ଆସନ୍ତୁ ଜାଣିବା : 23 ମଇ 2021, ରବିବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ । ନିଜ ସଂସ୍ପର୍ଶରେ ଆସୁଥବା ଲୋକମାନଙ୍କ କଥାଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ଅବଶ୍ୟ ଅପରାହ୍ନେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । ରବିଙ୍କ ସୁପ୍ରଭାବରୁ ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ, ଅବଶ୍ୟ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଯାହା ବି ନିଷ୍ପତ୍ତି ନେବେ, ତାହା ଶେଷ ସମୟରେ ଓଲଟ ପାଲଟ ହୋଇ ଯାଇପାରେ । ମଙ୍ଗଳଙ୍କ କୁପ୍ରଭାବରୁ ବିବାଦୀୟ ପରିସ୍ଥିତି ତଥା ମାଲିମକଦ୍ଦମାରେ ସ୍ଥିତି ଅନୁକୁଳ ହୋଇପାରେ । ଘରେ ବନ୍ଧୁମିଳନର ସୂଚନା ରହିଛି । କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକରେ ଉପଯୁକ୍ତ ଭାବେ ଫଳ ପାଇପାରିବେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ପ୍ରତ୍ୟେକ ଉଦ୍ୟମ ସାକାର ହେବା ଦିଗରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇପାରିବେ । ନୂତନ ସ୍ଥାନକୁ ଯାତ୍ରା ଯୋଗ ରହିଛି । ଆର୍ଥିକ ସ୍ଥିତି ପୂର୍ବପରି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଶନିଙ୍କ ପ୍ରଭାବରୁ ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ । ଆଜି ଆପଣ ଯାହା ପାଇବେ, ତାହା ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡ଼ିପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିପାରେ । ଭୁଲ୍‌ ବୁଝାମଣା ହିଁ ଏହାର ପ୍ରଧାନ କାରଣ ହେବ । ପାପଗ୍ରହ ମଧ୍ୟସ୍ଥ ବୃହସ୍ପତି ହେତୁ ଯାନବାହନରେ ସତର୍କ ରହିବା ଭଲ । ପିଲାମାନଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି । ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏକାଧିକଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି କାରଣରୁ ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ପାଲଟିବ । କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ପାଇବେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏକାଦଶସ୍ଥ ଚନ୍ଦ୍ର ହେତୁ ଆପଣଙ୍କର ପ୍ରତ୍ୟେକ ଅସ୍ଵାସ୍ତିକର ପରିସ୍ଥିତି ଆପଣା ଛାଏଁ ସୁଧୁରି ଯିବ । ଲେଖାପଢ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ । ଅଫିସର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେପରି କିଛି ଘଟିବ ନାହିଁ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ ଆଜିର କୌଣସି କାର୍ଯ୍ୟ ପାଇଁ ମନଲାଖିବ ନାହିଁ । ନୂତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଜମିଜମା, ବ୍ୟବସାୟ, ପରିବହନ କ୍ଷେତ୍ର ଭଲ ରହିବ ଏବଂ ପାରିବାରିକ ସମସ୍ୟାକୁ ସୁଧାରି ନେବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କୋଣ ସ୍ଥାନରେ ରାଜଯୋଗ ସୃଷ୍ଟି ହୋଇଥିବାରୁ ଆତ୍ମୀୟ କିମ୍ବା ସମ୍ପର୍କୀୟ ପାଖେଇ ଆସିବେ । ଅତି ପ୍ରିୟ ବନ୍ଧୁଟି ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇଯିବ । ପାରିବାରିକ କ୍ଷେତ୍ରରେ ଟେନସନ୍‌ କମିଯିବାର ଆଶା କରାଯାଇପାରେ । ପରିସ୍ଥିତିବଶତଃ ବାଧ୍ୟବାଧକତାରେ ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚତୁର୍ଥ ଭାବରେ ଗ୍ରହ ସନ୍ନିବେଶ କାରଣରୁ ପରିବାରର ବାରଣକୁ ନ ମାନି କାର୍ଯ୍ୟ କରିଲେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅଫିସ୍‌ରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ବ୍ୟବସାୟ, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା ଜଟିଳ ହେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ରାଶିପ୍ରତି ଚନ୍ଦ୍ରଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି । ପରିବହନରେ, ପ୍ରଶାସନିକ ସ୍ତରରେ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯତ୍ନ କରିପାରନ୍ତି । ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି ।