ଆସନ୍ତୁ ଜାଣିବା : 17 ମଇ 2021, ସୋମବାର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ । ସବୁ କଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ । ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା ସମାଧାନର ସୂଚନା ପ୍ରାପ୍ତ ହେବ । ମୁଖ୍ୟ ଭାବରେ ଏକାଧିକ ଗ୍ରହ ଆପଣଙ୍କ କଥାବାର୍ତ୍ତାକୁ ଅନିୟନ୍ତ୍ରିତ କରିପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କୀୟମାନଙ୍କ ସହ ବେଶ୍‌ ବନ୍ଧୁତା ଜମାଇ କାମ ହାସଲ ପାଇଁ ଚେଷ୍ଟିତ ହେବେ । ଆଗାମୀ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଣ୍ଡ ନ ପୂରାଇବା ଭଲ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇ ପାରନ୍ତି । ନିଜର କୃତୀ ଓ କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧାଭାଜନ ହେବେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାର ଚିନ୍ତା ପ୍ରକଟ କରିପାରନ୍ତି । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବାର ସୂଚନା ମିଳେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଅନାଗତ ସମସ୍ୟା ବିଷୟ ଚିନ୍ତାକରି ମନରେ ସରସତା ଆଗଭଳି ରହିବ ନାହିଁ । ନିର୍ମାଣ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ପରିବହନରେ କିଛି ସମସ୍ୟା ଦେଖାଦେବ, କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତ୍ୟେକ ପରିସ୍ଥିତିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ପାଇବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ଫନ୍ଦିଫିକର କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରତିବନ୍ଧକ ମଧ୍ୟରେ ଗତି କରିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ । ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ୟିବାରୁ ଏକପ୍ରକାର ଖୁସି ହେବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବିଭିନ୍ନ ଅସୁବିଧାରେ ପଡ଼ି ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ । କର୍ମକ୍ଷେତ୍ରର କେତେକ ସ୍ଥଳରେ ଭୁଲବୁଝାମଣା ଘଟିବ, ତଥାପି ଶ୍ରମର ମୂଲ୍ୟାଙ୍କନ ହେବ । କୌଣସି ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି । ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ମନଟା ଭଲ ରହିନପାରେ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ସମଯରେ ଅନ୍ୟମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥ କରି ଅପଦସ୍ଥ ହୋଇପାରନ୍ତି । ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅଯଥା କଥାଗୁଡିକୁ ସ୍ମରଣ କରି ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇବାରେ ବନ୍ଧୁ ଜଣକ ସାହାଯ୍ୟ କରିବେ । ମାନସିକ ସ୍ତରରେ ଅଶାନ୍ତି ଉପୁଜିବା ସହ କିଞ୍ଚିତ ଧନ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଆଦେଶପ୍ରାପ୍ତ ଅଧିକ ସମୟ କାର୍ଯ୍ୟ କରିବାକୁ ପଡିବ । କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଉନ୍ନତି ଘଟିବାର ଶତପ୍ରତିଶତ ସମ୍ଭାବନା ରହିଛି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ଛୋଟ ଛୋଟ କଥକୁ କେନ୍ଦ୍ର କରି ପରିବାରରେ ଉତ୍ତେଜନାର ବାତାବରଣ ଦେଖାଦେଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ହଠାତ୍‌ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ ଓ ମନରେ ଆତ୍ମବିଶ୍ଵାସ ମଧ୍ୟ ଦୃଢ ହେବ । ଯାହାଫଳରେ ନିର୍ଭୟରେ କାର୍ଯ୍ୟକରି ଚାଲିବେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି । ଅପରାହ୍ନେ ଅଫିସର ଫାଇଲ କାମକୁ ଟେନ୍‌ସନ କମିଯିବ, ସହକର୍ମୀଙ୍କ ସହ ସମ୍ୟକ ବାର୍ତ୍ତାଳାପ କରିବେ କିନ୍ତୁ ହଠାତ୍ ବନ୍ଧୁଙ୍କ ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମନ ବିଚଳିତ ରହିବ । ଆଲୋଚନା ପରିସରରେ କ୍ରୋଧବଶତଃ, କିଛି ଭୁଲ କଥା କହି ଅନ୍ୟମାନଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଯାହାଫଳରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ମନୋରଥ ପୂରଣହେବ । ବହୁ ବିଦ୍ୟା ପାରଙ୍ଗମ ହେବେ । ଯଶସ୍ୱୀ ହେବେ । ନିର୍ଭୟରେ କାର୍ଯ୍ୟକରି ଚାଲିବେ, ମାତ୍ର ଅଷ୍ଟମଚନ୍ଦ୍ର ହେତୁ ଉଚ୍ଚ ସ୍ଥାନରୁ ପତନ ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ନିଜର ଲୋକମାନେ ଈର୍ଷାନ୍ଵିତ ହୋଇ ନାନା ପ୍ରକାରର ସମସ୍ୟା ସୃଷ୍ଟି କରିବେ । ତଥାପି ସେମାନଙ୍କ ଚେଷ୍ଟା ବୃଥା ପ୍ରମାଣିତ ହେବ । କଲେ ମଧ୍ୟ କିଛି ଅସୁବିଧା ହେବନାହିଁ । ପରିବହନ, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅଫିସରେ ଉଚ୍ଚଧିକାରୀଙ୍କ ସନ୍ନିଧ୍ୟ ପ୍ରାପ୍ତି କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପଡ଼ୋଶୀଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ପାରିବାରିକ ସହଯୋଗ ଓ ସମର୍ଥନ ଯୋଗୁଁ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି କଷ୍ଟଦାୟକ ରହିବ । ଯେତେ ସତର୍କତାର ସହ ଚଳିଲେ ମଧ୍ୟ ପାଦେ ପାଦେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ କଣ୍ଟା ବାଡରେ ଲୁଗା ପକାଇ କଳହ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କିନ୍ତୁ ବନ୍ଧୁଙ୍କ ସହାୟତା ଲାଭ କରି ଚେଷ୍ଟା କରୁଥିବା କାମରେ ସଫଳତା ଲାଭ କରିବେ, ଯାହାଫଳରେ ମନକୁ ସାମୟିକ ଆନନ୍ଦ ମିଳିବ । ସ୍ତ୍ରୀଙ୍କ ପ୍ରେରଣାରୁ କେତେକ ବିବାଦୀୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।