2019 ରେ 16 ଟଙ୍କା ସସ୍ଥା ହେବ ପେଟ୍ରୋଲ

Spread the love

■ ଅନ୍ତରାଷ୍ଟ୍ରୀୟ ସ୍ତରରେ ବାରମ୍ବାର ପେଟ୍ରୋଲ ଓ ଡିଜେଲର ଦର ହ୍ରାସ ହେବାରେ ଲାଗିଛି । ଏହା ଦ୍ୱାରା ଭାରତରେ ମଧ୍ୟ ଏହାର ଦର କମ୍ ହେବା ଦେଖିବାକୁ ମିଳୁଛି । ଅଥବା ଡଲର ତୁଳନାରେ ମୁଦ୍ରାର ହାର ଶକ୍ତ ହେବାକୁ ଲାଗିଛି । ଏହା ଦେଖି ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ନୁଆଁ ବର୍ଷର ଅବସରରେ ପେଟ୍ରୋଲ ଦର 6 ଟଙ୍କା ପର୍ଯ୍ୟନ୍ତ ସସ୍ଥା ହୋଇପାରେ ।

■ 3 ଅକ୍ଟୋବରର କଚ୍ଚା ତେଲ ଏ ବର୍ଷରେ ଏହାର ସ୍ତର 86.74 ଡଲର ପ୍ରତି ବାରେଲ ରହିଥିଲା । ଏବେ ଏହାର ଦର 42 ପ୍ରତିଶତ ହ୍ରାସ ପାଇ 50 ଡଲର ପ୍ରତି ବାରେଲ ହୋଇଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହାର ଦର 47 ଡଲର ପ୍ରତି ବାରେଲ ହୋଇପାରେ । ଏଥିପାଇଁ ଦେଶରେ ମଧ୍ୟ ପେଟ୍ରୋଲ ଦର କମ୍ ହେବାର ଅନୁମାନ କରାଯାଉଛି ।

■ ଶୁଣିବାକୁ ମିଳିଥାଏ ଯେ ତୈଳ କମ୍ପାନୀମାନେ କଚ୍ଚା ତେଲକୁ ଅନ୍ତରାଷ୍ଟ୍ରୀୟ ଦର ସହିତ, ଡଲର ତୁଳନାରେ ମୁଦ୍ରାର ଦର ଓ ଇଣ୍ଟର୍ନେସନଲ ମାର୍କେଟରେ ପେଟ୍ରୋଲ ଓ ଡିଜେଲର ଦର ଅନୁସାରେ ନିୟତ କରାଯାଇଥାଏ ।

■ ଏତତ୍ ବ୍ୟତୀତ ପୂନେରେ ଚାଲିଥିବା ସରକାରଙ୍କ ମିଥେନାଲ ସମ୍ବନ୍ଧ ପ୍ରୟୋଗ ଯଦି ସଫଳ ହୋଇଯାଏ ତେବେ ନୁଆଁ ବର୍ଷରେ ଏହାର ଦର 10 ଟଙ୍କା କମ୍ ହୋଇପାରେ । ସମ୍ବାଦଦାତା ମାଧ୍ୟମରେ ଶୁଣିବାକୁ ମିଳୁଛି ଯେ ସରକାର ପେଟ୍ରୋଲରେ ମିଥେନାଲର ମିଶ୍ରଣ କରି ପେଟ୍ରୋଲର ଦର କମ୍ କରିବା ଯୋଜନାରେ କାମ କରୁଛନ୍ତି । ଏଥିପାଇଁ ପୂନେରେ 15 ପ୍ରତିଶତ ମିଥେନାଲ ମିଶିଥିବା ପେଟ୍ରୋଲରେ ଯାନବାହନ ଚଳାଯାଉଅଛି ।

■ ଯଦି ଏହି ଦୁଇଟି କାମ ଏକାସହିତ ହୋଇଯାଏ ତେବେ ପେଟ୍ରୋଲ ଦର 16 ଟଙ୍କା ପର୍ଯ୍ୟନ୍ତ କମ୍ ହୋଇପାରେ । ନିର୍ବାଚନ ପୁର୍ବରୁ ଏହି ସ୍ଥିତି ବନିଯାଏ ତେବେ ମୋଦି ସରକାରଙ୍କୁ ନିର୍ବାଚନରେ ଏହାର ବଡ଼ ଫାଇଦା ହୋଇପାରେ ।