1 ଜୁଲାଇ 2020 ରାଶିଫଳ : ମାସର ପ୍ରାରମ୍ଭ ହେବ ଶୁଭଦାୟକ, ୨ଟି ରାଶିକୁ ଅଧିକ ଖର୍ଚ୍ଚ ହେବାର

Spread the love

1 ଜୁଲାଇ 2020 ରାଶିଫଳ : ମାସର ପ୍ରାରମ୍ଭ ହେବ ଶୁଭଦାୟକ, ୨ଟି ରାଶିକୁ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା :-

ଆଜି ଆମେ ଆପଣଙ୍କୁ 1ଜୁଲାଇ ବୁଧୁବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ, ତେବେ 1 ଜୁଲାଇ ବୁଧବାର ରାଶିଫଳ ପଢନ୍ତୁ ।

ମେଷ :-

ଶ୍ରୀ ଗଣେଶଙ୍କ କୃପାରୁ ଆଜି ଆପଣ ସାମାଜିକ ତଥା ସାର୍ବଜନୀନ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଧନ ଲାଭର ଯୋଗ ରହିଛି । ପାରିବାରିକ ଜୀବନରେ ସୁଖ ସନ୍ତୋଷ ଭରି ରହିବ । ନିଜର ବଚନ ଉପରେ ସଂଯମ ରକ୍ଷା କରନ୍ତୁ । ସମାଧାନକାରୀ ବ୍ୟବହାରରେ ଅଧିକ ଲାଭ ହେବାର ସମ୍ଭାବନା ରହିଛି ।

ବୃଷ :-

ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । ମାନସିକ ରୂପରେ ସୁସ୍ଥ ରହିବେ । ଆପଣଙ୍କ କାର୍ଯ୍ୟ ଯୋଜନା ଅନୁସାରେ ପୂର୍ଣ୍ଣ ହେବ । ଅଧା ରହିଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆନନ୍ଦ ସମାଚାର ମିଳିବ କିମ୍ବା ମାଙ୍କ ଠାରୁ ଲାଭ ହୋଇପାରେ । ସହକର୍ମୀଙ୍କ ଠାରୁ ଲାଭ ହେବ ।

ମିଥୁନ :-

ନିଜର ଜୀବନସାଥୀ ଏବଂ ସନ୍ତାନ ମାନଙ୍କର ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ ହେବ । କୌଣସି ପ୍ରକାରର କଳହ ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁ ମାନଙ୍କ ପଛରେ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ରହିଛି । ପେଟ ସମ୍ବନ୍ଧିତ ଅସୁସ୍ଥତା ହେବାର ସମ୍ଭାବନା ରହିଛି ।

କର୍କଟ :-

କ୍ଳାନ୍ତ ହେତୁ ଆପଣଙ୍କ ମନ ବ୍ୟଥିତ ରହିବ । ଆନନ୍ଦ, ଫୁର୍ତ୍ତି ଏବଂ ପ୍ରଫୁଲ୍ଲତାର ଅଭାବ ରହିବ । ପରିବାର ଲୋକଙ୍କ ସହିତ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି । ଧନହାନୀ ଏବଂ ଯଶହାନୀ ହୋଇପାରେ । ଅନିଦ୍ରା କଷ୍ଟ ଦେଇପାରେ । ସମୟ ଅନୁସାରେ ଭୋଜନ ମିଳିବ ନାହିଁ ।

ସିଂହ :-

ଆଜିର ଦିନଟି ସୁଖ ଶାନ୍ତି ପୂର୍ବକ ଅତିବାହିତ ହେବ । ନିଜର ସହୋଦରଙ୍କ ସହିତ ସମ୍ବନ୍ଧ ନିକଟତର ହେବ । ସମ୍ପର୍କ ମଧ୍ୟରେ ଥିବା ଭାବନାର ଗଭୀରତାକୁ ଆପଣ ବୁଝିପାରିବେ । କୌଣସି ଏକ ରମଣୀୟ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ଯୋଜନା କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି ।

କନ୍ୟା :-

ପରିବାରରେ ଆନନ୍ଦର ବାତାବରଣ ରହିବ । ନିଜ ମଧୁର ବଚନରେ ଆପଣଙ୍କ ନିର୍ଦ୍ଧାରିତ କାର୍ଯ୍ୟ କରିପାରିବେ । ଅରୋଗ୍ୟ ରହିବେ । ଭୋଜନରେ ମିଷ୍ଠାନ ମିଳିପାରେ । ବିଦ୍ୟାର୍ଥୀଙ୍କ ପାଇଁ ସମୟଟି କଠିନ ରହିବ ।

ତୁଳା :-

ଆପଣ ବ୍ୟବସ୍ଥିତ ରୂପରେ ଆର୍ଥିକ ଯୋଜନା ବନାଇ ପାରିବେ । ଆଜି ଅନେକ ସୃଜନାତ୍ମକ ପ୍ରବୃତ୍ତି ହୋଇପାରେ । ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ସୁସ୍ଥତା ଅନୁଭବ କରିବେ । ଦୃଢ଼ ବିଚାର ସହିତ ନିଜ କାର୍ଯ୍ୟକୁ ସମାପ୍ତ କରିବେ । ଆତ୍ମବିଶ୍ବାସ ବୃଦ୍ଧି ହେବ । ଆମୋଦ ପ୍ରମୋଦ ତଥା ମନୋରଞ୍ଜନ ଦିଗରେ ଅଧିକ ଅର୍ଥ ଖର୍ଚ୍ଚ ହେବ ।

ବିଛା :-

ନିଜର ଉଗ୍ରତା ଏବଂ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଶାରୀରିକ ଶିଥିଲତା ଏବଂ ମାନସିକ ଚିନ୍ତାରେ ଆପଣଙ୍କ ମନ ବ୍ୟଗ୍ର ରହିବ । ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆମୋଦପ୍ରମୋଦ କ୍ଷେତ୍ରର ସମ୍ଭାବନା ରହିଛି । କୋର୍ଟ କଚେରୀ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ ।

ଧନୁ :

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆର୍ଥିକ, ପାରିବାରିକ ଏବଂ ସାମାଜିକ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ରହିଛି । ପରିବାର ଓ ମିତ୍ରଙ୍କ ସହିତ ପର୍ଯ୍ୟଟନସ୍ଥଳୀକୁ ଯିବାରେ ଆନନ୍ଦ ପ୍ରାପ୍ତ କରିବେ । ବ୍ୟବସାୟରେ ଲାଭ ହେବ । ବିବାହ ପାଇଁ ଇଛୁକ ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିବାର ସମ୍ଭାବନା ରହିଛି ।

ମକର :

ପରିବାର ଏବଂ ସନ୍ତାନ ବିଷୟରେ ଆପଣଙ୍କୁ ଆନନ୍ଦ ସହିତ ସନ୍ତୋଷ ମଧ୍ୟ ଅନୁଭୂତ ହେବ । ସାଙ୍ଗସାଥୀ ଏବଂ ସ୍ନେହୀ ଲୋକଙ୍କ ସହିତ ହୋଇଥିବା ଭେଟରେ ଆପଣଙ୍କ ମନ ପ୍ରସନ୍ନ ହୋଇଉଠିବ । ବ୍ୟବସାୟିକ କ୍ଷେତ୍ରରେ ଧନ ସହିତ ମାନ ସମ୍ମାନର ମଧ୍ୟ ବୃଦ୍ଧି ହେବ । ଉଚ୍ଚଅଧିକାରୀ ମାନେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଦୁର୍ଘଟଣା ପ୍ରତି ସଚେତନ ରୁହନ୍ତୁ ।

କୁମ୍ଭ :

ଶାରୀରିକ ରୂପରେ ଅସୁସ୍ଥ ରହିବେ । ଶିଥିଲତା ଏବଂ ଆଳସ୍ୟ ରହିବ । ମାନସିକ ରୂପରେ ପ୍ରସନ୍ନ ରହିବେ । ଅଧିକାରୀଙ୍କ ସହିତ କାର୍ଯ୍ୟ କରିବା ସମୟରେ ସାବଧାନ ରୁହନ୍ତୁ । ଆମୋଦ ପ୍ରମୋଦ କ୍ଷେତ୍ରରେ ଆଜି ଧନ ଖର୍ଚ୍ଚ ହେବ । ବିଦେଶରୁ ସମାଚାର ମିଳିବ ।

ମୀନ :-

ଆଜି ଅନୈତିକ କାର୍ଯ୍ୟରେ ନିୟୋଜିତ ନହେବା ଆପଣଙ୍କ ପାଇଁ ଭଲ ଅଟେ । କ୍ରୋଧ ଏବଂ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଅରୋଗ୍ୟ ବିଷୟରେ ସାବଧାନ ରୁହନ୍ତୁ । ସରକାର ବିରୋଧୀ ପ୍ରବୃତ୍ତି ଠାରୁ ଦୂରରେ ରୁହନ୍ତୁ । ଚିକିତ୍ସା ପଛରେ ଧନହାନୀ ହେବାର ସମ୍ଭାବନା ରହିଛି । ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ । ପାରିବାରିକ ସମ୍ପର୍କ ମଧ୍ୟରେ ନକରାତ୍ମକତା ପ୍ରବେଶ ନକରୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଇଷ୍ଟଦେବଙ୍କ ଜପ, ଧ୍ୟାନ ଏବଂ ତାଙ୍କ ପ୍ରତି ଆପଣଙ୍କ ଆସ୍ଥା ଆପଣଙ୍କୁ ଉଚିତ ମାର୍ଗ ଦେଖାଇବ ।

Leave a Reply

Your email address will not be published. Required fields are marked *