20 ଫେବୃୟାରୀ 2019, ବୁଧବାର – ଗଣେଶଙ୍କ କୃପାରୁ ଏହି ୩ଟି ରାଶିର ଶୁଭ ଦିନ ଆରମ୍ଭ ହେବ

Spread the love

20 ଫେବୃୟାରୀ 2019, ବୁଧବାର – ଗଣେଶଙ୍କ କୃପାରୁ ଏହି ୩ଟି ରାଶିର ଶୁଭ ଦିନ ଆରମ୍ଭ ହେବ

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ । ବ୍ୟବସାୟରୁ ଅଧିକ ଲାଭ ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିବେ । ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସ୍‌ର ସହ କର୍ମଚାରୀମାନେ ପ୍ରଭାବିତ ହେବେ । ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ ମଧ୍ୟ କରିପାରିବେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ମହିଳାମାନେ କର୍ତ୍ତବ୍ୟନିଷ୍ଠା ପରାୟଣ ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ବୃଷ: ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଚାକିରି ସମ୍ବନ୍ଧିତ କୌଣସି ମନୋକାମନା ପୂରା ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମିଥୁନ: ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ଅର୍ଥହୀନ କଥାରୁ ଦୂରେଇ ରହନ୍ତୁ । ପିତୃ ସମ୍ପତି ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ରାଜନୀତିରେ ଜନସମ୍ପର୍କ ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଭ୍ରମଣ ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କର୍କଟ: ଚିତ୍ତପ୍ରସନ୍ନ ରହିବ ଏବଂ ସର୍ବକାର୍ଯ୍ୟ ସିଦ୍ଧି ହେବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ଘରୋଇ କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀଙ୍କୁ ଉଚ୍ଚାଧିକାରୀଙ୍କ ତରଫରୁ ପ୍ରସଂଶା ମିଳିବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଲାଭବାନ ହେବେ । ପରିବାରରେ ମାନ ମନାନ୍ତର ଦୂର ହେବ । ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ । ଛାତ୍ରଙ୍କୁ କମ୍‌ ପରିଶ୍ରମରୁ ଯଥେଷ୍ଟ ସୁଫଳ ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ: ରାଜକୀୟ ମାମଲାରେ ସଫଳତା ମିଳିବ । ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରି ନେବେ । ଶାସନରେ ଥିବା ଲୋକଙ୍କ ସହିତ ସମ୍ପର୍କ ବଢ଼ିବ । ଆର୍ଥିକ ଚିନ୍ତା ଦୂର ହେବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କନ୍ୟା: ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ବଢ଼ିଆ ଚାକିରିର ସୁଯୋଗ ଆସିପାରେ । ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ବିଦ୍ୟା କ୍ଷେତ୍ରରେ ବୀଜୟ ପ୍ରାପ୍ତ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ତୁଳା: ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ମିଶିବାର ଅବସର ପାଇବେ । କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା: ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ସୁଖସମ୍ଭାର ନେଇ ଆସିବା । ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । ବ୍ୟବସାୟରେ ପ୍ରଚାର ଓ ପ୍ରସାର ଫଳରେ ଆଶାତୀତ ଲାଭବାନ ହେବେ । କାରବାରରେ ବଡ଼ ସଉଦା ହେବ । ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ହେବେ । ରାଜନୀତି କ୍ଷେତ୍ରରେ ଅଶାନ୍ତି ଭୋଗିବେ ଓ କାର୍ଯ୍ୟ କ୍ଷେତ୍ରର ପରିବର୍ତ୍ତନ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ଅରୁଚିକର ହେବେ । ମହିଳାମାନଙ୍କ ପାଇଁ ଦିନଟି ବେଶ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ମକର: ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ । ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ବସି ହାଲୁକା ଅନୁଭବ କରିବେ । ଗୃହ ସମସ୍ୟାରେ ଧନ୍ଦି ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କୁମ୍ଭ: ଉଚ୍ଚଆଶା ସଫଳ ହେବ । ମନରେ ନୂଆ ନୂଆ ଚିନ୍ତା ଆସିବା । ଟଙ୍କା ପଇସା କାରବାରରେ ସତର୍କ ରହନ୍ତୁ । କର୍ମ କ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସ କାମ ତରବରିଆ ଭାବେ କରନ୍ତୁ ନାହିଁ । କୋର୍ଟ କଚେରୀର ବିଚାର ଆପଣଙ୍କ ସପକ୍ଷରେ ରାୟ ରହିବ । ପ୍ରିୟ ବନ୍ଧୁଙ୍କ ସହିତ ମିଳନ ହେବ । ମହିଳାମାନେ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀ କୃଷ୍ଣ ।

ମୀନ: ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବ୍ୟବସାୟର ବିକାଶ ଉପରେ ଅଧିକ ଧ୍ୟାନ ଦେବେ । ଆଇନକାନୁନ ବିବାଦ ଆଜି ସମାପ୍ତ ହୋଇପାରେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପରିବାରର ବଡ଼ଙ୍କ ଠାରୁ ପ୍ରଶଂସା ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା, ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।