ଆସନ୍ତୁ ଜାଣିବା : 20 ମଇ 2021, ଗୁରୁବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କର୍ମକ୍ଷେତ୍ରରେ ସଫଳତା ମିଳିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ ସଭାସମିତି ଓ ଆଲୋଚନା ପରିସରରେ ସମ୍ମାନିତ ହୋଇପାରିବେ । ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖନ ହୋଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବର ଭଳି ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ନିର୍ଦ୍ଧାରିତ ସମୟ ଖାଦ୍ୟପେୟ କରନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଭଲରେ କଟିବ । ବନ୍ଧୁ, ସହକର୍ମୀ ଓ ପରିବାର ବର୍ଗଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ କିନ୍ତୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଲୋକ ସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟ କାରବାର ଭଲ ରହିବ । ବ୍ୟବସାୟକୁ କେନ୍ଦ୍ର କରି କୌଣସି ନୂଆ ପରିଯୋଜନାର କଳ୍ପନା କରିବେ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଅତୀତର କେତେକ କଥାକୁ ସ୍ମରଣ କରିବା, ମାନସିକ ଦୁଃଶ୍ଚିନ୍ତାର କାରଣ ହେବ । କଳା, ସାହିତ୍ୟ ଓ ମନୋରଞ୍ଜନରୁ ମନ ଖୁସି ରହିବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି କୌ଼ଣସି କଥାକୁ ନେଇ ମାନସିକ ସତରେ ଶାନ୍ତି ପାଇବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ସାମାନ୍ୟ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ । ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସମାଜରେ ପାଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅତି ଆପଣଙ୍କ ଭାବୁଥିବା ଲୋକଟି ବିଶ୍ଵାସଘାତ କରିପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆର୍ଥିକ ଦିଗଟି କୌଣସି ଅଭାବ ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ । କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ସାମାଜିକ ସ୍ତରରେ ମାନ-ସମ୍ମାନ ବୃଦ୍ଧି ହେବ । କୌଣସି କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କାର୍ଯ୍ୟ କରିଲେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ପରିବାରରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମନ ବିଚଳିତ ରହିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଧୈର୍ଯ୍ୟହାର ନ ହୋଇ କାର୍ଯ୍ୟ କରିଲେ ସଫଳତା ନିଶ୍ଚୟ ମିଳିବ । ବୟୋସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ, ଅପେକ୍ଷାକୃତ ଭଲ ପରିଣାମ ମିଳିବ । ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଲାଭ ପାଇବେ । ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । ନୀତିନିୟମ ଭିତରେ ଜୀବନ ବିତାଇବେ । ଦାମ୍ପତ୍ୟ ଜୀବନ ଖୁସିର କଟିବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ଦୀର୍ଘ ଦିନରୁ ଲାଗିରହିଥିବା ଆର୍ଥିକ ସମସ୍ୟାର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ସହଯୋଗଭିତ୍ତିରେ କାମ କରିବେ । ଅଫିସରେ ଆୟୋଜିତ ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କରି ପ୍ରଶଂସିତ ହେବେ । ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅପମାନିତ ହେବାକୁ ପଡିବ । ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କିନ୍ତୁ ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପରିବାର ସନଦୟଙ୍କ ମନରେ ମନାନ୍ତର ଭାବ ଯୋଗୁଁ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବନ୍ଧୁଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦୀର୍ଘଦିନରୁ ମନରେ ଯେଉଁ ଓଲଟପାଲଟ ଚିନ୍ତାଧାରା ଲାଗିରହିଥିଲା ତାହା ସମାପ୍ତ ଘଟିବ । ବନ୍ଧୁଙ୍କ ବଦାନ୍ୟତାରୁ ସମସ୍ୟାର ଘେରରୁ ମେକୁଳିଯିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କିନ୍ତୁ ବକେୟା ଅର୍ଥ ଆଦାୟ କରିବା ଫଳରେ ଆର୍ଥିକ ସ୍ଥିତିର ସୁଦୃଢ଼ ହେବ । ପାରିବାରିକ ସ୍ଥିତି ମଜବୁତ ରହିବ । ପରିବାର ସଦସ୍ୟ ଆପଣଙ୍କ କାର୍ଯ୍ୟକୁ ସମର୍ଥନ କରିବେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସାମାଜିକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିବେ ଓ ଯାହାଫଳରେ ମାନସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟ କାରବାରରେ ସ୍ଥିତି ମାଧ୍ୟମ ଧରଣ ରହିବ । ଆର୍ଥିକ ସ୍ଥିତି ମଧ୍ୟ ପୂର୍ବ ଭଳି ରହିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । କାର୍ଯ୍ୟ ହାସଲ କରିବା ନିମନ୍ତେ ଉଚ୍ଚାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁ ଓ ସହାଯକର୍ମୀଙ୍କ ମାଧ୍ୟମରେ ମ୍ପୂର୍ଣ୍ଣ କରିନେବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ । ନିଜର ପରିଶ୍ରମରେ ମାଧ୍ୟମରେ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ସାମୟିକ ବିବ୍ରତ ହୋଇପାରନ୍ତି । ସରକାରୀ କ୍ଷେତ୍ରରେ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍-ଭାବର ଅଭାବ ରହିବ ନାହିଁ । କିନ୍ତୁ ସନ୍ତାନଙ୍କ ଭବିଷୟକୁ ନେଇ ଚିନ୍ତିତ ରହିବେ ।