30 ସେପ୍ଟେମ୍ବର 2020, ବୁଧବାରର ରାଶିଫଳ ! ଆସନ୍ତୁ ଜାଣିବା ଦିନଟି ଆପଣଙ୍କ ପାଇଁ କିପରି ରହିବ ।

Spread the love

ଆଜି ଆମେ ଆପଣଙ୍କୁ ୩୦ ସେପ୍ଟେମ୍ବର ବୁଧବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ :

ଆକସ୍ମିକ ସମସ୍ୟା ଯୋଗୁଁ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ପାରିବାରରେ ସ୍ନେହ, ଶ୍ରଦ୍ଧା ମିଳିଲେ ମଧ୍ୟ କେତେକ ଅପ୍ରୀତିକର କାର୍ଯ୍ୟକୁ ନେଇ ମନରେ ଦ୍ଵନ୍ଦ ଲାଗିରହିବ । ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ନିମନ୍ତେ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ କିନ୍ତୁ କୌଶଳ ଓ ବୁଦ୍ଧି ପ୍ରୟୋଗ ସମସ୍ୟାର ସମାଧାନ କରିନେବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ନୂତନ ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହ ଆଲୋଚନା କରିବେ । ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ । ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଘରଭଡ଼ା କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

ବୃଷ :

ପ୍ରତିବନ୍ଧକ କାରଣରୁ କାମଗୁଡିକ ସୁବିଧାରେ ସମ୍ପର୍ଣ୍ଣ ହେବା କାଠିକର ପାଠ ହେବ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ପରବର୍ତ୍ତୀ ସମୟରେ ଅନୁତପ୍ତ କରିବେ । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ । ବନ୍ଧୁ ଓ ସମ୍ପର୍କୀୟଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବ୍ୟବସାୟ କ୍ଷେତ୍ର ସ୍ଥିତି ମନ୍ଦ ରହିବ ନାହିଁ । କର୍ମକ୍ଷେତ୍ରରେ ସ୍ଥିତି ପୂର୍ବପରି ରହିବ । କର୍ମକ୍ଷେତ୍ରରେ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପୂର୍ବପରି ରହିବ କିନ୍ତୁ ସାଧାରଣ କଥାକୁ କେନ୍ଦ୍ରକରି ହଡ଼ବଡ଼େଇ ଯିବେ । ପରିବାରରେ ସୁସ୍ଥ ବାତାବରଣ ରହିବ କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ମନରେ ଅଜସ୍ର ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ରାମଚଣ୍ଡୀ ।

ମିଥୁନ :

ଦୀର୍ଘ ଦିନରୁ ଅଟକିଥିବା ଅମୀମାଂଶିତ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସମର୍ଥ ହେବ । ପ୍ରତ୍ୟେକ କ୍ଷେତ୍ରରେ କାମ କରିବା ସକାଶେ ଉତ୍ସାହିତ ହେବେ ଓ ସଫଳତା ମଧ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କିନ୍ତୁ ପାରିବାରିକ ଖର୍ଚ୍ଚ ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । ପାରିବାରିକ କ୍ଷେତ୍ରରେ ଗତକାଲିର କେତେକ କାର୍ଯ୍ୟକଳାପ ବିଷୟରେ ପର୍ଯ୍ୟାଲୋଚନା କରି ମନରେ ବିଭ୍ରାନ୍ତ ସୃଷ୍ଟି ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କର୍କଟ :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସହଜରେ ଓ ସୁବିଧାରେ ସମ୍ପନ୍ନ କରିପାରିବେ । କୌଣସି ନୂତନ କର୍ମାରମ୍ଭରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବ । ପ୍ରିୟଜନକଙ୍କ ସହାୟତା ନେଇ ସମସ୍ୟାରୁ ମୁକୁଳି ପାରିବେ । କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ରହିବ, ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ ଓ ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ । ଅର୍ଥ ନେଣଦେଣକୁ ଭିତ୍ତି କରି ବନ୍ଧୁ କିମ୍ବା କୌଣସି ସମ୍ପର୍କୀୟଙ୍କ ସହ କଳହ ସୃଷ୍ଟି ହେବାର ସୂଚନା ରହିଛି । ପାରିବାରରେ ଲାଗିରହିଥିବା ଅସ୍ଥିରତା ମାନସିକ ଦ୍ୱନ୍ଦ୍ୱର କାରଣ ହୋଇପାରେ । ଜୀବନ ସାଥିଙ୍କ ସହ ପରିବାରିକ ଘଟଣାକୁ ନେଇ ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ସିଂହ :

ଦିନଟି ଭଲ ରହିଲେ ମଧ୍ୟ ପ୍ରତ୍ୟେକ କାମରେ ଦ୍ଵନ୍ଦ ଲାଗିରହିବ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟ ସ୍ଥିତି ମାଧ୍ୟମ ଧାରଣର ରହିବ ଓ କେତେକାଂଶରେ ଋଣମୁକ୍ତ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ଅଫିସରେ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିଲେ ମଧ୍ୟ କାର୍ଯ୍ୟଭାର ଅଧିକ ରହିବ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଦୀର୍ଘଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

କନ୍ୟା :

ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ସ୍ୱାର୍ଥର ବଶବବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଅଫିସରେ କାର୍ଯ୍ୟର ଚାପ ଥିଲେ ମଧ୍ୟ ସହକର୍ମୀଙ୍କ ଅସହଯୋଗ ଓ ଅକାଟ୍ୟ ଉକ୍ତି କାର୍ଯ୍ୟ ପ୍ରତି ବିମୁଖ ମନୋଭାବ ସୃଷ୍ଟି କରିବ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି । ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପରିବାରର ଖର୍ଚ୍ଚଭାର ଅଧିକ ହେବ ଯୋଗୁଁ ଚିନ୍ତାପ୍ରକଟ କରିବେ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

ତୁଳା :

ଆଜି ଦିନଟି ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚଧିକାରୀ ସାନ୍ନିଧ୍ୟ ପାଇବେ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ବରିନ୍ଵିତ କରିବେ । ଅଫିସରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ଭୁଲ୍‌ ବୁଝାମଣା ଓ ଜିଦ୍‌ଖୋର କାରଣରୁ ବନ୍ଧୁଙ୍କ ସହ ଝଗଡା ହୋଇପାରେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ କେତେକ ସମସ୍ୟାକୁ ନେଇ ମନରେ ଚିନ୍ତା ଲରିରହିବ । ପରକଥାକୁ ଅନୁସାର କରି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ସ୍ତ୍ରୀଙ୍କ ସହ ମତଭେଦ ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ବିଛା :

ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ସମସ୍ତ ଅଭିଳାଷ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ଧନୁ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ, ଯାହାଫଳରେ ମନ ଖୁସି ରହିବ । ଏହା ସଙ୍ଗେ ସଙ୍ଗେ ଦୈହିକ ସୁସ୍ଥତା ସଙ୍ଗକୁ କାର୍ଯ୍ୟସିଦ୍ଧି ମଧ୍ୟ ଘଟିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ଅଫିସ କାର୍ଯ୍ୟକୁ ନେଇ ବାହାରକୁ ଯିବାକୁ ପଡିପାରେ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଜାଣିଶୁଣି ଝଗଡା ଲାଗିପାରନ୍ତି । ସଭାସମିତିରେ ଏପରି କିଛି ପ୍ରସ୍ତାବ ଦେବେ, ଯାହା ସମସ୍ତଙ୍କ ପସନ୍ଦ ଆସିବ । ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ସୁସ୍ଥତା ଅନୁଭବ କରିବେ । ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର :

ଭୁଲ୍ ବୁଝାମଣା ବଶତଃ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ପୂର୍ବ ସ୍ଥିରୀକୃତ ଯୋଜନା ଗୁଡିକ ଠିକ୍ ଭାବରେ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ଅଫିସରେ ନିଷ୍ଠାର କାର୍ଯ୍ୟ କରିଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ସହକର୍ମୀମାନେ ମଧ୍ୟାହ୍ନରେ ମିଥ୍ୟା ଆରୋପ ଲଗାଇପାନ୍ତି । ରାଜନୀତିରେ ଥିବା ବ୍ୟକ୍ତିମାନେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ସ୍ଵାର୍ଥ ସାଧନ ନ ହେବା କାରଣରୁ ନିଜ ପ୍ରିୟ ଲୋକମାନେ ଦୂରେଇ ଯିବେ । ପରିବାର ମଧ୍ୟରେ ଚାଲିଥିବା ସମସ୍ୟାକୁ ସମାଧାନ କରିବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ । ଆଜି ଆପଣ ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

କୁମ୍ଭ :

ହସ, ଖୁସୀରେ ସମୟ ଅତିବାହିତ କରିବେ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‌ କାର୍ଯ୍ୟକାରୀ ହୋଇଯିବ । କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । ଅଫିସ କତୃପକ୍ଷ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଅର୍ପଣ କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ନୂତନ ଗୃହ, ଯାନ୍ତ୍ରିକ ଜିନିଷ, ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ କିଣିବା ପାଇଁ ମନ ବଳାଇବେ । ଆତ୍ମୀୟ ସ୍ଵଜନମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରିବେ । ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ସକାଶେ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ମୀନ :

ଆପଣଙ୍କ ସ୍ଵଭାବ ଓ ବ୍ୟବହାର ଅନ୍ୟକୁ ଆକର୍ଷିତ କରିବ । ବନ୍ଧୁଙ୍କୁ ଅର୍ଥ ସାହାଯ୍ୟ ପ୍ରଦାନ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ । ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ଆଜି ପରିବାର କଥାକୁ ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ପହଞ୍ଚିବେ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ମନ ସାମୟିକ ବିଚଳିତ ରହିପାରେ । ବୈବାହିକ ଜୀବନ ଖୁସି ଭରା ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।