୬ ବର୍ଷୀୟ ଝିଅଟି ସହ ଏହିଭଳି ଆମନୁଷିକ ଘଟଣା ଘଟାଇଥିଲେ ଏହି ଦୁଇଜଣ ନାବାଳକ ଭାଇ ! ଜାଣିବା ପରେ ଆପଣଙ୍କ ହୃଦୟ ମଧ୍ୟ କମ୍ପି ଉଠିବ ।

Spread the love

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରୀ ଜିଲ୍ଲାରେ ଦୁଇଜଣ ନାବାଳକ ଭାଇ ଛଅ ବର୍ଷୀୟ ଶିଶୁ କନ୍ୟା ସହ ସାମୁହିକ ଦୁଷ୍କର୍ମ କରି ପରେ ହତ୍ୟା କରିଦେଇଥିଲେ । ପୋଲିସ ଗୁରୁବାର ଦିନ ଏହି ସୂଚନା ପ୍ରଦାନ କରିଛି । ବର୍ତ୍ତମାନ ପୋଲିସ ଦୁଇ ଆରୋପିଙ୍କୁ ଗିରଫ କରି ନେଇଛି ।

ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଶିଶୁ କନ୍ୟା ମଙ୍ଗଳବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲା । ଶିଶୁ କନ୍ୟାକୁ ଅନ୍ତିମ ଥର ପାଇଁ ଆରୋପୀ ମାନଙ୍କ ଘର ପାଖରେ ଖେଳୁ ଥିବାର ଦେଖିବା ପାଇଁ ମିଳିଥିଲା । ଶିଶୁ କନ୍ୟା ଯେତେବେଳେ ଘରକୁ ଫେରି ନଥିଲା, ସେହି ସମୟରେ ପରିବାର ଲୋକେ ଶିଶୁ କନ୍ୟାକୁ ଖୋଜିବା ଆରମ୍ଭ କରି ଦେଇଥିଲେ ଏବଂ ପରେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ । ପୋଲିସ ଜାଣିବା ପରେ ଶିଶୁ କନ୍ୟାକୁ ଖୋଜିବା ଆରମ୍ଭ କରିଥିଲା ।

ଖିରୀର ବରିଷ୍ଠ ପୋଲିସ ଅଧିକାରୀ ପୁନମ କହିଛନ୍ତି, ଖୋଜିବା ଅଭିଯାନ ରାତି ତମାମ ଚାଲିଥିଲା । ଶିଶୁ କନ୍ୟାର ଶବ ବୁଧବାର ଦିନ ସେହି ସମୟରେ ମିଳିଥିଲା; ଯେଉଁ ସମୟରେ ଆରୋପିଙ୍କ ମାଆ ଘଟଣା ବିଷୟରେ ସ୍ୱୀକାର କରିଥିଲା । ଯେତେବେଳେ ଆରୋପୀର ମାଆକୁ ଜଣା ପଡିଥିଲା ଯେ, ତାର ପୁଅମାନେ ଶିଶୁ କନ୍ୟାର ଗଳା ଦବାଇ ହତ୍ୟା କରିଦେଇଛନ୍ତି; ସେହି ସମୟରେ ମାଆ ନିଜର ଦୁଇ ପୁଅଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଶିଶୁ କନ୍ୟାର ଶବର ଠିକଣା ଲଗାଇବାରେ ସାହାଯ୍ୟ କରିଥିଲା ।

ଫୁଲବେଗଦ ପୋଲିସ ଷ୍ଟେସନର ଏସଏଚଓ ଶ୍ୟାମ ନାରାୟନ ସିଂହ କହିଛନ୍ତି; ଶିଶୁ କନ୍ୟାର ଶବ ଆରୋପୀମାନଙ୍କ ଘର ଠାରୁ ପାଖାପାଖି ୨୦୦ ମିଟର ଦୂରରେ ମିଳିଥିଲା । ଆରୋପୀମାନେ କହିଛନ୍ତି ଶିଶୁ କନ୍ୟାକୁ ଚକଲେଟର ଲୋଭ ଦେଖାଇ ଘରକୁ ଡାକିଥିଲେ । ଦୁଇ ଆରୋପୀ ପାଠ ଛାଡି ଦେଇଛନ୍ତି ଏବଂ ସେମାନଙ୍କ ବୟସ ୧୫ ଏବଂ ୧୨ ବର୍ଷ ଅଟେ । ସେମାନଙ୍କ ପରିଜନ ଶ୍ରମିକ ଅଟନ୍ତି । ଆରୋପୀମାନେ ଶିଶୁ କନ୍ୟା ସହ ଦୁଷ୍କର୍ମ କରିବାର ସ୍ୱୀକାର କରିଛନ୍ତି । ପୋଲିସ ଆରୋପୀ ଦୁଇ ଭାଇ ଏବଂ ସେମାନଙ୍କ ମାଆକୁ ମଧ୍ୟ ଗିରଫ କରିନେଇଛି ଏବଂ ତିନିଜଣଙ୍କ ଉପରେ ହତ୍ୟାର ଆରୋପ ଲଗାଇଛି ।