20 ଜୁଲାଇ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସନ୍ତାନମାନଙ୍କ ତରଫରୁ ମିଳିବ ଖୁସିର ଖବର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବା…

Spread the love

20 ଜୁଲାଇ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସନ୍ତାନମାନଙ୍କ ତରଫରୁ ମିଳିବ ଖୁସିର ଖବର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବା…

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ । ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟରେ ଭଲ ସଉଦା ହେବ । ସରକାରୀ କାମରେ ସଫଳତା ମିଳିବ । ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ । ଆକସ୍ମିକ ଭାବରେ ପଡୋଶୀ କିମ୍ବା ସହକର୍ମୀଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବ । ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ । ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରିବେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ଶୁଭରଙ୍ଗ: ଗୋଲାପି । ଆରାଧନା: ଶ୍ରୀକୃଷ୍ଣ ।

ବୃଷ: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆର୍ଥିକ ସମସ୍ୟା ଦୂରେବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । ନିକଟ ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ସରକାରୀ ଲାଭର ଆଶା ରଖିପାରନ୍ତି । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ପାରସ୍ପରିକ ସଦ୍‌ଭାବ ବୃଦ୍ଧି ପାଇବା ଲକ୍ଷ୍ୟକରି ଖୁସୀ ହୋଇପାରନ୍ତି । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ: ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ବନ୍ଧୁଙ୍କ ଠାରୁ ହାତ ଉଧାରି ଟଙ୍କା ଆଣି ଆବଶ୍ୟକତାକୁ ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି । ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସୁଧୁରି ଯିବ । ନିଜର କାମକୁ ଠିକ୍ ଭାବରେ କରିବା ପାଇଁ ପ୍ଲାନିଙ୍ଗ କରିପାରନ୍ତି । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । କୋର୍ଟ କଚେରୀର ମାମଲାରେ ଅତ୍ୟଧିକ ସାବଧାନ ଅବଲମ୍ବନ କରିବା ଆବଶ୍ୟକତା । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣି ।

କର୍କଟ: ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ । ଏକାଧିକ ଗ୍ରହ ରାଶିରେ ଶାରୀରିକ କିମ୍ବା ମାନସିକ ଅସୁସ୍ଥତାକୁ ନିମନ୍ତ୍ରଣ କରିପାରନ୍ତି । ଆପଣଙ୍କ ଅନ୍ତରର ବାଣୀ ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କିଛିି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସଭାସମିତି, ପରିବହନ, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ । ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବେ । ଯାନବାହନ, ଧାତୁ ଅଳଙ୍କାର, ଯାନ୍ତ୍ରିକ ଜିନିଷ, ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ । ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ । ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଭଲ ରହି ନ ପାରେ । କାମଗୁଡିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ । ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ । ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା ଅଛି । ପରିସ୍ଥିତି ବଶତଃ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ କଟକଚଣ୍ତୀ ।

କନ୍ୟା: ଆପଣଙ୍କର ଧ୍ୟାନ ପରିବାର ଓ ଟଙ୍କା ପଇସା ଦିଗରେ ରହିବ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିକଟ ସମ୍ପର୍କୀୟ ମାନଙ୍କ ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିପାରେ । ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖପ୍ରକାଶ କରିପାରନ୍ତି । କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆଜି ନିଜକୁ ମଧ୍ୟ ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଛି । ଖାଇବା ପିଇବାର ଧ୍ୟାନ ଦିଅନ୍ତୁ । ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା, ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ମହିଳାମାନେ ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ତୁଳା: ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ କିନ୍ତୁ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ଦୁର୍ଭାବନା ବଢି ଚାଲିବା ହେତୁ ମନ ଓ କାମ ଶୃଙ୍ଖଳିତ ରହିବ ନାହିଁ । ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି । ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ । ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ । ଆଜିର ଫେରନ୍ତା ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ । ବ୍ୟବସାୟରେ ବିଶେଷ ଲାଭ ନ ହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ବିଛା: ବାହାର ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । କୃଷ୍ଣପକ୍ଷର ଚତୁର୍ଥଚନ୍ଦ୍ର କଲ୍ୟାଣଚନ୍ଦ୍ର ଯୋଗୁ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ । ଯେକୌଣସି ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ତପତ୍ରତା ପ୍ରକାଶ କରିପାରିଲେ ଅବଶ୍ୟ ସଫଳତା ପାଇପାରିବେ । ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ନିକଟ ସମ୍ପର୍କୀୟ ଉପର ମନରେ ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି । ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବା ପାଇଁ ପ୍ରୟାସ କରିବେ । ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ: ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିପାରିବେ । ବ୍ୟବସାୟିକ ସଫଳତା ସାଙ୍ଗକୁ ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ମନକୁ ଖୁସୀ କରାଇପାରେ । ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଦୀର୍ଘ ପଥ ଭ୍ରମଣ ସ୍ବାସ୍ଥ୍ୟ ସକାଶେ ବାଧକ ଜନିତ ସାମୟିକ ଅସୁସ୍ଥତା ଦେଖା ଦେଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ନ ସୃଷ୍ଟି ହେଉ ଏହାର ଧ୍ୟାନ ରଖିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

ମକର: ଦିନଟି ଅତି ସୁଖଦାୟକ ରହିବ । ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ମାନସିକ ଟେନ୍‌ସନକୁ ଲାଘବ କରିଦେବ । ଅନ୍ୟମାନଙ୍କ ସହମତିରେ କାମ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସରକାରୀ କାମରେ ସଫଳତା ମିଳିବ । ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢାଇଦେବାର ଆଶଙ୍କା ରହିଛି । ଭୁଲ୍‌ ବୁଝାମଣା, ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ । ଅନ୍ୟମନସ୍କତା କିମ୍ବା ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି । ସଭାସମିତି, ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ସହଯୋଗ ପ୍ରତିବେଶୀଙ୍କ ନିକଟରୁ ପାଇବାର ସମ୍ଭାବନା ରହିଛି । ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଜଗନ୍ନାଥ ।

ମୀନ: ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । କର୍ମକ୍ଷେତ୍ରରେ ପୂର୍ବରୁ ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ସାମାଜିକ କ୍ଷେତ୍ର,ବ୍ୟବସାୟିକ ସ୍ଥିତି, ଗବେଷଣା, ଆଲୋଚନା, ସେବାସଂସ୍ଥା, ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ । ଛୋଟ ଛୋଟ କଥାକୁ ନେଇ ପରିବାରରେ ବିବାଦୀୟ ସ୍ଥିତି ଉପୁଜିଥିବାରୁ ଭାବାନ୍ତର ରହିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।