ଆସନ୍ତୁ ଜାଣିବା : 22 ମଇ 2021, ଶନିବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । କିଛି ନୂତନ ଲୋକଙ୍କ ସହ ଦେଖାସାକ୍ଷାତ ହେବ, ଯାହାଦ୍ଵାରା କର୍ମକ୍ଷେତ୍ରର ସ୍ଥିତିରେ ଉନ୍ନତି ଆସିବ । ଗତ କିଛି ଦିନର ସ୍ଥଗିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । ଯଦି ଆପଣ କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦୈନନ୍ଦିନ କାର୍ଯ୍ୟକୁ ସମ୍ପନ୍ନ କରିବାରେ କଷ୍ଟସାଧ୍ୟ ହୋଇପାରେ । ଶତ୍ରୁମାନେ ଆପଣଙ୍କ କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି କରିବେ, ଏନେଇ ମାନସିକ ସ୍ତରରେ ବ୍ୟସ୍ତବିବ୍ରତ ହୋଇପାରନ୍ତି । କାରବାର ମାନ୍ଦା ରହିବା ସହ ଆକସ୍ମିକ ଭାବରେ ଆର୍ଥିକ ଜନିତ କେତେକ କ୍ଷତି ସହିବାକୁ ପଡିବ । ଅଫିସର ଆଲୋଚନା ପରିସରରେ ଅନ୍ୟଙ୍କ କଟାକ୍ଷକୁ ସହ୍ୟ କରିନପାରି ଅଧାରୁ ଚାଲିଆସିବେ । ଜିଦଖୋର ମନୋବୃତ୍ତି ଯୋଗୁଁ ସାମାଜିକ କ୍ଷେତ୍ରରେ ମଧ୍ୟ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ପରିବାରରେ ନିଜ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ, ନଚେତ୍ ସମ୍ପର୍କ ହାନୀ ହୋଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ନିମନ୍ତେ ଖଟାମିଠା ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ନାନା ପ୍ରକାର କୌଶଳ ଆପଣାଇବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ହୋଇପାରେ । ପ୍ରତିକୂଳ ପରିସ୍ଥିତିରେ ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ । ପରିବାରରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥା ଯୋଗୁଁ ମନରେ ଅଜସ୍ର ଚିନ୍ତା ଲାଗିରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧାର୍ମିକ କାର୍ଯ୍ୟ, ସତ୍-ସଂଘ ଆଦି କାର୍ଯ୍ୟ ପ୍ରତି ମନରେ ସ୍ଵତଃ ଆଗ୍ରହ ଜନ୍ମିବ । ବ୍ୟବସାୟୀମାନେ ବ୍ୟବସାୟରେ ନୂତନ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିନ୍ତା କରିବେ । ଅଫିସ୍ କାର୍ଯ୍ୟାଳୟରେ ପରିବେଶ ସୁସ୍ଥ ରହିବ । ସହକର୍ମୀଙ୍କ ସହ ପରସ୍ପର ସହଯୋଗ ଭିତ୍ତିରେ କାମ କରିବେ । ସାମାଜିକ ଜନହିତକର କାର୍ଯ୍ୟରେ ନିଜକୁ ସହଭାଗିତା କରିବେ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ଆପଣଙ୍କ ପାଇଁ ପ୍ରଗତିର ଏକ ନୂଆ ରାସ୍ତା ଉନ୍ମୋକ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ଆପଣ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଆଶାନୁରୂପକ ଫଳ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟସ୍ତତା ମଧ୍ୟରେ କାର୍ଯ୍ୟ ଏବଂ ପରିବାର ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ, ନଚେତ୍ ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ମନୋଭାବ ଉପୁଜିପାରେ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମଧୁର ବାକ୍ୟଳାପ ଦ୍ଵାରା ଅନ୍ୟର ମନକୁ ଜିଣିନେବେ । କିନ୍ତୁ ଆର୍ଥିକ ସ୍ଥିତି ଦୁର୍ବଳ ରହିବା ଯୋଗୁଁ ମନରେ ସରସତା ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଅଫିସ୍ କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗରେ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁଁ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ପରିବାରି ସମସ୍ୟା ବିଶେଷ ଗୁରୁତ୍ଵର ରହିବ ନାହିଁ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିଷ୍ଠାପରର ସହ କାର୍ଯ୍ୟ କରି ଉଚ୍ଚାଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରନ୍ତୁ, ଲାଭଦାୟକ ରହିବେ । ଶାରୀରିକ ସ୍ଵାସ୍ଥ୍ୟତା ରହିବା ସହ ପାରିବାରିକ ଜୀବନ ମଧ୍ୟ ସୁଖଶାନ୍ତିରେ ଅତିବାହିତ ହେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ । ବୃତ୍ତିଗତ କାର୍ଯ୍ୟ, କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ବିଶେଷ ଭଲ ରହିବ ନାହିଁ । ତଥାପି ପରିବାରରେ ଆର୍ଥିକ ଜନିତ କୌଣସି ଅଭାବ ହେବ ନାହିଁ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ସନ୍ଧ୍ୟାରେ ସାଙ୍ଗ ଓ ପରିଜନଙ୍କ ସହିତ ସମୟ ବିତେଇବେ । କିନ୍ତୁ ସ୍ୱାସ୍ଥ୍ୟ ଜନିତ କେତେକ ସମସ୍ୟା ଯେପରି କି ଗଣ୍ଠି ଯନ୍ତ୍ରଣା ଯୋଗୁଁ ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗି ରହିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । କାର୍ଯ୍ୟ ହାସଲ କରିବାରେ ନିମନ୍ତେ ସମୟ ସାପେକ୍ଷ ଲାଗିବ, ତେଣୁ ଧୌର୍ଯ୍ୟର ସହ ଅପେକ୍ଷା କରନ୍ତୁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିଲେ ଅପେକ୍ଷାକୃତ ସଫଳତା ପାଇବେ । ଅଫିସରେ ଆପଣଙ୍କ ପାଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ କିନ୍ତୁ ସାମାନ୍ୟ ଥକ୍କାପଣ ଅନୁଭବ କରିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜର ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ । ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ଅଫିସରେ ଯେତେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ସହକର୍ମୀ ଜଣକ ଆପଣଙ୍କ କାର୍ଯ୍ୟକୁ ନେଇ କ୍ଷୁଣ ବାହାର କରିବେ । ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିରେ ସଫଳ ପାଇବାର ସମ୍ଭାବନା ଅଧିକ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରାରଣ ଦେଇ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି ତାହାକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟର ଚାପ ଅଧିକ ରହିବ । ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧୌର୍ଯ୍ୟ ଧରି କାର୍ଯ୍ୟ କରିବେ । ନାନା ପକାର ସମସ୍ୟା ଆସିଲେ ମଧ୍ୟ ବୀରଙ୍କ ଭଳି ସମସ୍ୟାର ସମ୍ମୁଖୀନ କରିବେ ଓ ସମାଧାନର ମାର୍ଗ ଖୋଜି ବାହାର କରିବେ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ସାମନା କଲେ ଉପକୃତ ହେବେ । ଅଫିସରେ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ବନ୍ଧୁଙ୍କ ନିମନ୍ତ୍ରଣରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ପରିସ୍ଥିତି ଯେପରି ବିଶ୍ରୂଙ୍ଖଳିତ ନ ହେବ, ଏହାକୁ ଦ୍ରୁଷ୍ଟିରେ ରଖି କେତେକ ଜାଗାରେ ନୀରବ ରହିବାକୁ ବାଧ୍ୟ ହେବେ ।

Leave a Reply

Your email address will not be published. Required fields are marked *