21 ଅପ୍ରେଲ୍ ରବିବାର 2019 : ସୂର୍ଯ୍ୟଦେବଙ୍କ କୃପାରୁ ଆଜି ମିଳିବ ନିଜ ପରିଶ୍ରମର ଫଳ, କେହି ମଧ୍ୟ ନିରାଶ ହେବେ ନାହିଁ…..

Spread the love

21 ଅପ୍ରେଲ୍ ରବିବାର 2019 : ସୂର୍ଯ୍ୟଦେବଙ୍କ କୃପାରୁ ଆଜି ମିଳିବ ନିଜ ପରିଶ୍ରମର ଫଳ, କେହି ମଧ୍ୟ ନିରାଶ ହେବେ ନାହିଁ…..

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ । ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବ୍ୟବସାୟିକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଆୟକୁ ଚାହିଁ ବ୍ୟୟ କରନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ଆକସ୍ମିକ ଧନହାନୀ ହେତୁ ମନରେ ଦୁଃଖ ପ୍ରକାଶ ହେବ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ବୃଷ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଜନ ସେବାରେ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ରାଜନୀତି, ଖେଳ, ବିଦ୍ୟା ଓ କୃଷିକ୍ଷେତ୍ରରେ ଆଦୃତ ହେବେ । ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକି ଯିବ । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ, କୃତ କାର୍ଯ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି । ଆପଣଙ୍କ କାମରେ ସକାରାତ୍ମକତା ନଜରକୁ ଆସିବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ସରକାରୀ ଚାକିରିରେ ଥିବା ବ୍ୟକ୍ତି ବିଶେଷ ସୁଖବର ପାଇବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

କର୍କଟ: ଆପଣଙ୍କ କାର୍ଯ୍ୟକଳାପକୁ ଅନ୍ୟମାନେ ସମାଲୋଚନା ଆଲୋଚନା କରିବେ । ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧୢାନକେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ: ଆତ୍ମବିଶ୍ୱାସର ସହିତ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ । ଆର୍ଥିକସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ମହିଳାମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି । ପ୍ରେମିକ ପ୍ରେମିକାମାନଙ୍କର ମନ ପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ । କୃଷିକର୍ମରେ ପରିଶ୍ରମ ଫଳରେ ଆଶାନୁରୂପ ଲାଭ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କନ୍ୟା: ଆଜି ଆପଣଙ୍କ ମନ ଶାନ୍ତ ରହିବ । ନିଃସ୍ବାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଯୁବକଙ୍କୁ ବଢ଼ିଆ ଚାକିରି ମିଳିବାର ସମ୍ଭାବନା । ଘରର ବାତାବରଣରେ ସୁଖ-ଶାନ୍ତି ରହିବ । ରାଜନୀତିକ୍ଷେତ୍ରରେ ଥିବା ଲୋକମାନେ ଆଶା ଜନକ ଫଳପ୍ରାପ୍ତି କରିପାରିବେ ନାହିଁ । ପ୍ରେମରେ ସଫଳତା ମିଳିବ । ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ଧ୍ୟାନମଗ୍ନ ରହିବ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ । ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ ।

ତୁଳା: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଚାକିରୀଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ । ମାଲିମୋକଦ୍ଦମା ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ମହିଳାମାନେ ମାନେ ଅଧିକ ଲାଭ ପାଇ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ବିଦ୍ୟାର୍ଥୀମାନେ ସଂଘର୍ଷରତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀ ଗଣେଶ ।

ବିଛା: ପରିବାରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବେ, ଦିନଟି ମଙ୍ଗଳଯ ରହିବ । ବ୍ୟବସାୟୀମାନେ କର୍ମ କ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖାନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଆପଣଙ୍କ ଜୀବନ ପାଇଁ ମଙ୍ଗଳମୟ ରହିବା, ସଫଳତା ପୂର୍ବକ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଆମଦାନିର ନୂଆ ଅବସର ଖୋଲିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ମିତ୍ରଙ୍କ ସହିତ ସମୟ ଭଲରେ କଟିବ । ଅବିବାହିତଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

ମକର: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇବେ । ମହିଳାମାନେ ନିଜର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ ଓ ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ଼ ହେବ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

କୁମ୍ଭ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଆଧ୍ୟାତ୍ମିକ ଭାବନାରେ ସମୟ କଟିବ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ମଧ୍ୟ ପାଇବେ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଊନ୍ମୁକ୍ତ ହେବ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ମହିଳାମାନେ ବିଭିନ୍ନ ସ୍ଥାନରେ ପ୍ରଶଂସା ପାଇବେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ଅପରିଚିତଙ୍କ ସହିତ ସମ୍ପର୍କ ହେବ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ । ବ୍ୟବସାୟୀକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବା । ରାଜନୀତିରେ ସଫଳତା ମିଳିବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଦୌଡ-ଧୂପରେ ଶାନ୍ତି ଅନୁଭବ କରିବେ । ସମସ୍ତ ଚିନ୍ତା ଦୂର ହେବ । ପରିଶ୍ରମ କଲେ ଧନ ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।