20ଟି ଔଷଧର ସ୍ୟାମ୍ପଲ ଫେଲ ହୋଇଯାଇଛି, ଯଦି ଆପଣ ଏହି ଔଷଧର ବ୍ୟବହାର କରୁଛନ୍ତି ତେବେ ସବଧାନ ହୋଇଯାଅନ୍ତୁ ।

Spread the love

ସିଡିଏସସୋ (CDSCO) ମାର୍ଚ୍ଚରେ ଦେଶର ଔଷଧ କମ୍ପାନୀ ଗୁଡିକରୁ କିଛି କିଛି ସ୍ୟାମ୍ପଲ ନେଇଥିଲେ । ଏହି ସ୍ୟାମ୍ପଲ ଗୁଡିକ ମଧ୍ୟରୁ ୫୦ଟି ଔଷଧ ଫେଲ୍ ବା ନକଲି ହୋଇଯାଇଛି । ଦେଶର ଏହି ଫେଲ୍ ହୋଇଥିବା ଔଷଧ ଗୁଡିକ ମଧ୍ୟରୁ ୪୦ ପ୍ରତିଶତ ହିମାଞ୍ଚଳରେ ପ୍ରସ୍ତୁତ ହେଉଛି । ଅନ୍ୟ ରାଜ୍ୟ ଗୁଡିକ ମଧ୍ୟରେ ଉତ୍ତରାଖଣ୍ଡରେ ହେଉଥିବା ୮ଟି, ଅମୃତସରରେ ୭ଟି ଏବଂ ଗୁଜରାଟର ୨ଟି ଔଷଧର ସ୍ୟାମ୍ପଲ ଫେଲ ହୋଇଛି ।

ଏହା ବ୍ୟତୀତ ହାଇଦ୍ରାବାଦ, ରାୟସେନ, ବରୋଦରା, ଆସାମ, ଜାମ୍ମୁ କାଶ୍ମୀରର ସାମ୍ବା, ଦାମନ, ନରେଲା, ଦିଲ୍ଲୀ, ହିସର, ପାଳଧର, ଇଣ୍ଡୋର, ରତଲାମ, ମଧ୍ୟପ୍ରଦେଶର ପିତାମ୍ବର ଏବଂ ମୁମ୍ବାଇର ଅଂଧେରୀରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟକ ଔଷଧର ପରୀକ୍ଷା ଫେଲ୍ ହୋଇଛି । ଏହି ସବୁ ଔଷଧର ବିକ୍ରି ବନ୍ଦ କରି ଦିଆଯାଇଛି ।ଫେଲ୍ ହୋଇଥିବା ଔଷଧ ଗୁଡିକ ଗ୍ୟାଷ୍ଟିକ, ଏଣ୍ଟିବାୟୋଟିକ, ଆଖି ସମ୍ବନ୍ଧିତ, ସୁଗାର, ରକ୍ତଚାପ ସମ୍ବନ୍ଧିତ, ଭିଟାମିନ, ବ୍ୟାକ୍ଟେରିଆଲ ଇଂଫେକ୍ସନ, ଗମ୍ଭୀର ଏଲର୍ଜି, ଆସ୍ଥାମାର ଔଷଧ ଅନ୍ତର୍ଭୁକ୍ତ ଅଟେ ।

ହିମାଞ୍ଚଳର ଏହି ଔଷଧ ଗୁଡିକ ଫେଲ୍ ହୋଇଛି :

ଫେଲ୍ ହୋଇଥିବା ଔଷଧ ଗୁଡିକ ସ୍ୱିସ ଗାରନିଅର ବାୟୋଟିକ ମେହତପୁର ଉନାର ପ୍ରାଇକେମ-ଏମ୍-2 ଫୋର୍ଟ, ଚିରୋସ ଫର୍ମା ଲିହାରଣ ସୋଲନର ମୋକଡ଼ିନ ସିବି ଡ୍ରାଇ ସିରପ ଏବଂ ଏଲମୋସ୍କ ସିବି 625, ସମର୍ଥ ଲାଇଫସାଇନ୍ସ ଲୋଦିମାଜରା ବଦଦିର ବିଟ୍-କେ-1, ଏକବା ବାଇଟୋ ଲେବୋଲେଟ୍ରି କୁଂଜାହଲ ବଦ୍ଧିର କୋଳିସ୍ଟ, ଥିୟୋନ ଫର୍ମାସୟୁଟିକାଲ ଲିମିଟେଡ଼ ସୋଣିମାଜରା ନାଲାଗଡ଼ର ଲୁକାଇଷ୍ଟ ଏଲସି, କାହ୍ନଆ ବାୟୋଜେନେଟିକ ଲେବରେଟିଜ ଝାଂଡ଼ମାଜରୀର ସେଫିଡାକ ଏଏକ୍ସେସ, ଆୟନ ହେଲତକେୟାର ବଦ୍ଧିର ଲେକ୍ସିନେଟ, ଓରିସନ ଫାର୍ମା ଇଣ୍ଟର୍ନେସ୍ନାଲ ଖଡି ମୋଜାଉଗଲି କାଲା ଅମ୍ବର ଏମୋକ୍ସିସିଲିନ ଏଣ୍ଡ କ୍ଲୋକ୍ସିଲୀନ ।

ଏସବିଆର ହେଲ୍ଥକ୍ୟାୟର (healthcare) ବରୋଟିଵାଲା ପାବଣ୍ଟା ସାହିବର ସେଫୁରାକ୍ସିନ ଏକ୍ସଟିଲ, ଆକ୍ସର ରେମେଡ଼ିଜ ଜୋହରାନ କାଲାଅମ୍ବର ସେଫୁରାକ୍ସିନ ଏକ୍ସଟିଲ, ଡିଜିଟାଲ ବିଜନ କାଲାଅମ୍ବ ଗଲିଂପ୍ରାଇଡ଼, ଅଲ୍ଟ୍ରାଟେକ ଫାର୍ମାସୁକିଟଲ ଟିପ୍ପରା ବରୋଟିଵାଲାର ହାଇଦ୍ରୋକୋଟ୍ରିସୋନ ସୋଡିୟମ ସୁକିନେଟ ଇଂଜେକସନ, ଏମସି ଫାର୍ମାସ୍ପୁତିକଲ ସୁରାଜପୁର ପାବଣ୍ଟା ସାହିବର ପେଟ୍ରପଜାଲ, ସିଏମଜି ବାୟୋଟିକ ସଂସରପୁର ଟେରେଶର ସୋଡିୟମ ଏଲେଦ୍ରାନେଟ, ହନୁକେମ ଲେବରଟିଜ ପରମାଣୁର ମାକ୍ସିଫ୍ଲଲୋକସସିନ ବିଦ ଡିଫଲୁପେଦନେଟ ଆଇ ଦ୍ରପ,ଅଲାଇସ ହେଲତକ୍ୟାର ଗୁରୁମାଜରା ବଦ୍ଧିର ରେବମାର୍କୟୁ ଦିଏସାର ପୋଲଷ୍ଟର ପାୱାର ଇନ୍ଦ୍ରଷ୍ଟି ଦାମୁବାଲା ବଦ୍ଧି ର ସ୍ପତ୍ପଡକ୍ସନ ସିବି ସାମିଲ ଅଟେ ।

ରାଜ୍ୟ ଔଷଧ ନିୟନ୍ତ୍ରକ ନବନିତ ମରବାହ କହିଛନ୍ତି; ଉଦ୍ୟୋଗଗୁଡିକୁ ନୋଟିସ ଦେଇ ବଜାରରୁ ଔଷଧ ଗୁଡିକୁ ଫେରାଇ ଅଣା ଯାଇଛି । ବହୁତ ଗୁଡିଏ ଔଷଧରେ ବାତାବରଣ ଉପରେ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ବହୁତ ଗୁଡିଏ ଔଷଧର ସ୍ୟାମ୍ପଲ ଫେଲ୍ ହୋଇଛି । ତେଣୁ ଡାକ୍ତରଙ୍କ ବିନା ଅନୁମତିରେ କୌଣସି ଔଷଧ କ୍ରୟ କରନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ ।

ଏଠାରେ ହୋଇଥିଲା ସ୍ୟାମ୍ପଲ ଗୁଡିକର ପରୀକ୍ଷା ।

ଔଷଧ ଗୁଡିକର ସିଡିଏସସିଓ ଇଷ୍ଟ ଜୋନ କୋଲକାତା, ସିଡିଏସସିଓ ସବ୍ ଜୋନ ବଦ୍ଧି, ସିଡିଏସସିଓ ୱେଷ୍ଟ ଜୋନ ମୁମ୍ବାଇ, ଡ୍ରୋଗ କଣ୍ଟ୍ରୋଲ ଡିପାର୍ଟମେଂଟ ଅରୁଣାଚଳ ପ୍ରଦେଶ, ଡ୍ରୋଗ କଣ୍ଟ୍ରୋଲ ଡ଼ିପାର୍ଟମେଣ୍ଟ ଆସାମ, ଡ୍ରୋଗ କଣ୍ଟ୍ରୋଲ ଡିପାର୍ଟମେଟ ମିଜୋରମ, ହିମାଞ୍ଚଳ ପ୍ରଦେଶ ଷ୍ଟେଟ, ସିଡ଼ିଏସସିଓ ସବ୍ ଜୋନ ଜାମ୍ମୁ ଏହି ସାହୁ ଅଞ୍ଚଳରୁ ସ୍ୟାମ୍ପଲ ନେଇଥିଲେ । ଔଷଧ ଗୁଡିକର ଯାଞ୍ଚ ସିଡିଏଲ କୋଲକାତା, ସିଡିଟିଏଲ ମୁମ୍ବାଇ, ଆରଡ଼ିଟିଏଲ ଗୋହାଟି ଓ ଆରଡ଼ିଟିଏଲ ଚଣ୍ଡୀଗଡ଼ରେ ହୋଇଥିଲା ।