ଆସନ୍ତୁ ଜାଣିବା : 19 ମଇ 2021, ବୁଧବାରର ରାଶିଫଳ !

Spread the love

ଗ୍ରହ ନକ୍ଷେତ୍ରଗୁଡିକର ଗତିପଥରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମଙ୍ଗଳଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତାରେ ଆରୋଗ୍ୟ ଲାଭ କରିବା ହେତୁ ମନକୁ ସାମୟିକ ଆଶ୍ୱସ୍ତି ମିଳିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ସାମାନ୍ୟ ମାନ୍ଦା ରହିବ କିନ୍ତୁ ଆର୍ଥିକ ଜନିତ କୌଣସି ଅଭାବ କିମ୍ବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଦକ୍ଷତା ହେତୁକ ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ କିନ୍ତୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ ସହଯୋଗ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ଉପକୃତ ହେବେ । ଯୋଜନାନୁଯାୟୀ କାର୍ଯ୍ୟ କରିଲେ ଅପେକ୍ଷାକୃତ ଫଳପ୍ରଦ ହେବେ । ଉଚ୍ଚାଅଧିକାରୀଙ୍କ ସହାନୁଭୂତି ଯୋଗୁଁ ମନ ଖୁସି ରହିବ । ଆଇନ, ଯୋଗାଯୋଗ, ସଭାସମିତି, ଗଠନମୂଳକ କାମ ଓ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ । ପାରିବାରିକ ସମସ୍ୟା ସୁଧାରି ନେବା ସକାଶେ ବିଭିନ୍ନ ଚେଷ୍ଟା କରିପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ କାର୍ଯ୍ୟ ହାସଲ ପାଇଁ ଖର୍ଚ୍ଚାନ୍ତ କରିବାକୁ ପଡିବ । ତଥାପି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ମିଳିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିସ୍ଥିତିକୁ ଲାଘବ କରିବେ । ପରିବାରରେ ସମସ୍ୟା ଲାଗି ରହିବା କରନରୁ ବ୍ୟବସାୟକୁ ସଙ୍କୁଚିତ କରି ନେଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୀର୍ଘଦିନ ପରିଶ୍ରମର ସାର୍ଥକତା ସ୍ୱରୂପ ସଫଳତାରେ ଆନନ୍ଦ ଅନୁଭବ କରିବେ । କୌଣସି କ୍ଷେତ୍ରରେ ମଧ୍ୟ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ । ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇପାରେ । ଗଠନମୂଳକ କାଯର୍‌ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆଜିର ଅଡରାହ୍ନରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସମସ୍ୟା ଓ ପ୍ରତିବନ୍ଧକକୁ ହଟାଇ କାର୍ଯ୍ୟହାସଲ କରିବାରେ ଅସୁବିଧା ରହିବ ନାହିଁ । ନିଜ ପରିସରରେ ରହୁଥିବା ବ୍ୟକ୍ତିମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବେ । ଅତୀତ ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମକୁ କେନ୍ଦ୍ର କରି ମନରେ ସରସତା ରହିବ ନାହିଁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଯାହାକୁ ନିଜର ବୋଲି ଭାବିବେ ସେ ସରଳତାର ସୁଯୋଗ ନେଇ ଆପଣଙ୍କୁ ଅସୁବିଧା ମଧ୍ୟରେ ଠେଲି ଦେବାକୁ ପଛ ଘୁଞ୍ଚା ଦେବନାହିଁ । ବ୍ୟବସାୟ, ବାଣିଜ୍ୟରେ ବିଶେଷ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ନିର୍ମାଣ, ପ୍ରଶାସନ ଆଦି କ୍ଷେତ୍ରରୁ ସୁଫଳ ପାଇବେ । ଆଜି କୌଣସି ଆନୁଷ୍ଠାନିକ କାମରେ ଯୋଗ ଦେଇ ସମ୍ମାନିତ ହୋଇପାରନ୍ତି । ଅନ୍ୟକୁ ଦେଇ ଥିବା ଟଙ୍କା ଫେରିପାଇବା ପାଇଁ ବିବାଦ ଭିତରକୁ ଟାଣି ହେବାକୁ ପଡିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଅଯଥା କଥାଗୁଡିକ ଚିନ୍ତା କରି ମାନସିକ ଅବସାଦର ଶିକାର ହୋଇପାରନ୍ତି । ଆଜି କୌଣସି କାମ କରିବା ପାଇଁ ଉତ୍ସାହପ୍ରଦ ହେବ ନାହିଁ । ମନର ଭାବକୁ ବନ୍ଧୁ ନିକଟରେ ପ୍ରକାଶ କରିବାରେ କୁଣ୍ଠାବୋଧ ପ୍ରକାଶ କରିବେ । ଭୁଲ୍‌ ବୁଝାମଣା ହେତୁ ଅଧିନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ସହକର୍ମୀଙ୍କ ଆଭ୍ୟନ୍ତର କଥାବାର୍ତ୍ତରେ ମୁଣ୍ଡ ପୁରାନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ବିଶେଷ ଭଲ ରହି ନ ପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନ କଥା ମନରେ ରଖି କାର୍ଯ୍ୟ କରନ୍ତୁ । କାର୍ଯ୍ୟ ହାସଲ ନିମନ୍ତେ ଆନୁଷଙ୍ଗିକ ପଦ୍ଧତିକୁ ଅନୁସରଣ କରିପାରନ୍ତି । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ୱାର୍ଥବାଦୀ ହୋଇ ପଡିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ । ଯାହାଫଳରେ ସମସ୍ତ ସୁବିଧା ଥାଇ କୌଣସି କାମ କରିବାକୁ ମନରେ ଇଚ୍ଛା ପ୍ରକାଶ ହେବ ନାହିଁ । କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଅତୀତ ଦିନର କେତେକ କଥା ମନକୁ ବାରମ୍ବାର ଆଲୋଡିତ କରିପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ନୂତନଭାବେ ଆରମ୍ଭ କରିବାକୁ ଥିବା କାମରେ ପ୍ରତିବନ୍ଧକ ଯୋଗୁଁ ବ୍ୟସ୍ତତା ବୃଦ୍ଧି ପାଇବ । ପ୍ରକଳ୍ପକାର୍ଯ୍ୟ, ବ୍ୟବସାୟ ଓ ପରିବହନରେ କେତେକ ଆଧୁନିିକୀକରଣ କରି ପାରନ୍ତି । ଅଫିସରେ ସହକର୍ମିଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟର ଚାପ ଅଧିକ ରହିବ । ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଅନ୍ୟପକ୍ଷରେ ନିକଟ ସମ୍ପର୍କୀୟମାନେ ବିଶ୍ୱାସଘାତକତା କରିପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବ୍ୟବସାୟିକ କାରବାରରେ ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ । ଆର୍ଥିକ ସ୍ତରରେ ଉନ୍ନତି କରିବା ପାଇଁ କଠୋର ପରିଶ୍ରମ କରିବେ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ସମ୍ପାଦନ କରିବେ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ କୈଫତ୍ ମାଗିପରାନ୍ତି । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମନା ହେତୁ ସମସ୍ୟା ବଢିପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବନ୍ଧୂବାନ୍ଧବଙ୍କ ସମ୍ପର୍କରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପାରିବାରିକ ଜଞ୍ଜାଳ ବୃଦ୍ଧି ଯୋଗୁଁ କାମଗୁଡିକ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ । ଅଫିସ୍‌ କାର୍ଯ୍ୟ ତ୍ୱରାନ୍ବିତ ହେବ ଏବଂ ସମସ୍ୟା ଦୂରେଇ ଯିବ । ଅଫିସରେ ଆଲୋଚନା କାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିପାରନ୍ତି । ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କର୍ମ ତତ୍ପରତା ସ୍ଵଭାବ ଯୋଗୁଁ କର୍ମକ୍ଷେତ୍ରରେ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ କରିବେ । ବୃତ୍ତିଗତ ବ୍ୟବସାୟ, ଆଲୋଚନା ପରିସର, ଆନୁଷ୍ଠାନିକ କାମରେ ଆଶାତୀତ ସଫଳତା ପାଇବେ । ଅଫିସରେ ଉଚ୍ଚାଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଯୋଗୁଁ ମନରେ ଚିନ୍ତା ଲାଗିରହିବ । ପାଖ ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି ଝଡ ସୃଷ୍ଟି ହେବାର ସୂଚନା ରହିଛି ।