୨୦୧୯ ନିର୍ବାଚନକୁ ନେଇ ବଲିଉଡ ସୁପର ଷ୍ଟାର ଅକ୍ଷୟ କୁମାରଙ୍କ ବଡ ବଡ ଫଇସଲା …. ଓ ଚଳଚିତ୍ର କେଶରୀକୁ ନେଇ ମନ୍ତବ୍ୟ

Spread the love

ଲୋକସଭା ନିର୍ବାଚନକୁ ନେଇ ଚଳଚିତ୍ର ଅଭିନେତା ଅକ୍ଷୟ କୁମାର ଏକ ବଡ ଫଇସଲା ନେଇଛନ୍ତି । ନିର୍ବାଚନକୁ କେନ୍ଦ୍ରୀଭୂତ କରି ଅକ୍ଷୟ କହିଛନ୍ତି; ଜୀବନ ଖୁସିରେ ବିତୁଛି ଓ ସେ ମଜାରେ ହିଁ ରହିବାକୁ ଚାହାଁନ୍ତି । ଅକ୍ଷୟ କୁମାର ପଞ୍ଜାବ ନିର୍ବାଚନ ମଇଦାନରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଚଣ୍ଡିଗଡରେ ନିଜ ଚଳଚିତ୍ର କେଶରୀର ପ୍ରଚାର ପାଇଁ ଆସିଥିବା ଅକ୍ଷୟ କୁମାର ପ୍ରେସ୍ ସମ୍ମିଳନୀରେ କହିଛନ୍ତି; କୌଣସି ବି ପରିସ୍ଥିତିରେ ସେ ନିର୍ବାଚନ ଲଢିବେ ନାହିଁ । ଯେତେବେଳେ ଅକ୍ଷୟଙ୍କୁ ପଚରା ଯାଇଥିଲା ଯେ, ଆପଣ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି କି ? ଅକ୍ଷୟ ଏହାର ଉତ୍ତର କିଛି ଏମିତି ମଜାଳିଆ ଢଙ୍ଗରେ ଦେଇ କହିଛନ୍ତି; ମୁଁ ମୋ ଜୀବନରେ ବହୁତ ଖୁସିରେ ଅଛି ଓ ବର୍ତମାନ ରାଜନିତଟିକୁ ଆସିବା ପାଇଁ ମୋର କୌଣସି ଇଛା ନାହିଁ । ଏହି ସମୟରେ ଅକ୍ଷୟଙ୍କ ସହ ଚଳଚିତ୍ରର ଅଭିନେତ୍ରୀ ପରିନିତା ଚୋପ୍ରା ଓ ନିର୍ଦେଶକ ଅନୁରାଗ ସିଂ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ଚଳଚିତ୍ର କେଶରୀ ବିଷୟରେ କହିବାକୁ ଯାଇ ଅକ୍ଷୟ କହିଛନ୍ତି, ପଗଡି ଶିଖ୍ ମାନଙ୍କର ଗର୍ବ ଅଟେ । ଯେତେବେଳେ ମୁଁ ପଗଡି ବାନ୍ଧିଥିଲି ସେହି ସମୟରେ ମୋ ମେରୁଦଣ୍ଡ ସିଧା ହୋଇଯାଇଥିଲା ଓ ମୋ ଭିତରେ ଏକ ଅସୀମ ବଳ ଚାଲି ଆସିଥିଲା । ସେ କହିଛନ୍ତି ପଗଡିର କଥା ହିଁ କିଛି ନିୟାରା ଅଟେ ଓ କେଶରୀ ଚଳଚିତ୍ରର ସୁଟିଙ୍ଗ ବହୁ ସମୟରୁ ହୋଇ ଆସୁଛି ।

ଏହି ଚଳଚିତ୍ରରେ କରିଥିବା ଭୂମିକାଟି ଅକ୍ଷୟ ପାଇଁ ଅନ୍ୟ ସମସ୍ତଙ୍କ ଭୂମିକା ଠାରୁ ଭିନ୍ନ ଅଟେ । ଯାହା ପାଇଁ ଅକ୍ଷୟଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏଥିପାଇଁ ଅକ୍ଷୟଙ୍କୁ ଖଣ୍ଡା ଚାଳନା, ଯୁଦ୍ଧ ଅଭ୍ୟାସ କରିବାକୁ ପଡିଥିଲା । ଏହି ସବୁ କରିବା ପାଇଁ ଅକ୍ଷୟଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥିଲା । ଅକ୍ଷୟ କହିଛନ୍ତି, କେଶରୀ ଏକ ବଡ ଧରଣର ଚଳଚିତ୍ର ଅଟେ ଓ ସାରାଗଡି ଯୁଦ୍ଧ ଏକ ବଡ ଯୁଧ୍ୟ ଅଟେ ।

ଅକ୍ଷୟ ଏହା ମଧ୍ୟ କହିଛନ୍ତି, ବହି ଗୁଡିକରେ ସାରାଗଡି ଯୁଦ୍ଧ ବିଷୟରେ ପିଲାଙ୍କୁ ପଢାଇବା ଦରକାର ଅଟେ । ଏହି ଚଳଚିତ୍ରରେ ବହୁତ ଗୁଡିଏ ଭଲ ସନ୍ଦେଶ ରହିଛି । ଅଥାର୍ଥ ଯେତେବେଳେ ଗୋଟିଏ ସୈନିକକୁ ଗୁଳି ଲାଗିଥାଏ, ସେହି ସମୟରେ ହିଁ ସୈନିକଟିକୁ ପୁରା ଜୀବନର ସତ୍ୟତା ଜଳଜଳ ହୋଇ ଦେଖାଯାଇଥାଏ । କୌଣସିଟି ବି ଚଳଚିତ୍ରକୁ ନାଟକୀୟ ଭଙ୍ଗୀରେ କରିବା ବହୁତ କଠିନ କାର୍ଯ୍ୟ ଅଟେ ।

ଏହିପରି ସବୁ ଜିନିଷ କେଶରୀ ଚଳଚିତ୍ରରେ କରାଯାଇଛି । ଏହି ଚଳଚିତ୍ରରେ ବଟେଲ୍ ଅଫ୍ ସରଗଡି ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଚଳଚିତ୍ର ପାଇଁ ପ୍ରଥମେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା ଓ ପରେ ଚଳଚିତ୍ର ପାଇଁ କାର୍ଯ୍ୟ କରାଯାଇଥିଲା ।

କେସରୀ ଚଳଚିତ୍ର ବହୁତ ଗୁଡିଏ ପରୀକ୍ଷା ନିରୀକ୍ଷା ପରେ କରାଯାଇଛି । ପ୍ରଥମେ ଅକ୍ଷୟ ନିଜେ ଏହି ଚଳଚିତ୍ରକୁ ବାଛିଥିଲେ ଓ ପରେ ଅନୁରାଗ ସିଂଙ୍କ ସହ କଥାବାର୍ତା ହୋଇଥିଲେ । ଏହା ପରେ ଅନୁରାଗ ସିଂହ ଗୋଟିଏ ସଂସ୍ଥା ସହ କଥାବାର୍ତ୍ତା କରିଥିଲେ ।

ପରେ ଏହି ଚଳଚିତ୍ରର କାହାଣୀ ଉପରେ କାର୍ଯ୍ୟ ହୋଇଥିଲା । ବଟେଲ୍ ଅଫ୍ ସରଗଡି ଦୁନିଆର ୫ଟି ବଡ ଯୁଦ୍ଧ ମଧ୍ୟରୁ ୨ୟ ସ୍ଥାନରେ ରହିଛି । ଏହି ଯୁଦ୍ଧରେ ୨୧ ଜଣ ସୈନିକଙ୍କର ଯୁଦ୍ଧ ୧୦୦୦୦ ସୈନିକଙ୍କ ସହ ହୋଇଥିବା ଦେଖାଯାଇଛି ।