20 ମଇ 2019, ସୋମବାର : – ମହାକାଳଙ୍କ କୃପାରୁ ଏହି ସାତୋଟି ରାଶିଙ୍କ ଭାଗ୍ୟ ଉଦୟ ହେବ, ଆଶାତୀତ ଲାଭବାନ ହେବେ ।

Spread the love

20 ମଇ 2019, ସୋମବାର : – ମହାକାଳଙ୍କ କୃପାରୁ ଏହି ସାତୋଟି ରାଶିଙ୍କ ଭାଗ୍ୟ ଉଦୟ ହେବ, ଆଶାତୀତ ଲାଭବାନ ହେବେ ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ ।

ଜୋତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ କିଛି ରାଶି ଗୁଡିକ ଉପରେ ମହାକାଳଙ୍କ କୃପା ଦୃଷ୍ଟି ରହିବା । ମହାକାଳଙ୍କ କୃପାରୁ ଏହି ରାଶିଗୁଡିକ ଭାଗ୍ୟରେ ଉନ୍ନତି ଦେଖାଯିବ ଏବଂ ଏହି ରାଶିର ବ୍ୟକ୍ତି ଉପାର୍ଜନ ମଧ୍ୟ ବଢିବ ଏବଂ ଧନ ସମ୍ବନ୍ଧିତ ସଙ୍କଟ ମଧ୍ୟ ଦୁରେଇଯିବ । ଆଜି ଆମେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ କହିବୁ ।

ମେଷ : ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଯିବ । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ବ୍ୟବସାୟରେ ଲାଭ ହେବ । ଘର ପରିବାରର ଲୋକଙ୍କ ପୂର୍ଣ ସହଯୋଗ ମିଳିବ । ଘରେ ଏବଂ ବାହାରେ ଖୁସିର ବାତାବରଣ ରହିବ । ଆପଣ ପ୍ରସନ୍ନ ରହିବେ । ମହିଳାମାନେ ସକ୍ରିୟ ହେବେ ମନୋରଂଜନ କାର୍ଯ୍ୟରେ ସମୟ କଟିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ବୃଷ : ସମ୍ପତ୍ତିଗତ କାର୍ଯ୍ୟରେ ବଡ଼ ଲାଭ ହୋଇପାରେ । ସମ୍ପତ୍ତିର ନେଣଦେଣରେ ଲାଭ ହେବ । ବେରୋଜଗାରୀଙ୍କୁ ରୋଜଗାର ପ୍ରାପ୍ତି ହେବ । ଭାଗିଦାରୀ ବ୍ୟବସାୟରେ ଲାଭ ହେବ । ହଠାତ କୌଣସି ଲମ୍ବା ଯାତ୍ରାରେ ଯାଇପାରନ୍ତି । ଅଟକି ରହିଯାଇ ଥିବା କାର୍ଯ୍ୟ ସମ୍ପନ୍ନ ହେବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ଆପଣଙ୍କ ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ । ମହିଳାମାନଙ୍କର ଆଶା ପୂରଣ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କାଳୀଜାଈ ।

ମିଥୁନ : ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ସମୟ ମନୋରଞ୍ଜନରେ ଲାଗିବ ଏହି କ୍ଷେତ୍ରରେ ଆପଣ ଅଧିକ ଧନ ବ୍ୟୟ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିବ ଧାର୍ମିକ କାର୍ଯ୍ୟରେ ମନ ରହିବ । ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍ । ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବେ । ଯାନବାହାନ କ୍ରୟ ଓ ବିକ୍ରୟ କରିବେ । ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଶାରୀରିକ କଷ୍ଟ ଅନୁଭୂତ ହେବ । ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ । ସତର୍କତା ଅବଲମ୍ବନ କରିନ୍ତୁ ବଜେଟ୍ ରେ ଗୋଳମାଳ ହୋଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କର୍କଟ : ଆପଣ କୌଣସି ମହତ୍ୱପୂର୍ଣ ନିଷ୍ପତ୍ତି ନେଇପରନ୍ତି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଓ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ । କୌଣସି ବାଦବିବାଦରେ ଫସି ପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଯାଇପରେ । ହଠାତ କୌଣସି ଦୁଃଖଦ ସମ୍ବାଦ ମିଳି ପାରେ । ଆପଣଙ୍କ ମନ ଚିନ୍ତିତ ରହିବ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । କର୍ମରେ ଅସ୍ଥିରତା ଆସିବ । ନିଜକୁ ଏକୁଟିଆ ମନେ କରିବେ । ଧନ ସମ୍ବନ୍ଧୀୟ ସମସ୍ୟା ଉପୁଜି ପାରେ । ମହିଳାମାନେ ଘର ସଫାସୁତୁରା ରଖନ୍ତୁ, ସୁଖ ଓ ସମୃଦ୍ଧି ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ସିଂହ : ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତି ହେବ । ଆପଣଙ୍କୁ ହଠାତ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଛି । ଆପଣଙ୍କ ସମସ୍ତ କାର୍ଯ୍ୟ ଠିକ ରୂପେ ସମ୍ପର୍ଣ୍ଣ ହୋଇଯିବ ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ନୂଆ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତି, ସମ୍ପର୍କୀୟଙ୍କ ପୂର୍ଣ ସହଯୋଗ ରହିବ । କର୍ଯ୍ୟସ୍ଥଳରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କାର୍ଯ୍ୟ ଶୈଳୀରେ ସୁଧାର ଆସିବ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ସ୍ୱାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ମହିଳାମାନେ ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ । ପ୍ରେମ ଆବେଦନ କରିବା ପାଇଁ ଭଲ ସମୟ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀ ମାତା ।

କନ୍ୟା : ଆପଣଙ୍କ ଭାଗ୍ୟ ମାଧ୍ୟମ ଫଳଦାୟକ ରହିବା । ହଠାତ କୌଣସି ଖୁସି ଖବର ମିଳିପାରେ । କୌଣସି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ଶତ୍ରୁ ପକ୍ଷ ସକ୍ରିୟ ରହିବେ । ଏଥିପାଇଁ ଆପଣଙ୍କୁ ସତର୍କ ରହିବା ପାଇଁ ପଡ଼ିବ । ବ୍ୟବସାୟୀଙ୍କୁ ଆଶା ଅନୁଯାୟୀ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଆନୁଗାମୀଙ୍କ ସହଯୋଗ ମିଳିବ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ସତ୍ୟନାରାୟଣ ।

ତୁଳା : ଏହି ରାଶିର ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଇଥିବା ଯାତ୍ରାରେ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଯିବ । କୌଣସି ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ନିଜ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ବୁଦ୍ଧିମତା କାରଣରୁ ଅର୍ଥ ଲାଭ ହେବ । ପିତାମାତାଙ୍କ ଆଶୀର୍ବାଦ ରହିବା । ସତର୍କ ନ ରହିଲେ ଶତ୍ରୁମାନେ କ୍ଷତି କରିବେ ।ବିଦ୍ୟା ଓ ଖେଳରେ ଉନ୍ନତି ହେବ । ଦାମ୍ପତ୍ୟଜୀବନ ସୁଖମୟ ହେବ । ମହିଳାମାନେ ମିତ୍ର ଓ ଭାଇମାନଙ୍କୁ ସାହାଯ୍ୟ କରି ଆର୍ଥିକ ସମସ୍ୟାରେ ଚିନ୍ତିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

ବିଛା : ନିଜର ବଦଖର୍ଚ୍ଚରେ ଲଗାମ ଲଗାନ୍ତୁ, ଅନ୍ୟଥା ଆପଣଙ୍କୁ ଆର୍ଥିକ ସଙ୍କଟ ଦେଖାଯିବ । କରଜ ଠାରୁ ଦୂରେଇ ରୁହନ୍ତି । ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ହେବା ପାଇଁ ଥିବା କାର୍ଯ୍ୟ ଅଟକି ଯାଇପାରେ । ଯାହାଫଳରେ ଆପଣ ଚିନ୍ତିତ ରହିବେ । ଜମିବାଡ଼ି ସମ୍ବନ୍ଧୀୟ କ୍ଷେତ୍ରରେ ସବଧାନ ରୁହନ୍ତୁ । ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ରହିବ । ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମାଣିକେଶ୍ବରୀ ।

ଧନୁ : ଆପଣଙ୍କ ଅଟକି ରହିଯାଇଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସାଙ୍ଗମାନଙ୍କ ସହଯୋଗ ରହିବ, ସାମାଜିକ କାର୍ଯ୍ୟରେ ରୁଚି ରହିବ, ମାନସମ୍ମାନ ପ୍ରତିଷ୍ଠା ହେବ । ଚାରିଦିଗରୁ ଆପଣଙ୍କୁ ସଫଳତା ମିଳିବ । ଶତ୍ରୁ ଉପରେ ଆପଣ ବିଜୟ ଲାଭ କରିପାରିବେ । କୌଣସି ପୁରୁଣା ଘଟଣାର ସମାପ୍ତି ହେବ । ବସାୟରେ ଅଚଳାବସ୍ଥା ସୁଧୁରିଯିବ । କର୍ମ କ୍ଷେତ୍ରରେ ସମ୍ମାନୀତ ହେବେ । ନିର୍ମାଣ କାର୍ଯ୍ୟରେ କିଛି ସମୟ ଇଚ୍ଛାକୃତ ତ୍ୟାଗ କରିବେ । ସାମାଜିକ ଉତ୍ସବରେ ଭାଗ ନେବେ । ରାଜନୀତି, ଖେଳ, ବିଦ୍ୟା ଓ କୃଷିକ୍ଷେତ୍ରରେ ଆଦୃତ ହେବେ । ଜନ ସେବାରେ ପ୍ରଶଂସା ମିଳିବ । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର : ନିଜ ଯୋଜନାରେ ସଫଳତା ମିଳିବ । ବହୁ ଦିନର କୌଣସି ଆଶା ପୂରା ହେବ । ବ୍ୟାପାରରେ ଲାଭ ମିଳିବ, ଚାକିରୀ କ୍ଷେତ୍ରରେ ପ୍ରଭାବ ବଢିବ, ଧନ ପ୍ରାପ୍ତି ହେବ, ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ, ଜୀବନସାଥୀଙ୍କ ପରାମର୍ଶରେ ଆପଣଙ୍କୁ ଲାଭ ହେବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଖୁବ୍ ଆଶାବାଦୀ ହେବେ । ରାଜନୀତିରେ ଲୋକପ୍ରିୟତା, ବିଦ୍ୟାରେଉନ୍ନତି, ଖେଳ ରେ ପ୍ରଶଂସା, କୃଷିରେ ମନନିବେଶ କରିବେ । ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ମହିଳାମାନେ ପିଲାଙ୍କ ଆଚରଣରେ ଚିନ୍ତିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କୁମ୍ଭ : ଆପଣଙ୍କ ମନ ଧର୍ମକର୍ମରେ ଲାଗିବ । ମାନସିକ ଶାନ୍ତି ମିଳିବ । ଆୟରେ ବୃଦ୍ଧି ହେବ, କୋର୍ଟକଚେରୀ, ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କ ପଦଉନ୍ନତି ହେବ । ସାଙ୍ଗ ମାନଙ୍କ ସହ ଭଲ ସମୟ ବିତିବ । ସୁଖ ସୁବିଧା ପ୍ରାପ୍ତି ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ପରିବାରରେ ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ । ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ମହିଳାମାନେ ପରିବାରଜନଙ୍କ ଠାରୁ ପ୍ରସଂଶିତ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

ମୀନ : ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ବାହାନ ଏବଂ ମେସନେରୀ କ୍ଷେତ୍ରରେ ଧ୍ୟାନ ରଖନ୍ତୁ ଅନ୍ୟଥା ଦୁର୍ଘଟଣା ହୋଇପାରେ । ଶାରୀରିକ ହାନି ହୋଇପାରେ । ବିରୋଧୀମାନଙ୍କ ସାମ୍ନା କରିବା ପାଇଁ ପଡିପାରେ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ଆପଣଙ୍କ କୌଣସି ପ୍ରିୟ ଜିନିଷ ହଜି ପାରେ । ଜୀବନସାଥୀଙ୍କ ବ୍ୟବହାର ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।