଇ ଦେଖନ୍ତୁ ।

Spread the love

ପ୍ରତ୍ୟେକ ମନୁଷ୍ୟ ଭିନ୍ନ ଭିନ୍ନ ମାନସିକତା ଗୁଣ ନେଇ ଜନ୍ମ ହୋଇଥାନ୍ତି । ଏହି ମାନସିକତା ଗୁଣ ଭିନ୍ନ ହେବ ଫଳରେ ସେମାନଙ୍କ ଚିନ୍ତା କରିବା, କହିବା ଓ ଅନ୍ୟାନ୍ୟ ଗୁଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କୌଣସି କାର୍ଯ୍ୟ କରିବ ଶୈଳୀ ଓ ସେହି କାର୍ଯ୍ୟ ସମ୍ବନ୍ଧରେ ଚିନ୍ତା କରିବାର ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ମନୁଷ୍ୟର ମୋନାଦଶା ଉପରେ ନିର୍ଭର କରୁଛି ସେ କେତେବେଳେ କେଉଁ କାର୍ଯ୍ୟ କରିବ ଓ ସେହି କାର୍ଯ୍ୟ କରିବା ସମୟରେ ତାର ପ୍ରତିକ୍ରିୟା କଣ ? କେତେକ ବ୍ୟକ୍ତି ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ଖୁସିର ରାସ୍ତାକୁ ଆପଣାଉଛନ୍ତି ତ କିଛି ଲୋକ ରାଗକୁ ପରିପ୍ରକାଶ କରି ଦିଅନ୍ତୁ ।

ବେଳେବେଳେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ଭାବକୁ ଜାଣିବା ଭାରି କଷ୍ଟ ହୋଇଥାଏ । ଏହିପରି ପରିସ୍ଥିତିରେ ସମ୍ମୁଖରେ ଥିବା ବ୍ୟକ୍ତି ଜଣକ ମନରେ କଣ ଅଛି ବା ସେ କଣ ଚିନ୍ତା କରୁଛି ଏହା ଜାଣିବା ପାଇଁ ପ୍ରାୟତଃ ଅଧିକାଂଶ ଲୋକ ଚେଷ୍ଟା କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ସତ୍ୟ ଘଟଣା ନେଇ ଆସିଛୁ ଯାହା ହ୍ୟୁମ୍ୟାନ୍ ସାଇକୋଲୋଜି ସହ ଜଡିତ । ଏହି ସତ୍ୟକୁ ଭିତ୍ତି କରି ଆପଣ ସହଜରେ ଜାଣି ପାରିବେ ଯେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମନରେ କଣ ଅଛି ବା ସେ କଣ ଚିନ୍ତା କରୁଛି ।

୧) ୯୭% ପ୍ରତିଶତ ଲୋକ ନୂଆ କଲମଟି ଆଣିଲେ ପ୍ରଥମେ ସେମାନେ ସେମାନଙ୍କ ନାମ ଲେଖନ୍ତି ।

୨) ଛୋଟିଆ ଛୋଟିଆ କଥାରେ ହସୁ ଥିବା ବ୍ୟକ୍ତି ସାଧାରଣ ଜୀବନରେ ଏକାକୀ ଥା’ନ୍ତି ।

୩) ଆଙ୍ଗୁଠିକୁ ଆଙ୍ଗୁଠି ଗୁଡିକ ମଝିରେ ଲୁଚାଇବା, ଏହା ଏକ ଭୟର ସଂକେତ ଅଟେ ।

୪) ମୋନବିଜ୍ଞାନୀଙ୍କ କହିବା କଥା ପ୍ରଥମ ୭ସେକେଣ୍ଡରେ ହିଁ ଆପଣ କାହାକୁ ହୃଦୟରେ ସ୍ଥାନ ଦିଅନ୍ତି । ସେ ବନ୍ଧୁ ହେଉ ଅବା ପ୍ରେମୀକ ବା ପ୍ରେମୀକ ।

୫) ନକାରତ୍ମକ ଚିନ୍ତାଗୁଡିକୁ ଗୋଟିଏ କାଗଜରେ ଲେଖି ସେହି କାଗଜକୁ ଫୋପାଡ଼ି ଦେବା ଦେଲେ, ମୂଡ୍ ଭଲ ହୋଇଯାଏ ।

୬) ୯୦% ପ୍ରତିଶତ ଲୋକ ମେସେଜ ଦ୍ୱାରା ସେହି କଥା ଲେଖନ୍ତି ଯାହା ସେମାନେ କହି ପାରନ୍ତି ନାହିଁ ।

୭) କମେଡିଆନ ବା ମଜା କରୁଥିବା ଲୋକ ଅନ୍ୟମାନଙ୍କ ତୁଳନାରେ ଅଧିକ ଦୁଃଖି ରୁହନ୍ତି ।

୮) ଯେକୌଣସି ବ୍ୟକ୍ତି ପ୍ରେମରେ ପଡିବ ପାଇଁ କେବଳ ୪ ସେକେଣ୍ଡ ହିଁ ଯଥେଷ୍ଟ ।

୯) ଆଜିକାଲି ଯେତେ ପିଲା ଚିନ୍ତିତ ରହୁଛନ୍ତି ୧୯୫୦ ମସିହାରେ ସେତିକି ଲୋକ ମସ୍ତିଷ୍କ ସମ୍ପର୍ଣ୍ଣ ରୋଗୀ ଥିଲେ ।

୧୦) ଅତ୍ୟଧିକ ହସୁଥିବା ଲୋକମାନେ ଅଧିକ କଷ୍ଟକୁ ମଧ୍ୟ ସହ୍ୟ କରି ପାରନ୍ତି ।

୧୧) ଯେଉଁମାନଙ୍କ ସହ ଆମେ ଅଧିକ ସମୟ ଅତିବାହିତ କରିବା ସେମାନଙ୍କ କିଛି ଅଭ୍ୟାସର ପ୍ରଭାବ ଆମ ଉପରେ ପଡିଥାଏ ।

୧୨) ଯେତେବେଳେ ଆପଣ ସମ୍ମୁଖରେ ବସିଥିବା ବ୍ୟକ୍ତିଙ୍କୁ କହିବେ ମୁଁ ଗୋଟେ ପ୍ରଶ୍ନ ପଚାରିବି, ସେହି ମୁହୂର୍ତ୍ତରେ ସାମ୍ନାରେ ବସିଥିବା ଲୋକ ନିଜେ କରି ଥିବା ସମସ୍ତ ଖରାପ କାମ ୧ ସେକେଣ୍ଡରେ ମନେ ପଡ଼ିଯାଏ ।

୧୩) ମନୁଷ୍ୟ ପାଇଁ ସବୁଠୁ କଠିନ କାମ ହେଲା, ନିଜେ ନିଜେ ବୁଝାଇବା ଯେ, ମୋତେ କାହାର ଖାତିର ନାହିଁ ।

୧୪) ଶୋଇବା ପୂର୍ବରୁ ଆପଣ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଭାବୁଛନ୍ତି ସେ ହିଁ ଆପଣଙ୍କ ଦୁଃଖର କାରଣ ହୋଇଥାଏ ।

୧୫) ଖୁସିର ପ୍ରଥମ ଲୁହ ଡାହାଣ ଆଖୁରୁ ଓ ଦୁଃଖର ପ୍ରଥମ ଲୁହ ବାମ ଆଖିରୁ ଝରି ଥାଏ ।

୧୬) ଯଦି କେଉଁ ଝିଅ ଆପଣଙ୍କୁ ପସନ୍ଦ କରେ ଓ କଥା ହେବା ସମୟରେ ସେ ତାର ବାଳକୁ ପ୍ରଥମେ ସଜାଡି ଥାଏ ।

୧୭) ଆମର ଚିନ୍ତାଧାରାର ଶତକଡା ୯୦ ପ୍ରତିଶତ ଆମର ମାନଦଶା ଉପରେ ନିର୍ଭର କରିଥାଏ ।

୧୮) ତକିଆ ନେଇ ଶୋଉଥିବା ଲୋକେ ନିଜକୁ ଏକାଳୀ ଅନୁଭବ କରନ୍ତି ।

୧୯) ଯେଉଁ ବ୍ୟକ୍ତିମାନେ କାନ୍ଦି ପାରନ୍ତି ନାହିଁ ସେମାନେ ଭାବାତ୍ମକ ଭାବରେ ଦୁର୍ବଳ ହୋଇ ଯାଆନ୍ତି ।

୨୦) କେଉଁ କାର୍ଯ୍ୟ କଲେ ମନୁଷ୍ୟ ଯେତିକି ଖୁସି ପାଏ, ତା ଠାରୁ ଅଧିକ ଖୁସି ସେ ଅତୀତର କିଛି ସ୍ମୃତିକୁ ମନେ ପକାଇବ ଦ୍ୱାରା ପାଇଥାଏ ।

୨୧) ମାଆ ବାପା ପିଲାଙ୍କ ସହ ଯେଉଁ ଭଳି ଭାବରେ କଥା ହୁଅନ୍ତି, ତାହା ହିଁ ପିଲାର ଆନ୍ତରିକ ଭାଷା ହୋଇଥାଏ ।