ଆସନ୍ତୁ ଜାଣିବା : 21 ମଇ 2021, ଶୁକ୍ରବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ସ୍ଵଭାବ ଓ ବ୍ୟବହାର ଦ୍ଵାରା ଲୋକେ ପ୍ରଭାବିତ ହେବେ । ଉନ୍ନତମାନର ଚିନ୍ତା ଦ୍ଵାରା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଅଫିସର ଉଚ୍ଚକତୃପକ୍ଷଙ୍କ ସାହାଯ୍ୟ ଓ ସହଯୋଗ ମିଳିବା ଫଳରେ ମନ ଆନନ୍ଦର ବିଭୋରରେ ପ୍ରଫୁଲ୍ଲିତ ହୋଇଉଠିବ । ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ମାନସିକ ସ୍ତରରେ ଚିନ୍ତିତ ଅନୁଭବ କରିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନର ପ୍ରାରମ୍ଭରେ କେତେକ ଅସ୍ବାଭାବିକ ଘଟଣାକୁ କେନ୍ଦ୍ର କରି ମାନସିକ ସ୍ତରରେ ସମସ୍ୟା ଲାଗିରହିବ । କର୍ମକ୍ଷେତ୍ର ମନ୍ଦ ନ ହେଲେ ମଧ୍ୟ ଶାନ୍ତିପ୍ରଦ ହୋଇ ନ ପାରେ । ଅଫିସରେ ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପାରେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ । ପରୋକ୍ଷ ଶତ୍ରୁତା ଓ ନିକଟ ସମ୍ପର୍କୀୟଙ୍କ ବିଶ୍ଵାସଘାତକତା ଯୋଗୁଁ ମନରେ କ୍ଷୁବ୍ଧ ଭାବନା ଜାତ ହେବ । ପ୍ରାୟକୁଳ ପରିସ୍ଥିତିରେ ଅଫିସରେ କାର୍ଯ୍ୟଭାର ଅଧିକ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବେ । ଦୀର୍ଘଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ପୂରା କରିବାରେ ସକ୍ଷମ ହେବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । ସାମାଜିକ ସ୍ତରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । କିନ୍ତୁ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ ଓ ମିଥ୍ୟା ଆରୋପରେ ଆପମାନିତ କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅର୍ଥ ଅଭାବ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ଯୋଗୁଁ କେତେକ ବ୍ୟତିକ୍ରମର ସମ୍ମୁଖୀନ କରିବାକୁ ପଡିପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ପରିବାରିକ ଜୀବନ ସୁଖମୟ ରହିବ । ପରିବାର ସଦସ୍ୟଙ୍କ ସହ ଆଗାମୀ ଦିନର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବେ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟ ସମ୍ପାଦନ କରିବେ ଓ ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ସମାଜର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପରିବାରଜନ, ବନ୍ଧୁବାନ୍ଧବ, ସମ୍ପର୍କୀୟ ସମସ୍ତଙ୍କ ସହଯୋଗ ସାହାଯ୍ୟ ପାଇବେ । ମଧୁର ବାକ୍ୟାଳାପ ଦ୍ଵାରା ଆପଣମାନଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିପାରିବେ । ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ କିନ୍ତୁ ଚାକିରିରେ ସ୍ଥାନାନ୍ତର ଭୟ ରହିବ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ଅଫିସରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ । ସଭାସମିତି ଓ ଆଲୋଚନା ପରିସରରେ ସତ କଥା କହି ସମସ୍ତଙ୍କ ଶତୁ ହୋଇପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ପ୍ରତ୍ୟେକ ସ୍ଥଳରେ ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସ୍‌ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ଅର୍ଥକୁ କେନ୍ଦ୍ର କରି ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ପାରିବାରିକ କ୍ଷେତ୍ରରେ ମନକଥା ମନରେ ରଖି ଚଳିବାକୁ ବାଧ୍ୟ ହେବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ ହେବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚଲାପଥରେ ପ୍ରତିରୋଧ କରିଲେ ମଧ୍ୟ ଆପଣଙ୍କ କୌଣସି ଅସୁବିଧା ହେବ ନାହିଁ । ବୃତ୍ତିଗତ କାର୍ଯ୍ୟରେ ବିଶେଷ କିଛି ଉନ୍ନତି ପରିଲକ୍ଷିତ ହେବ ନାହିଁ । ଅଫିସରେ ସହକର୍ମୀଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାରେ ସକ୍ଷମ ହେବେ । ଉଚ୍ଚ ସ୍ତରୀୟ ବ୍ୟକ୍ତି ବିଶେଷଙ୍କ ସହାୟତା ଲାଭ କରି ସ୍ଥଗିତ କାମକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ପାରିବାରିକ ଜୀବନ ସୁଖମୟ ରହିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆର୍ଥିକ ସ୍ତରରେ କୌଣସି ଅଭାବ ଅସୁବିଧା ନଥିଲେ ମଧ୍ୟ ଅଯଥା କଥାଗୁଡିକ ଚିନ୍ତା କରି ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗିରହିବ । କାରବାର ମାନ୍ଦା ରହିଲେ ମଧ୍ୟ ପାରିବାରିକ ସ୍ତରରେ ଆର୍ଥିକ ଜନିତ କୌଣସି ଅଭାବ ଅସୁବିଧା ଦେଖାଦେବ ନାହିଁ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ । ସଭାସମିତି ଅବା ଆଲୋଚନା ପରିସରରେ ବକ୍ ଅସଂଯମତା ଯୋଗୁଁ ଅପମାନିତ ହେବାକୁ ପଡିପାରେ । ପରିବାରରେ କାହାରି ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । ପଡୋଶୀଙ୍କ ଶତ୍ରୁତା ମନୋଭବରେ କ୍ଷୁବ୍ଧ ହେବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ବିଭିନ୍ନ ପ୍ରକାର ପ୍ରତିରୋଧର ସମ୍ମୁଖୀନ କରିବା ସତ୍ତ୍ୱେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇପାରିବେ । କାରବାରର ସ୍ଥିତି ଅତି ଶୋଚନୀୟ ରହିବା ଯୋଗୁଁ ମନରେ ନାନା ପ୍ରକାର ଦୁଶ୍ଚିନ୍ତା ଜାତ ହେବ । ଆର୍ଥିକ ଋଣ ଭାର କ୍ରମଶଃ ବୃଦ୍ଧି ପାଇବ । କିନ୍ତୁ ଅଫିସରେ ସହକର୍ମୀଙ୍କ ସହଯୋଗରେ କେତେକ ସମସ୍ୟାରୁ ମୁକୁଳି ପାରିବେ । ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କ ମନୋଭାବ ଭଲ ରହିବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ନିଶ୍ଚୟ ପାଇବେ କିନ୍ତୁ ପୂର୍ବର କେତେକ ବିବାଦୀୟ ଘଟଣାକୁ କେନ୍ଦ୍ର କରି ପରିବାରରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ, ଅପେକ୍ଷାକୃତ ଭଲ ପରିଣତି ପାଇବ । ଶେୟାର ବଜାରରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ପାଇବେ । ରାଜନୀତି, ପ୍ରଶାସନ ଓ ସାମାଜିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସଭାସମିତି କିମ୍ବା ଆଲୋଚନା ପରିସରରେ ନୀରବ ରହିବା ଶ୍ରେୟସ୍କର ହେବ ।