ଆସନ୍ତୁ ଜାଣିବା : 15 ମଇ 2021, ଶନିବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝମେଲା ସମାଧାନ ଆଡ଼କୁ ଗତି କରିବ । ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ପ୍ରିୟବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି ଯୋଗୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ ପାଇ କାମ ହାସଲ କରିବେ । ଘରେ କିମ୍ବା ଅଫିସରେ ଏକ ସାଧାରଣ କଥାରେ ବିତର୍କ ହୋଇପାରେ । ସାଂଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବ୍ୟବସାୟ, ପରିବହନ ଓ ନିର୍ମାଣ, ଜମିଜମା କ୍ଷେତ୍ର କିମ୍ବା ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ହାସଲ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପାରିବାରିକ ସମସ୍ୟାର ସମାଧାନ ଘଟିବ କିନ୍ତୁ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିବ । ବନ୍ଧୁମାନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ । ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଅଫିସ୍‌ କାମର ବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ପରିଜନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ । ପରିବାରରେ ଆର୍ଥିକ ଅଭାବ ସମସ୍ୟା ଆଣିପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବନ୍ଧୁଙ୍କ ସାହାଯ୍ୟ ଆଜି ଆପଣଙ୍କ କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ସକାଶେ ନିଜକୁ ଖାପ ଖୁଆଇ ଚଳିବା ଭଲ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସମସ୍ୟା ଜଡିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିପାରିବେ । ଯାନ ବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହ ଭୂମି ଲାଭ ଯୋଗ ରହିଛି । ପ୍ରଶାସନ, କଚେରି ମାମଲା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସୀ ହୋଇଯିବ । କଳା, ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ ହେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅପ୍ରିୟ ସତ୍ୟ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଦିନଟିରେ ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଆପଣ ଯାହାକୁ ଯାହା ମାଗିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ । ଅବଶ୍ୟ ପରିବାରର ଲୋକ ମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ୍‌ ବୁଝିପାରନ୍ତି । ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଗୃହରେ କଳହ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ପରସ୍ପର ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚାହୁଁଥିବା କାମଟି ଠିକ୍‌ ସମୟରେ ନ ହୋଇପାରିବା କାରଣରୁ ମନ ଭଲ ଲାଗିବ ନାହିଁ । ପିଲାମାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚିନ୍ତା କରିପାରନ୍ତି । କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବନ୍ଧୁଙ୍କ ପ୍ରାୟୋଜିତ କୌଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ । ସମସ୍ୟା ଥିବା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି ।