ବିବାହ ନିମନ୍ତେ ୨୦୦ କୋଟି ଟଙ୍କାର ଡେକୋରେସନ, କୌଣସି ଫିଲ୍ମ ସେଟରୁ କମ୍ ନୁହେଁ । ଏହି ତାରକାମାନେ ବିବାହରେ ଉପସ୍ଥିତି ହେବେ ।

Spread the love

ଭାରତର ସୁଇଜରଲ୍ୟାଣ୍ଡ ଓଲୀରେ ଗୁପ୍ତା ବନ୍ଧୁମାନଙ୍କ ପୁତ୍ରମାନଙ୍କର ବିବାହର ଉତ୍ସବ ଆରମ୍ଭ ହୋଇଯାଇଛି ।

ଭାରତର ସୁଇଜରଲ୍ୟାଣ୍ଡ କୁହାଯାଉଥିବା ଉତ୍ତରାଖଣ୍ଡର ଓଲୀରେ ରାଜକୀୟ ବିବାହର ଉତ୍ସବ ଆରମ୍ଭ ହୋଇଯାଇଛି । ଓଲୀରେ ଗୁପ୍ତା ବନ୍ଧୁମାନଙ୍କ ପୁତ୍ରମାନଙ୍କର ବିବାହ ଉତ୍ସବର ଭଲ ଭାବରେ ଚାଲିଛି । ବିବାହର ପ୍ରସ୍ତୁତିରେ ଅତ୍ୟଧିକ ଭଲ ବସ୍ତୁର ବ୍ୟବହାର କରାଯାଉଛି । ବିବାହ ପାଇଁ ଏପରି ପ୍ରସ୍ତୁତି ହୋଇଛି ଯେ, ବଲିଉଡର ଫିଲ୍ମ ସେଟ ଭଳି ଦେଖାଯାଉଛି । ଓଲୀରେ ଗୁପ୍ତା ବନ୍ଧୁଙ୍କ ପୁତ୍ରମାନଙ୍କର ବିବାହର ଉତ୍ସବ କୌଣସି ଫିଲ୍ମ ସେଟରୁ କମ ନୁହଁ । କେବଳ ସେତିକି ନୁହଁ, ବିବାହର ସଜବାଜକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି, ତେବେ ଆମରି ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ଚାଲନ୍ତୁ ଜାଣିବା ।

ଓଲୀରେ ହେବାକୁ ଥିବା ରାଜକୀୟ ବିବାହକୁ ବିସ୍ମୟକର ଏବଂ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି । ସେଥିପାଇଁ ବିଶ୍ଵର କୋଣ-ଅନୁକୋଣରୁ ସଜବାଜ ପାଇଁ ଜିନିଷ ଅଣାଯାଉଛି । ଏହି ଜିନିଷ ଦ୍ଵାର ଓଲୀକୁ ଆହୁରି ଅଧିକ ସୁନ୍ଦର କରିବାକୁ ପ୍ରଚେଷ୍ଟା କରାଯାଉଛି । ଖବର ଅନୁସାରେ, ଓଲୀରେ ଗୁପ୍ତା ବନ୍ଧୁଙ୍କ ପୁତ୍ରମାନଙ୍କର ବିବାହର ଉତ୍ସବ ଆରମ୍ଭ ହୋଇଯାଇଛି, ଯାହାରି ଫଳରେ ସେଠାକାର ପରିସ୍ଥିତି ଆହୁରି ସୁନ୍ଦର ଡେଖାଯାଉଛି ।

ଜୁନ ୧୮ ରୁ ଜୁନ ୨୨ ପର୍ଯ୍ୟନ୍ତ ବିବାହର ଉତ୍ସବ ଚାଲିବ :

ଓଲୀରେ ଗୁପ୍ତା ବନ୍ଧୁଙ୍କ ପୁତ୍ରମାନଙ୍କର ବିବାହର କାର୍ଯ୍ୟକ୍ରମ ଜୁନ ୧୮ ରୁ ଜୁନ ୨୨ ପର୍ଯ୍ୟନ୍ତ ଚାଲିବ । ଅଜୟ ଗୁପ୍ତାଙ୍କ ପୁତ୍ର ସୂର୍ଯ୍ୟକାନ୍ତଙ୍କ ବିବାହ ଜୁନ ୨୦ରେ ହେବ ଏବଂ ପୁଣି ଅତୁଲ ଗୁପ୍ତାଙ୍କ ପୁତ୍ର ଶଶାଙ୍କର ବିବାହ ୨୨ ଜୁନରେ ହେବ । ବିବାହର କାର୍ଯ୍ୟକ୍ରମ ସରିବା ପରେ ନବଦମ୍ପତି ଭଗବାନ କେଦାରନାଥ ଏବଂ ତ୍ରିୟୁଗି ନାରାୟଣଙ୍କ ଦର୍ଶନ ପାଇଁ ଯିବେ, ଯେଉଁଠାରେ ସେମାନେ ଭଗବାନଙ୍କ ଠାରୁ ଆଶୀର୍ବାଦ ନେଇ ନୂତନ ଜୀବନ ଆରମ୍ଭ କରିବେ । ଏହି ବିବାହ ପାଇଁ ବହୁତ ପ୍ରସ୍ତୁତି କରାଯାଇଛି । କେବଳ ତାହା ନୁହଁ, ସେଠାକାର ବାସିନ୍ଦାମାନଙ୍କୁ ବିନାମୂଲ୍ୟରେ ବସ୍ତୁ ମିଳିବ ।

୧୦୦ ପୂଜକଙ୍କ ଦଳ ଏହି ବିବାହ କରାଇବେ :

ମିଡ଼ିଆ ରିପୋର୍ଟ ଅନୁସାରେ ଦୁଇ ପୁତ୍ରଙ୍କ ବିବାହ ୧୦୦ ପୂଜକ ଦଳ କରିବେ, ଯାହାର ପ୍ରସ୍ତୁତି ହୋଇ ସାରିଲାଣି । ୧୦୦ ପୂଜକଙ୍କ ମଧ୍ୟରେ ଅବଧେଶାନନ୍ଦ ମହାରାଜ ମୂଖ୍ୟ ପୂଜକ ହେବେ । ଏହାଙ୍କ ବ୍ୟତୀତ କଥା ବାଚକ ରମେଶ ଭାଇ ଓଝା ମଧ୍ୟ ଉପସ୍ଥିତ ରହିବେ । ଏହିପରି ଏହି ବିବାହକୁ ଭାରତୀୟ ନୀତିନିୟମ ଅନୁସାରେ କରାଯିବ, ଯାହାଫଳରେ ବିଶ୍ଵରେ ଭାରତୀୟ ସଂସ୍କୃତିର ଏକ ଭଲ ସନ୍ଦେଶ ଯିବ ଏବଂ ସମସ୍ତ ଲୋକ ଭାରତୀୟ ସଂସ୍କୃତି ସହ ମିଶିବେ । ଏହା ସହ ଏହି ବିବାହ ଦ୍ଵାରା ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ।

ବଲିଉଡର ତାରକାମାନେ ମଧ୍ୟ ଉପସ୍ଥିତ ରହିବେ :

ଓଲିରେ ହେଉଥିବା ବିବାହରେ ଅନେକ ବଲିଉଡର ତାରକାମାନେ ମଧ୍ୟ ଉପସ୍ଥିତ ରହିବେ । ଯେଉଁଥିରେ ଅନୀଲ କପୁର, ଜ୍ୟାକଲୀନ, କେଟ୍ରିନା କେଫଁ, ସିଦ୍ଧାର୍ଥ ମଲହୋତ୍ରା, ସାହିଦ କପୁର ଏବଂ ଉର୍ବଶୀ ରୋତେଲା ଉପସ୍ଥିତ ହେବେ । ଏମାନଙ୍କ ବ୍ୟତୀତ ରାଜନୀତିରୁ ଅନେକ ବରିଷ୍ଟ ନେତା ମଧ୍ୟ ଉପସ୍ଥିତ ରହିବାର ଖବର ଅଛି । ଏହି ବିବାହରେ କେବଳ ଭାରତରୁ ଅତିଥି ଉପସ୍ଥିତ ହେବା ସହ ବିଶ୍ଵର ଅନେକ ବିଖ୍ୟାତ ବ୍ୟକ୍ତି ମଧ୍ୟ ଉପସ୍ଥିତ ହୋଇପାରନ୍ତି, ଯାହା ଫଳରେ ଭାରତର ସମ୍ମାନ ବିଶ୍ଵ ତାଲିକାରେ ଆହୁରି ଉପରକୁ ବଢିଯିବ । ଗୁପ୍ତା ବନ୍ଧୁ ଭାରତର ବାସିନ୍ଦା ଥିଲେ, ପରେ ସେମାନେ ବିଦେଶକୁ ଯାଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପୁଣି ସେଠାରେ ରହିବାକୁ ଲାଗିଲେ ଏବଂ ଦୁନିଆରେ ନିଜର ନାମ ଅର୍ଜନ କରିବାକୁ ଲାଗିଲେ ।