20 ଅପ୍ରେଲ୍ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିବ, ମିଳିବ ଅଜସ୍ର ଖୁସି

Spread the love

20 ଅପ୍ରେଲ୍ 2019, ଶନିବାର- ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିବ, ମିଳିବ ଅଜସ୍ର ଖୁସି

ଆଜି ଆମେ ଆପଣଙ୍କୁ 20 ଅପ୍ରେଲ୍ 2019, ଶନିବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ :- ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । କର୍ମକ୍ଷେତ୍ରରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । କତେକ କ୍ଷେତ୍ରରେ ଜିଦରେ ଅଟଳ ରହି କାମକୁ ଭଣ୍ଡୁର କରିପାରନ୍ତି । ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିପାରିବ । ବିଳମ୍ବିତ ସମୟରେ ଲକ୍ଷସ୍ଥଳରେ ପହଞ୍ଚିବେ । ମହିଳାମାନଙ୍କର ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ କିଛି ନୂତନ କର୍ମାରମ୍ଭ କରିପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ହର ପାର୍ବତୀ ।

ବୃଷ : ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ବ୍ୟବସାୟରେ ପରିଧି ବଢ଼ିବ । ଲକ୍ଷ୍ମୀଙ୍କର ଆଗମନ ହେବ । ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । କିନ୍ତୁ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀ ମାନେ ମାନସିକ ଦୁର୍ବଳତା ହେବେ ଏବଂ ସାମୟିକ ବିଭ୍ରାନ୍ତି ଜନିତ ଆଳସ୍ୟଭାବ ଦେଖା ଦେବ । ଶିକ୍ଷା କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳସ୍ୱରୂପ ଛାତ୍ରଛାତ୍ରୀ ମାନେ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ମହିଳାମାନଙ୍କର ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ପାଇବା ସମ୍ଭବ ହେବ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ବାଦାମୀ । ଆରାଧନା: ବାବା ଆଖଣ୍ତଳମଣି ।

ମିଥୁନ: ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ପାଇବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଅମ୍ବିକା ।

କର୍କଟ: ଧୌର୍ଯ୍ୟର ସହ କାମ କରନ୍ତୁ ଉପଯୁକ୍ତ ଫଳ ମିଳିବ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ପ୍ରତିକୁଳ ପରିସ୍ଥିତି ଦୂରେଇଯିବ ଓ ଅଧିକାରୀ ଖୁସିହେବେ । ସନ୍ତାନସୁଖ ମିଳିବ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ । ମହିଳାମାନେ ଅନ୍ୟମାନଙ୍କ କାମରେ ମନଦେଇ ନିଜ କାମକୁ ଅବହେଳା କରିବେ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରି ଦୂରଯାତ୍ରାର ସୁଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ: ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ । ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । କର୍ମଚାରୀଙ୍କର କର୍ମ କ୍ଷେତ୍ରରେ ବାଧା ଆସିବ । ପ୍ରତ୍ୟେକ ସ୍ଥଳରେ ସମସ୍ତେ ଆପଣଙ୍କୁ ଆଜି ସହଯୋଗ କରିବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ଅମନଯୋଗି ହେବେ । ଦାମ୍ପତ୍ୟ ସୁଖରେ ବାଧା, ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବା ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

କନ୍ୟା: ଦୃଢ ଆତ୍ମବିଶ୍ୱାସ ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ । କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ମାନ୍ୟତା ଅର୍ଜନ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଊର୍ଜାର ସ୍ତର ଉଚ୍ଚା ରହିବ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । ଅଫିସରେ ବାତାବରଣ ଅନୁକୂଳ ରହିବ । ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ । ଧର୍ମ କାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି । ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ମଧ୍ୟ କରିପାରିବେ । ସାଧାରଣ କଥାକୁ ଅସାଧାରଣ ଭାବେ ଉପସ୍ଥାପନ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ମହିଳାମାନେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅବହେଳା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା: ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ହରାଇଥିବା ଧନ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ କର୍ମ ନିଯୁକ୍ତି ପାଇବାର ଅଧିକ ସମ୍ଭାବନା । ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ । ବାହନ କିଣିବା ପାଇଁ ମନ ବଳିବ । ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ଧନୁ: ସାରାଦିନ ଖୁସି ମନରେ ରହିବେ । ତରବରିଆ ଭାବରେ କୌଣସି କାମ ନ କରି ପ୍ରତ୍ୟେକ ପରିସ୍ଥିକୁ ଆଖି ଆଗରେ ରଖି କାମ କରିବା ଭଲ ହେବ । ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ଚର୍ଚ୍ଚିତ ହୋଇପାରନ୍ତି । ସ୍ଥଗିତ ଥିବା କାମ ପୂରା ହେବ । ନୂଆ ସ୍ରୋତରୁ ଧନଲାଭ ହୋଇପାରେ । ପୂର୍ବରୁ ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରନ୍ତି । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ବାଧ୍ୟ ହେବେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ମକର: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଆଧ୍ୟାତ୍ମକ ଭାବନାରେ ସମୟ କଟିବ । ଆର୍ଥିକ ସ୍ଥିତି ଠିକ ରହିବ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ଚାକିରୀ ସମ୍ବନ୍ଧିତ ସୂଚନା ପାଇ ଖୁସି ହେବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାରା ଖୋଲିବ । ଶୁଭରଙ୍ଗ: ମେରୁନ । ମହିଳାମାନେ ପରିବାରର ବୟୋଜ୍ୟୋଷ୍ଠଙ୍କ ଠାରୁ ବେଶ ପ୍ରସଂଶିତ ହେବେ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି । ବ୍ୟବସାୟରେ ବାଦବିବାଦ, ଅଶାନ୍ତିର ମୁହାଁମୁହିଁ ସତ୍ୱେ ଧନମାନ ଦିଗରୁ ସୁରକ୍ଷିତ ରହିବେ ଏବଂ ବ୍ୟବସାୟ ସମ୍ଭନ୍ଧୀତ ଭଲ ଖବର ମଧ୍ୟ ପାଇବେ । ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ କଷ୍ଟ ହେବ । ମାଲିମୋକଦ୍ଦମାରେ ଭୟ ଓ ଆଶଙ୍କା ବଢ଼ିବ ।ଶିକ୍ଷାର୍ଥୀମାନଙ୍କ ଶିକ୍ଷାସ୍ଵପ୍ନ ସାର୍ଥକ ହେବ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ । ମହିଳାମାନେ ପରିଶ୍ରମର ସୁଫଳ ଭୋଗ କରିବେ । ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମୀନ: ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି । ବ୍ୟବସାୟରେ ଅଟକିଥିବା ଟଙ୍କା ପଇସା ଫେରି ପାଇବେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ । ଗାଡି ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ନୂତନ ସମ୍ପତ୍ତି କ୍ରୟ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।