ଆସନ୍ତୁ ଜାଣିବା : 18 ମଇ 2021, ମଙ୍ଗଳବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଅଯଥା କଥାଗୁଡିକୁ ସ୍ମରଣ କରି ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇବାରେ ବନ୍ଧୁ ଜଣକ ସାହାଯ୍ୟ କରିବେ । ମାନସିକ ସ୍ତରରେ ଅଶାନ୍ତି ଉପୁଜିବା ସହ କିଞ୍ଚିତ ଧନ ପ୍ରାପ୍ତିର ସୂଚନା ମିଳୁଛି । ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ । ସରକାରୀ ଆଦେଶପ୍ରାପ୍ତ ଅଧିକ ସମୟ କାର୍ଯ୍ୟ କରିବାକୁ ପଡିବ । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ଛୋଟ ଛୋଟ କଥକୁ କେନ୍ଦ୍ର କରି ପରିବାରରେ ଉତ୍ତେଜନାର ବାତାବରଣ ଦେଖାଦେଇପାରେ । କିନ୍ତୁ ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ମନଟା ଭଲ ରହିନପାରେ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ସମୟ କ୍ରମରେ ଅନ୍ୟମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥ କରି ଅପଦସ୍ଥ ହୋଇପାରନ୍ତି । ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ, କାମ ସହଜରେ ସଫଳ ହେବ । ପ୍ରତିବନ୍ଧକ ମଧ୍ୟରେ ଗତି କରିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ । ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ଯୋଗୁଁ ଏକପ୍ରକାର ଖୁସି ଅନୁଭବ କରିବେ । ପାରିବାରିକ ଜୀବନ ସୁଖକର ହେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କୀୟମାନଙ୍କ ସହ ବେଶ୍‌ ବନ୍ଧୁତା ଜମାଇ କାମ ହାସଲ ପାଇଁ ଚେଷ୍ଟିତ ହେବେ । ଆଗାମୀ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଣ୍ଡ ନ ପୂରାଇବା ଭଲ । କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ । ଜମି କିଣିବା ଲାଗି ଭାବି ପାରନ୍ତି । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଜାରି ରଖିଥିବା ଉଦ୍ୟମରେ ସଫଳତା ନିଶ୍ଚୟ ପାଇବେ । ବିଭିନ୍ନ ଅସୁବିଧାରେ ପଡ଼ି ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ । କର୍ମକ୍ଷେତ୍ରର କେତେକ ସ୍ଥଳରେ ଭୁଲବୁଝାମଣା ଘଟିବ, ତଥାପି ଶ୍ରମର ମୂଲ୍ୟାଙ୍କନ ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ । ଆର୍ଥିକ ପକ୍ଷ ମଜଭୁତ ରହିବ । କୌଣସି ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି । ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରତ୍ୟେକ ପରିସ୍ଥିତିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ପାଇବେ । ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟ କରିବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ଫନ୍ଦିଫିକର କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ନିର୍ମାଣ, ମାଲିମକଦ୍ଦମା, ବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ । ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ନିର୍ମାଣ କାର୍ଯ୍ୟରେ କିଛି ସମସ୍ୟା ଦେଖାଦେବ, କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ । ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ନିମନ୍ତେ ଶୁଭଦାୟକ ରହିବ । ନିଜର କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧାଭାଜନ ହେବେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାର ଚିନ୍ତା ପ୍ରକଟ କରିପାରନ୍ତି । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବାର ସୂଚନା ମିଳେ । ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ବିବାଦ ହେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟ ସତ୍ୟ ଭାଷଣଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ । କାର୍ଯ୍ୟ ବ୍ୟସ୍ତତା କାରଣରୁ ସ୍ଵାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ଵନ୍ଦିତାର ସମ୍ମୁଖୀନ କରିବେ । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ପାରିବାରିକ ସ୍ଥିତି ପ୍ୟାୟତଃ ସୁସ୍ଥ ରହିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କର୍ମକ୍ଷେତ୍ରରେ କାର୍ଯ୍ୟ ବୃଦ୍ଧି ହେତୁ ଆଦୌ ଫୁରୁସତ୍‌ ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ସହ ମତ ପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ । ଆଗାମୀ ମାଙ୍ଗଳିକ ଉତ୍ସବ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ପରି ଖୁସି ହୋଇପାରିବେ ନାହିଁ । ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କହାନି ଦୁଶ୍ଚିନ୍ତାର କାରଣ ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କ ବିଚାର ସକାରାତ୍ମକ ରହିବ । ଯାହା ବି କାମ କରିବେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସମସ୍ୟା ପାରିବାରିକ ଜୀବନକୁ ପ୍ରଭାବିତ କରି ରଖିବ । ଯାନବାହନ, ଲୋକ ସମ୍ପର୍କ, ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ । ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅଧିକାର ଜାହିର କରିବା ପ୍ରବୃତ୍ତିକୁ ନିୟନ୍ତ୍ରଣରେ ରଖନ୍ତୁ । ଅଫିସ କାମ ପୂରା କରିବାରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗର ମାର୍ଗ ଉନ୍ମୋଚିତ ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବେ କିନ୍ତୁ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ । ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି ।